ଧର୍ମଶାଳା ବ୍ଲକରେ ବନ୍ୟା: ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଧର୍ମଶାଳା,୪।୯ (ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ ପଞ୍ଚାୟତର ୭ ହଜାର ୭ଶହ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବ୍ଲକ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ କ୍ଷୟକ୍ଷତି ଆକଳନ କରାଯାଇ ୬କୋଟି ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଜିଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି ବୋଲି ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଚଳିତବର୍ଷ ବ୍ରହ୍ମଣୀ ଓ ଶାଖାନଦୀ କେଲୁଅରେ ପ୍ରଳୟଙ୍କରୀ ବନ୍ୟା ହେବା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ଟି ପଞ୍ଚାୟତର ୩୧୮ ମୌଜାରେ ୭୭୪୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ହାନି ଘଟିଛି। ଚଳିତ ବର୍ଷ ବ୍ଲକରେ ୧୨,୪୧୦ ହେକ୍ଟର ଜମିରେ ଧାନ ଓ ୨୯୫୫ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। କ୍ଷତିଗ୍ରସ୍ତ ଜଳସେଚନ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫ଶହ ଟଙ୍କା, ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮ଶହ ଟଙ୍କା ଓ ପନିପରିବା ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ଲେଖାଏଁ ସହାୟତା ଦେବା ଲାଗି କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଧର୍ମଶାଳା ବ୍ଲକରେ ୫୬୮୮ ହେକ୍ଟର ଅଣ ଜଳସେଚିତ ଜମି ଓ ୧୫୬୮ ହେକ୍ଟର ଜଳସେଚିତ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୬୫ ହେକ୍ଟର ପନିପରିବା ଚାଷ (ସମୁଦାୟ ୭୭୪୦ ହେକ୍ଟର) ୪-୫ ଦିନ ଜଳମଗ୍ନ ହୋଇ ରହିବା ଯୋଗୁ ଫସଲ ନଷ୍ଟ ହୋଇଛି। ମହାମାରୀ କରୋନା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ବେଳେ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ବେଡ଼ି ଉପରେ କରୋଡା ସଦୃଶ ହୋଇଛି। ଚଳିତ ବର୍ଷ ବନ୍ୟାରେ ଧର୍ମଶାଳା ବ୍ଲକରେ ୮ ହାଜାରୁ ଊର୍ଦ୍ଧ୍ୱ ଜମିରେ ଫସଲ ନଷ୍ଟ ହୋଇଛି ବୋଲି କୃଷକ ନେତା ବସନ୍ତ କୁମାର ପରିଡା ଅଭିଯୋଗ କରିଛନ୍ତି। କ୍ଷୟକ୍ଷତି ନେଇ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବ୍ଲକ ସହ କୃଷି ଅଧିକାରୀ ପଲ୍ଲବୀ ନାୟକଙ୍କ ସହ ଯୋଗାଯୋଗ କରିବାରେ ବିଭାଗୀୟ ଅଧିକାରୀ କ୍ଷତିଗ୍ରସ୍ତ ମୌଜା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଲେ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri