୧୯୨୯ କଲ୍‌ ସେଣ୍ଟରକୁ ଆସିଲାଣି ୫୦ହଜାରରୁ ଊର୍ଦ୍ଧ୍ୱ କଲ୍‌

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କରୋନା ସମ୍ପର୍କିତ ସଚେତନତା ତଥା ପରାମର୍ଶ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୪ଘଣ୍ଟିଆ ୧୯୨୯ କଲ୍‌ ସେଣ୍ଟର କାର୍ଯ୍ୟ କରୁଛି। ପ୍ରତିଦିନ ଲୋକମାନେ ଏଠାକୁ କରୋନା ସମ୍ପର୍କିତ ତଥ୍ୟ ପାଇବା ପାଇଁ ଫୋନ୍‌ କରୁଛନ୍ତି। ଗତ ମାର୍ଚ୍ଚ ୨୫ରେ ଏହି କଲ୍‌ ସେଣ୍ଟର ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସମୟରେ ମାତ୍ର ୨ଟି ଓ୍ବାର୍କ ଷ୍ଟେଶନ କାମ କରୁଥିଲା। ମାତ୍ର କରୋନାର ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କଲ୍‌ ଆସିବାକୁ ଲାଗିଲା। ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ଆଉ ୩୩ଟି ଓ୍ବାର୍କ ଷ୍ଟେଶନ ଯୋଡ଼ା ଯାଇଥିଲା। ଏବେ ଏଠାରେ ୩୫ଟି ଓ୍ବାର୍କ ଷ୍ଟେଶନ ରହିଛି। ସେଥିମଧ୍ୟରୁ ୧୫ଟି ଇନ୍‌କମିଙ୍ଗ୍‌ କଲ୍‌ ପାଇଁ, ୫ଟି ଆଉଟ୍‌ଗୋଇଙ୍ଗ୍‌ ପାଇଁ, ୮ଟି ଡାକ୍ତରଙ୍କ ପରାମର୍ଶ ପାଇଁ ରହିଛି। ତେବେ ଟିକାକରଣ ପାଇଁ ରେଜିଷ୍ଟ୍ରେଶନ୍‌ ବୁକିଂ, ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟିକା ଓ ଟେଷ୍ଟିଂ ପାଇଁ ବୁକିଂ ପାଇଁ ସେଥିରୁ ୪ଟି ଓ୍ବାର୍କ ଷ୍ଟେଶନ କାମ କରୁଛି। ମେ ୨୦ସୁଦ୍ଧା ଏହି ସେଣ୍ଟର ୫୦ହଜାରରୁ ଊର୍ଦ୍ଧ୍ୱ କଲ୍‌ କରି ଏକ ମାଇଲ ଷ୍ଟୋନ୍‌ ସ୍ଥାପନ କରିଛି। ଏଯାବତ୍‌ କରୋନା ସମ୍ବନ୍ଧୀୟ ୫୧ହଜାର ୩୫୧ ଇନ୍‌କମିଙ୍ଗ କଲ୍‌ ରିସିଭ୍‌ କରାଯାଇଥିବାବେଳେ ୫୦ହଜାର ୪୧୪ କଲ୍‌ ଗୃହ ସଙ୍ଗରୋଧ ବ୍ୟକ୍ତିଙ୍କୁ କଲ୍‌ ସେଣ୍ଟର ପକ୍ଷରୁ କରାଯାଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝାଯାଇଛି। ସେହିପରି ୧୪ହଜାର ୧୨୭ଜଣ ବ୍ୟକ୍ତି ଫୋନ୍‌ କରି ୧୯୨୯ରେ ନିୟୋଜିତ ଥିବା ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି। କୋଭିଡ୍‌ ପରିଚାଳନାକୁ ଆହୁରି ସୁଗମ କରିବା ପାଇଁ ୧୯୨୯ର କଲ୍‌ ସେଣ୍ଟର ଆରମ୍ଭ କରାଯାଇଥିଲା। ଯେପରି କୌଣସି କଲ୍‌ ଡ୍ରପ୍‌ ନ ହୁଏ ସେ ନେଇ ପଦକ୍ଷେପ ନେବା ସହ ଏଠାକୁ ଫୋନ୍‌ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ କିପରି ସହଯୋଗ କରାଯାଇ ପାରିବ ସେ ନେଇ ପ୍ରଚେଷ୍ଟା ଜାରି ରହିଛି ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri