Posted inଖେଳ

ମରକ୍କୋ-କ୍ରୋଏସିଆ ପ୍ଲେ-ଅଫ୍‌ ଆଜି

ଦୋହା, ୧୭।୧୨: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ମ୍ୟାଚ ଶନିବାର ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରାଜିତ ଦୁଇ ସେମିଫାଇନାଲିଷ୍ଟ ଦଳ ମରକ୍କୋ ଓ କ୍ରୋଏସିଆ ଏହି ମ୍ୟାଚରେ ପରସ୍ପରର ମୁକାବିଲା କରିବେ। ପ୍ରଥମ ଆଫ୍ରିକୀୟ ଦଳଭାବେ ମରକ୍କୋ କୌଣସି ଫିଫା ବିଶ୍ୱକପ୍‌ର ପ୍ଲେ-ଅଫ୍‌ ଖେଳିବାକୁ ଯାଉଛି। ତେଣୁ ଯଥା ସମ୍ଭବ ମଥା ଉଚ୍ଚକରି ଏହି ଦଳ ପ୍ରତିଯୋଗିତା ଶେଷ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଗତଥରର ରନରଅପ୍‌ କ୍ରୋଏସିଆ ଏହାକୁ ମିଶାଇ ୨ୟ ଥର ପାଇଁ ପ୍ଲେ-ଅଫ୍‌ ଖେଳିବ। ୧୯୯୮ ବିଶ୍ୱକପ୍‌ରେ ଏହି ଦଳ ପ୍ରଥମେ ପ୍ଲେ-ଅଫ୍‌ ଖେଳିଥିଲା ଏବଂ ନେଦରଲାଣ୍ଡ୍ସକୁ ୨-୧ ଗୋଲରେ ହରାଇ ତୃତୀୟସ୍ଥାନ ଅଧିକାର କରିଥିଲା। ତେଣୁ ଆଗାମୀ ମ୍ୟାଚରେ ମଧ୍ୟ ଦଳ ଅନୁରୂପ ଫଳାଫଳ ଆଶା ରଖିଛି। ବିଶ୍ୱକପ୍‌ର ପୂର୍ବ ୧୯ଟି ସଂସ୍କରଣରେ ପ୍ଲେ-ଅଫ୍‌ ମ୍ୟାଚ କେବେହେଲେ ପେନାଲ୍ଟି ଶୁଟ୍‌ଆଉଟ ପର୍ଯ୍ୟାୟକୁ ଯାଇନାହିଁ। ୧୯୮୬ରେ କେବଳ ଥରେ ଫ୍ରାନ୍ସ-ବେଲଜିୟମ ମ୍ୟାଚ ଅତିରିକ୍ତ ସମୟକୁ ଯାଇଥିଲା। ୧୯୭୮ରେ ଇଟାଲିକୁ ବ୍ରାଜିଲ ୨-୧ରେ ହରାଇବା ପରଠାରୁ ଶେଷ ୧୦ ସଂସ୍କରଣରେ ୟୁରୋପୀୟ ଦଳ ହିଁ ମ୍ୟାଚ ଜିତି ଆସିଛନ୍ତି। ଏଥର କିନ୍ତୁ କ୍ରୋଏସିଆକୁ ମରକ୍କୋ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ।
ବିଶ୍ୱକପ୍‌ରେ ମରକ୍କୋ ଓ କ୍ରୋଏସିଆ ମଧ୍ୟରେ ଏହା ହେବ ଦ୍ୱିତୀୟ ମ୍ୟାଚ। ଚଳିତ ବିଶ୍ୱକପରେ ୨ଟି ଯାକ ଦଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଥିଲେ। ନଭେମ୍ବର ୨୩ରେ ଅଲ୍‌ ବାୟଟ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଗ୍ରୁପ୍‌ ‘ଏଫ୍‌’ ଓପନର ମ୍ୟାଚଟି ଗୋଲଶୂନ୍ୟ ଡ୍ର ରହିଥିଲା। କ୍ରୋଏସିଆ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ହେଁ ମରକ୍କୋ ଗୋଲ ହେବାକୁ ଦେଇ ନ ଥିଲା। ଏହାପରେ ମରକ୍କୋ ୨-୦ରେ ବେଲ୍‌ଜିୟମକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ କାନାଡ଼ାକୁ ୨-୧ ଗୋଲରେ ପରାସ୍ତ କରି ଗ୍ରୁପ୍‌ ଟପ୍ପରଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍‌ ୧୬ରେ ଦଳ ପୂର୍ବତନ ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ ୩-୦ ଗୋଲରେ ହରାଇ ଥିବାବେଳେ କ୍ୱାର୍ଟର ଫାଇନାଲରେ ୧-୦ରେ ବିଜୟ ସହ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲକୁ ବିଦାୟ ପଥ ଦେଖାଇଥିଲା। ତେବେ ସେମିଫାଇନାଲରେ ଦଳ ୨ ଥର ଚାମ୍ପିୟନ ଫ୍ରାନ୍ସ ନିକଟରୁ ୦-୨ ଗୋଲରେ ପରାସ୍ତ ହୋଇଥିଲା। ସେହିପରି କ୍ରୋଏସିଆ ନିଜର ଗ୍ରୁପ୍‌ ପର୍ଯ୍ୟାୟ ଦ୍ୱିତୀୟ ମ୍ୟାଚରେ ୪-୧ ଗୋଲରେ କାନାଡ଼ାକୁ ହରାଇଥିବାବେଳେ ବେଲଜିୟମ ବିପକ୍ଷ ତୃତୀୟ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଫଳରେ ମରକ୍କୋ ପଛକୁ ଗ୍ରୁପ୍‌ର ଦ୍ୱିତୀୟ ଶ୍ରେଷ୍ଠ ଦଳଭାବେ ନକ୍‌ଆଉଟରେ ପହଞ୍ଚତ୍ଥିଲା। ରାଉଣ୍ଡ ଅଫ୍‌ ୧୬ରେ ଦଳ ଜାପାନକୁ ପେନାଲ୍ଟି ଶୁଟ୍‌ଆଉଟ ୩-୧ ଗୋଲରେ ହରାଇଥିଲା ଏବଂ କ୍ୱାର୍ଟର ଫାଇନାଲରେ ୫ ଥର ଚାମ୍ପିୟନ ବ୍ରାଜିଲକୁ ସେହି ପେନାଲ୍ଟି ଶୁଟ୍‌ଆଉଟ ୪-୨ ଗୋଲରେ ପରାସ୍ତ କରିଥିଲା। ତେବେ ସେମିଫାଇନାଲରେ ଦଳ ଆର୍ଜେଣ୍ଟିନା ନିକଟରୁ ୦-୩ ଗୋଲରେ ହାରିଯିବାରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶରୁ ବଞ୍ଚତ୍ତ ହୋଇଥିଲା। ଟାଇଟଲ ହାସଲ ଆଶା ଧୂଳିସାତ ହୋଇଯାଇଥିବାରୁ ଦଳ ଆଗାମୀ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିବା ଯୋଜନାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?