Posted inଖେଳ

ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ମୋରିସ

ମୁମ୍ବାଇ,୧୫।୪ : ଚଳିତ ସପ୍ତାହରେ ଆଇପିଏଲରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରୋମାଞ୍ଚକ ମ୍ୟାଚ୍‌। ପୂର୍ବ ୩ ଦିନ ଭଳି ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ମିଳି ନ ଥିଲା ଜିତିବା ସୁଖ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଧାର୍ଯ୍ୟ ୧୪୮ ରନ୍‌ର ଟାର୍ଗେଟ ହାସଲ କରିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ରାଜସ୍ଥାନ ରୟାଲ୍ସ। କିନ୍ତୁ ଶେଷକୁ ନିର୍ଣ୍ଣାୟକ ସାଜିଲା କ୍ରିସ ମୋରିସଙ୍କ ବିସ୍ଫୋରକ ୩୬ ରନ୍‌ର ଇନିଂସ। ତାଙ୍କ ଯୋଗୁ ୩ ଉଇକେଟରେ ବିଜୟ ହାସଲ କଲା ରାଜସ୍ଥାନ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳର ବ୍ୟାଟିଂ ଲାଇନଅପ୍‌କୁ ବିଗାଡ଼ି ଦେଇଥିଲେ ଜୟଦେବ ଉନାଡ୍‌କଟ। ସେ ୩ ଉଇକେଟ ହାତେଇଥିଲେ। ଅଧିନାୟକ ପନ୍ତ (୫୧ ରନ୍‌, ୯ ଚୌକା) ଖେଳିଥିଲେ ଅର୍ଦ୍ଧଶତକୀୟ ପାଳି। ସେ ରନ୍‌ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ରାଜସ୍ଥାନ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ୮ ଉଇକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଦିଲ୍ଲୀ।

ଜବାବରେ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ରାଜସ୍ଥାନ। ଏପରି କି ୧୨ ଓଭର ସୁଦ୍ଧା ରାଜସ୍ଥାନ ୫ ଉଇକେଟ ହରାଇ ମାତ୍ର ୫୮ ରନ୍‌ କରିଥିଲା। ଲାଗୁଥିଲା ଦଳ ନିଶ୍ଚିତ ପରାଜୟ ଆଡ଼େ ମୁହଁାଉଛି। କିନ୍ତୁ ୧୩ ଓ ୧୪ ତମ ଓଭରରେ ଦଳୀୟ ସ୍କୋରରେ ୨୬ ରନ୍‌ ଯୋଡ଼ିଥିଲେ ଡେଭିଡ୍‌ ମିଲର ଓ ରାହୁଲ ତଓ୍ବେତିଆ। ମାତ୍ର ଏହି ଯୋଡ଼ିକୁ ୧୫ତମ ଓଭରରେ କାଗିସୋ ରବାଡା ଭାଙ୍ଗିଥିଲେ। ତଓ୍ବେତିଆ (୧୯) ଆଉଟ୍‌ ହେବା ପରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ ମିଲର। ୧୬ତମ ଓଭରରେ ଅଭେସ ଖାନଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ତୃତୀୟ ଛକା ମାରିବାକୁ ଯାଉ ଆଉଟ୍‌ ହୋଇଥିଲେ ମିଲର (୬୨)। ଏହାପରେ ପ୍ରତ୍ୟେକ ରନ୍‌ ପାଇଁ ସଂଘର୍ଷ କରିଥିଲେ ଜୟଦେବ ଉନାଡ୍‌କଟ ଓ କ୍ରିସ ମୋରିସ। ଅନ୍ତିମ ଦୁଇ ଓଭରରେ ଦଳକୁ ଜିତିବା ପାଇଁ ୧୨ ବଲରେ ଦରକାର ଥିଲା ୨୭ ରନ୍‌। ମୋରିସ ଏକାକୀ ଦିଲ୍ଲୀ ହାତରୁ ଛଡ଼ାଇ ଆଣିଥିଲେ ମ୍ୟାଚ୍‌। ମାତ୍ର ୧୮ ବଲରେ ୪ ଛକା ସହାୟତାରେ ସେ ଖେଳିଥିଲେ ବିସ୍ଫୋରକ ୩୬ ରନ୍‌ର ଇନିଂସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ କ୍ରିକେଟ ପ୍ରଶଂସକଙ୍କୁ ୫ବର୍ଷ ବାସନ୍ଦ

