Posted inଫୁରସତ

ମହିଳାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ

ଲଣ୍ଡନ: ବର୍ତ୍ତମାନ ଟାଟୁ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଲୋକେ ଶରୀରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଟାଟୁ କରୁଛନ୍ତି। ହେଲେ ନିକଟରେ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ଟାଟୁ ଏତେ ପସନ୍ଦ ଯେ ଶରୀରର ସମସ୍ତ ଜାଗାରେ ଟାଟୁ କରିଦେଇଛନ୍ତି। ରିପୋର୍ଟ ମୁତାବକ, ୪୬ ବର୍ଷୀୟା ମେଲିସା ସ୍ଲୋଆନ୍‌ ତାଙ୍କ ଅଧା ଜୀବନ କେବଳ ଟାଟୁ କରିବାରେ ବିତେଇ ଦେଇଛନ୍ତି। ସେ ତାଙ୍କ ଦେହରେ ଏତେ ସାରା ଟାଟୁ କରିଛନ୍ତି ଯେ, ଏଥିପାଇଁ ତାଙ୍କୁ କେତେଥର ଚାକିରିରୁ ମଧ୍ୟ ବିଦା ହେବାକୁ ପଡ଼ିଛି। ଏହା ପରେ ମଧ୍ୟ ସେ ନିଜ ଶରୀରରେ ଟାଟୁ କରିବାକୁ ନିଜକୁ ରୋକିପାରି ନାହାନ୍ତି। ସେ ୨ ପିଲାଙ୍କ ମା’ ଅଟନ୍ତି। ଅନେକ ଥର ପିଲାଙ୍କ ଆଗରେ ମଧ୍ୟ ତାଙ୍କ ମଜାକ୍‌ ଉଡ଼ିଛି। ମେଲିସାଙ୍କ କହିବା ମୁତାବକ, ତାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ ଅଛି। ତାଙ୍କ ମୁହଁରେ ଏ ପର୍ଯ୍ୟନ୍ତ ଟାଟୁର ୩ ପରସ୍ତ ହୋଇଗଲାଣି। ସେ ଟାଟୁ କରିବା ଟାଇମ୍‌ ପାସ ନୁହେଁ, ଜୀବନର ଏକ ଅଂଶ ବୋଲି ମାନନ୍ତି। ଯଦି ସେ ଟାଟୁ କରିବା ଛାଡ଼ିଦେବେ, ତେବେ ତାଙ୍କ ଶରୀରର ଏକ ଅଙ୍ଗ ନ ଥିବା ସଦୃଶ ହୋଇଯିବ। ଯେତେବେଳେ ମେଲିସାଙ୍କୁ ୨୦ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ତାଙ୍କ ବୟଫ୍ରେଣ୍ଡ ନାମ ଶରୀରରେ ପ୍ରଥମ ଥର ପାଇଁ ଟାଟୁ କରିଥିଲେ। ତା’ ପରଠାରୁ ଟାଟୁ ତାଙ୍କ ଜୀବନର ଏକ ଅଂଶ ପାଲଟିଯାଇଛି। ତାଙ୍କ ବୟଫ୍ରେଣ୍ଡ ୫୬ ବର୍ଷରେ ମଧ୍ୟ ମେଲିସାଙ୍କ ମୁହଁରେ ଟାଟୁ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ

ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri