ଗ୍ରାମ୍ୟ କାଜୁ ଜଙ୍ଗଲରୁ ମୋରମ ଲୁଟ୍‌

କଳିଙ୍ଗନଗର,୬ା୯(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ରାଛିପୁର ଗ୍ରାମ ସଂଲଗ୍ନ କାଜୁ ଜଙ୍ଗଲ ନିକଟରେ ବେଆଇନ ମୋରମ ଚାଲାଣ ଚାଲିଛି। କେତେଜଣ ପ୍ରଭାବଶାଳୀ ମୋରମ ବ୍ୟବସାୟୀ ମେଶିନ ଲଗାଇ ରାତିରେ ଏଠାରୁ ମୋରମ ଲୁଟ୍‌ କରୁଛନ୍ତି। ଶତାଧିକ ଗ୍ରାମବାସୀ ଏ ସମ୍ପର୍କରେ ସପ୍ତାହକ ତଳେ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏଥିରେ ରାଜସ୍ବ ଏବଂ ଲଘୁ ଖଣି ବିଭାଗ କର୍ତ୍ତୃପକ୍ଷ ଏବଂ ମୋରମ ବ୍ୟବସାୟୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଦାନଗଦି ତହସିଲ ଖପୁରିଆପଦା ରାଜସ୍ବ ସର୍କଲ ଅନ୍ତର୍ଗତ ରାଛିପୁର ମୌଜା ମୁଖ୍ୟରାସ୍ତାଠାରୁ ଅଳ୍ପ ଦୂରରେ ମୋରମ ଖୋଳିବା ଜାରି ରହିଛି। ବ୍ୟାସନଗର ଅଞ୍ଚଳର ଏହି ଯୁବକମାନେ ପ୍ରଶାସନକୁ ହାତରେ ରଖି ସ୍ପଷ୍ଟ ଦିବାଲୋକରେ ଏପରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ବାବଦରେ ଲୋକେ ଗତ ସପ୍ତାହରେ ଦାନଗଦି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ରାଛିପୁର ମୌଜାର ଖାତା ନମ୍ବର ୨୧୫ ଓ ପ୍ଲଟ୍‌ ନମ୍ବର ୯୩ରୁ ଏହି ମୋରମ ଖୋଳା ଯାଉଛି। ଏହି ପ୍ଲଟରେ ପୂର୍ବରୁ କାଜୁ ଓ ଶାଗୁଆନ ଗଛ ଲାଗିଥିବା ବେଳେ ଲୋକେ ଏହାକୁ ଗୋଠ କିସମ ଜମି ବୋଲି କହୁଛନ୍ତି। ମୋରମ ଲୁଟ୍‌ ଯୋଗୁ ସରକାରଙ୍କ ଅନେକ କୋଟି ଟଙ୍କାର ରାଜସ୍ବହାନୀ ହେଉଛି। ଭାରିଯାନ ଚଳାଚଳ ପାଇଁ ସେଠାରେ ଥିବା ପ୍ରାକୃତିକ ଜଙ୍ଗଲ ସହିତ କାଜୁ ଓ ଶାଗୁଆନ ଗଛଗୁଡିକ ମଧ୍ୟ ଉଜୁଡ଼ି ଯିବାକୁ ବସିଛି। ଭାରିଯାନ ଚଳାଚଳ ଫଳରେ ଗ୍ରାମ୍ୟ କଙ୍କ୍ରିଟ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ଏ ନେଇ ଗ୍ରାମବାସୀବିରୋଧ କରିବାରୁ ମୋରମ ବ୍ୟବସାୟୀମାନେ ସେମାନଙ୍କୁ ଧମକ ଦେଇ କଣ୍ଠରୋଧ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହେଉଛି। ଏଠାରୁ ମୋରମ ଖୋଳିବା ବାହାନାରେ ଚୋରା ବ୍ୟବସାୟୀମାନେ ନଳକୂପରେ ବ୍ୟବହାର ହେଉଥିବା ଧଳା ଗୋଡ଼ି (ଗ୍ରାଭେଲ) ପଥର ଉତ୍ତୋଳନ କରି ଲାଭ ଉଠାଉଥିବା ବେଳେ ଲଘୁ ଖଣିଜ ସମ୍ପଦ ବିଭାଗ ସେମାନଙ୍କୁ ସୁରକ୍ଷା ଦେଇଥିବା ଗ୍ରାମବାସୀ କହିଛନ୍ତି। ଲୋକେ ଖଣି ଓ ରାଜସ୍ବ ବିଭାଗକୁ ଅଭିଯୋଗ କଲେ ତାହା ଜଙ୍ଗଲ ବିଭାଗ ଜମି ହୋଇଥିବାରୁ ଚୋରି ରୋକିବା ସେମାନଙ୍କ ଦାୟିତ୍ୱ ବୋଲି କହୁଛନ୍ତି। ଅନ୍ୟପକ୍ଷେ ଜଙ୍ଗଲ ବିଭାଗ ଓ ତହସିଲ ତରଫରୁ ଘଟଣାସ୍ଥଳ ପରିଦର୍ଶନ କରାଯାଇଥିବା ବେଳେ ତାହା ଜଙ୍ଗଲ ବିଭାଗ ଜମି ନୁହେଁ ବୋଲି ଯାଜପୁର ରୋଡ଼ ବନାଞ୍ଚଳ ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ସୁତରାଂ ବିଭାଗ ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବା ବେଳେ ଚୋରା ବ୍ୟବସାୟୀମାନେ ଧନୀ ହୋଇ ଚାଲିଛନ୍ତି।
ଏ ସମ୍ପର୍କରେ ଯାଜପୁର ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଦାନଗଦି ତହସିଲ, ଲଘୁ ଖଣିଜ ସମ୍ପଦ ବିଭାଗ, ବନ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ନେଇ ଗ୍ରାମବାସୀ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ବି ସେମାନେ ନୀରବ ରହିବା ଘଟଣା ଚର୍ଚ୍ଚାର ବିଷୟ ହେଉଛି। ଆଗାମୀ ଦିନରେ ମୋରମ ଚୋରି ବନ୍ଦ କରିବା ସହିତ ବ୍ୟବସାୟୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କାଜୁ ଓ ଶାଗୁଆନ ବୃକ୍ଷକୁ ସୁରକ୍ଷିତ ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?