ହରାରେ, ୧୯ା୨: ଜିମ୍ବାଓ୍ବେ କ୍ରିକେଟ ଦଳର ଜଣେ ପ୍ରଶଂସକକୁ ଦେଶର ସମସ୍ତ କ୍ରିକେଟ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଥିବା ଜିମ୍ବାଓ୍ବେ କ୍ରିକେଟ (ଜେଡ୍‌ସି) ପକ୍ଷରୁ...

ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌: ୧୦୦ ମିଟର ଫାଇନାଲରେ ଅମିୟ

ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନ୍‌ଆଇଏସ୍‌)ଠାରେ ଆରମ୍ଭ...

ଟଙ୍କା କେବଳ ଅଳସୁଆ ଝିଅମାନଙ୍କୁ ପ୍ରଭାବିତ କରେ, କାହିଁକି ଏମିତି କହିଲେ କ୍ରିକେଟର

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆଠାରୁ ପ୍ରାୟ ଦୁଇମାସ ହେବ ବିଦାୟ ନେଇଛନ୍ତି। କିନ୍ତୁ ତାଙ୍କ ପରିବାର ସମେତ ପ୍ରଶଂସକମାନେ ବିଶ୍ୱାସ କରିପାରୁ...

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦...

ନୋଏଡାର ପୂଜାଙ୍କୁ ଦେଖି ‘ବୋଲ୍ଡ’ ହୋଇଯାଇଥିଲେ ଏହି କ୍ରିକେଟର; ଭିନ୍ନ ଧର୍ମର ସତ୍ତ୍ୱେ…

ନୂଆଦିଲ୍ଲୀ,୬।୮: ଭାରତୀୟ ଦଳର ପୂର୍ବ ଅଲରାଉଣ୍ଡର ମହମ୍ମଦ କୈଫ ଦେଶର ଖ୍ୟାତନାମା କ୍ରିକେଟରଙ୍କ ମଧ୍ୟରୁ ଜଣେ। ସେ ଦଳ ପାଇଁ ଅନେକ ଶ୍ରେଷ୍ଠ ପାଳି ଖେଳିଛନ୍ତି।...

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୩୬/୦

ଅହମଦାବାଦ,୧୦।୩: ଅହମଦାବାଦ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ବିନା କୌଣସି ଉଇକେଟ...

ବାହାରିନ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ : ଟପ୍‌ ସିଡ୍‌ ଜାସନଙ୍କୁ ହରାଇ ପ୍ରିୟାଂଶୁ ଚାମ୍ପିୟନ

ଇସା ଟାଉନ(ବାହାରିନ), ୧୫।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଭା ପ୍ରିୟାଂଶୁ ରାଜାଓ୍ବତ କ୍ୟାରିୟରରେ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି। ସୋମବାର ଶେଷ ହୋଇଥିବା ବାହାରିନ ଅନ୍ତର୍ଜାତୀୟ...

ବିଶ୍ୱକପ ଦଳରୁ ବାଦ୍‌ ପଡିବାରୁ କାନ୍ଦିଲେ ଏହି ବ୍ୟାଟ୍ସମ୍ୟାନ୍‌

କାବୁଲ, ୧୦।୬: ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ କାନ୍ଦିକି ନିଜ ଅକ୍ରୋଶ ଜାହିର୍‌ କରିଛନ୍ତି ଆଫଗାନିସ୍ତାନ କ୍ରିକେଟ ଦଳର ଓ୍ବିକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ୍‌।...

Advertisement
Archives

Model This Week