ଘରବାଡ଼ି ପଟ୍ଟା ପାଇଁ ୬ ମାସ ଧରି ଧାରଣାରେ ବସିଛନ୍ତି ୭୦ରୁ ଊର୍ଦ୍ଧ୍ୱ ପରିବାର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦ ଓ୍ବାର୍ଡ ନଂ. ୩ର ୭୦ରୁ ଊର୍ଦ୍ଧ୍ୱ ପରିବାର ଗତ ୬ ମାସ ଧରି ଘରବାଡ଼ି ପଟ୍ଟା ପାଇଁ ଧାରଣାରେ ବସିଛନ୍ତି। କିନ୍ତୁ ଏଯାବତ୍‌ ତାଙ୍କର କୌଣସି ସମାଧାନ ହୋଇ ପାରି ନ ଥିବା ଧାରଣାରେ ବସିଥିବା ଶ୍ରୀନିବାସ ରାଓ, ପୀତବାସ ସେଠୀ, ପି. ସାମ୍ବା, ବିଷ୍ଣୁ ସେଠୀ, ପି. ରାଜେଶ୍ୱର ରାଓ, ସୁନା ଅନକା ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ଗତ ମେ ୨୮ରେ ଜାଗା ମିଶନର ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଥିଲେ। ମାଲକାନଗିରି ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମସ୍ୟାକୁ ନେଇ ଜିଲାପାଳ ଏବଂ ପୌର ପରିଷଦ କର୍ତ୍ତୃପକ୍ଷ ନିର୍ଦ୍ଦେଶକଙ୍କୁ ଜଣାଇଲା ପରେ ଗତ ସେପ୍ଟେମ୍ବର ୧୪ରେ ନିର୍ଦ୍ଦେଶକ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ବସ୍ତିଗୁଡ଼ିକରେ ରହୁଥିବା ୧୧୫୫ ଜଣ ବସ୍ତି ବାସିନ୍ଦା ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପରୋକ୍ତ ପରିବାରକୁ ଯାଇ ସର୍ଭେ କାର୍ଯ୍ୟ କରି ତୁରନ୍ତ ଜମି ରେକର୍ଡ ପ୍ରମାଣପତ୍ର ଦେବା ପାଇଁ ଚିଠି କରିଛନ୍ତି। ଏ ସମ୍ବନ୍ଧରେ ପୌର ପରିଷଦର ବସ୍ତି ବାସିନ୍ଦା ଥଇଥାନ ଅଧିକାରୀ ଜଗନ୍ନାଥ କେମୁଡୁ ପ୍ରକାଶ କରିଛନ୍ତି ଯେ, ଗତ ୧୦ ତାରିଖରେ ଏ ସମ୍ବନ୍ଧରେ ଏକ ବୈଠକ ଡକା ଯାଇ କମିଟି ଗଠନ କରାଯାଇଛି। ସର୍ଭେ ପାଇଁ କେତେକ ଆବଶ୍ୟକ ସାମଗ୍ରୀ ଭୁବନେଶ୍ୱରରୁ ଆସିଲା ପରେ ଏହି ସର୍ଭେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ।

ପ୍ରକାଶ ଥାଉକି, ଧାରଣାରେ ବସିଥିବା ବସ୍ତିବାସିନ୍ଦାଙ୍କ ନବରଙ୍ଗପୁର ଏମ୍‌ପି ରମେଶ ମାଝି ଧାରଣାସ୍ଥଳକୁ ଆସି ସେମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଜାଗା ମିଶନ ନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri