Posted inଖେଳ

ମରକ୍କୋ-କ୍ରୋଏସିଆ ପ୍ଲେ-ଅଫ୍‌ ଆଜି

ଦୋହା, ୧୭।୧୨: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ମ୍ୟାଚ ଶନିବାର ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରାଜିତ ଦୁଇ ସେମିଫାଇନାଲିଷ୍ଟ ଦଳ ମରକ୍କୋ ଓ କ୍ରୋଏସିଆ ଏହି ମ୍ୟାଚରେ ପରସ୍ପରର ମୁକାବିଲା କରିବେ। ପ୍ରଥମ ଆଫ୍ରିକୀୟ ଦଳଭାବେ ମରକ୍କୋ କୌଣସି ଫିଫା ବିଶ୍ୱକପ୍‌ର ପ୍ଲେ-ଅଫ୍‌ ଖେଳିବାକୁ ଯାଉଛି। ତେଣୁ ଯଥା ସମ୍ଭବ ମଥା ଉଚ୍ଚକରି ଏହି ଦଳ ପ୍ରତିଯୋଗିତା ଶେଷ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଗତଥରର ରନରଅପ୍‌ କ୍ରୋଏସିଆ ଏହାକୁ ମିଶାଇ ୨ୟ ଥର ପାଇଁ ପ୍ଲେ-ଅଫ୍‌ ଖେଳିବ। ୧୯୯୮ ବିଶ୍ୱକପ୍‌ରେ ଏହି ଦଳ ପ୍ରଥମେ ପ୍ଲେ-ଅଫ୍‌ ଖେଳିଥିଲା ଏବଂ ନେଦରଲାଣ୍ଡ୍ସକୁ ୨-୧ ଗୋଲରେ ହରାଇ ତୃତୀୟସ୍ଥାନ ଅଧିକାର କରିଥିଲା। ତେଣୁ ଆଗାମୀ ମ୍ୟାଚରେ ମଧ୍ୟ ଦଳ ଅନୁରୂପ ଫଳାଫଳ ଆଶା ରଖିଛି। ବିଶ୍ୱକପ୍‌ର ପୂର୍ବ ୧୯ଟି ସଂସ୍କରଣରେ ପ୍ଲେ-ଅଫ୍‌ ମ୍ୟାଚ କେବେହେଲେ ପେନାଲ୍ଟି ଶୁଟ୍‌ଆଉଟ ପର୍ଯ୍ୟାୟକୁ ଯାଇନାହିଁ। ୧୯୮୬ରେ କେବଳ ଥରେ ଫ୍ରାନ୍ସ-ବେଲଜିୟମ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା। ୧୯୭୮ରେ ଇଟାଲିକୁ ବ୍ରାଜିଲ ୨-୧ରେ ହରାଇବା ପରଠାରୁ ଶେଷ ୧୦ ସଂସ୍କରଣରେ ୟୁରୋପୀୟ ଦଳ ହିଁ ମ୍ୟାଚ ଜିତି ଆସିଛନ୍ତି। ଏଥର କିନ୍ତୁ କ୍ରୋଏସିଆକୁ ମରକ୍କୋ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ।
ବିଶ୍ୱକପ୍‌ରେ ମରକ୍କୋ ଓ କ୍ରୋଏସିଆ ମଧ୍ୟରେ ଏହା ହେବ ଦ୍ୱିତୀୟ ମ୍ୟାଚ। ଚଳିତ ବିଶ୍ୱକପରେ ୨ଟି ଯାକ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଥିଲେ। ନଭେମ୍ବର ୨୩ରେ ଅଲ୍‌ ବାୟଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍‌ ‘ଏଫ୍‌’ ଓପନର ମ୍ୟାଚଟି ଗୋଲଶୂନ୍ୟ ଡ୍ର ରହିଥିଲା। କ୍ରୋଏସିଆ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ହେଁ ମରକ୍କୋ ଗୋଲ ହେବାକୁ ଦେଇ ନ ଥିଲା। ଏହାପରେ ମରକ୍କୋ ୨-୦ରେ ବେଲ୍‌ଜିୟମକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ କାନାଡ଼ାକୁ ୨-୧ ଗୋଲରେ ପରାସ୍ତ କରି ଗ୍ରୁପ୍‌ ଟପ୍ପରଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍‌ ୧୬ରେ ଦଳ ପୂର୍ବତନ ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ ୩-୦ ଗୋଲରେ ହରାଇ ଥିବାବେଳେ କ୍ୱାର୍ଟର ଫାଇନାଲରେ ୧-୦ରେ ବିଜୟ ସହ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ବିଦାୟ ପଥ ଦେଖାଇଥିଲା। ତେବେ ସେମିଫାଇନାଲରେ ଦଳ ୨ ଥର ଚାମ୍ପିୟନ ଫ୍ରାନ୍ସ ନିକଟରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା। ସେହିପରି କ୍ରୋଏସିଆ ନିଜର ଗ୍ରୁପ୍‌ ପର୍ଯ୍ୟାୟ ଦ୍ୱିତୀୟ ମ୍ୟାଚରେ ୪-୧ ଗୋଲରେ କାନାଡ଼ାକୁ ହରାଇଥିବାବେଳେ ବେଲଜିୟମ ବିପକ୍ଷ ତୃତୀୟ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଫଳରେ ମରକ୍କୋ ପଛକୁ ଗ୍ରୁପ୍‌ର ଦ୍ୱିତୀୟ ଶ୍ରେଷ୍ଠ ଦଳଭାବେ ନକ୍‌ଆଉଟରେ ପହଞ୍ଚତ୍ଥିଲା। ରାଉଣ୍ଡ ଅଫ୍‌ ୧୬ରେ ଦଳ ଜାପାନକୁ ପେନାଲ୍ଟି ଶୁଟ୍‌ଆଉଟ ୩-୧ ଗୋଲରେ ହରାଇଥିଲା ଏବଂ କ୍ୱାର୍ଟର ଫାଇନାଲରେ ୫ ଥର ଚାମ୍ପିୟନ ବ୍ରାଜିଲକୁ ସେହି ପେନାଲ୍ଟି ଶୁଟ୍‌ଆଉଟ ୪-୨ ଗୋଲରେ ପରାସ୍ତ କରିଥିଲା। ତେବେ ସେମିଫାଇନାଲରେ ଦଳ ଆର୍ଜେଣ୍ଟିନା ନିକଟରୁ ୦-୩ ଗୋଲରେ ହାରିଯିବାରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶରୁ ବଞ୍ଚତ୍ତ ହୋଇଥିଲା। ଟାଇଟଲ ହାସଲ ଆଶା ଧୂଳିସାତ ହୋଇଯାଇଥିବାରୁ ଦଳ ଆଗାମୀ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିବା ଯୋଜନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri