୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ ବଢୁଛି ପୁଣି ଦିନେ କମୁଛି। ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ ରହିବା ପରେ ଏହା ପୁଣି ବଢ଼ିଛି। ବୁଧବାର ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୭୩୩ ଥିବାବେଳେ କରୋନାରେ ୯୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୮୯୨ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୪ ହଜାର ୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୧୮ ପ୍ରତିଶତ ଛୁଇଁଛି। ସେହିପରି ଦୈନିକ ପଜିଟିଭ୍‌ ହାର ୨.୪୨ ପ୍ରତିଶତ ରହିଛି। ଅପରପକ୍ଷରେ ୪ ଲକ୍ଷ ୬୦ ହଜାର ୭୦୪ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୨୮ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୬ କୋଟି ୪୮ ଲକ୍ଷ ୪୭ ହଜାର ୪୫୯ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୨ କୋଟି ୫୨ ଲକ୍ଷ ୨୫ ହଜାର ୮୯୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡିରେ ହାଜର ହେବେ ତେଜସ୍ବୀ

ନୂଆଦିଲ୍ଲୀ,୧୦।୪: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ମଙ୍ଗଳବାର ଇଡି ତେଜସ୍ବୀଙ୍କୁ...

୬ ସହରରୁ କୋଲକାତାକୁ ବିମାନ ଉଡ଼ାଣ ଅନୁମତି

କୋଲକାତା, ୨୭।୮: ପଶ୍ଚିମବଙ୍ଗରେ ଲକ୍‌ଡାଉନ କଟକଣାକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେପ୍ଟେମ୍ବରରୁ ରାଜ୍ୟ ଭିତରେ ଲୋକାଲ ଟ୍ରେନ୍‌ ଓ ମେଟ୍ରୋ ରେଳସେବା ଆରମ୍ଭ...

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନଙ୍କୁ ଆଶ୍ୱସ୍ତି

ଯୋଧପୁର,୨୧।୩: ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କ କୃଷ୍ଣସାର ମୃଗ ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ହାଇକୋର୍ଟର ଯୋଧପୁର ବେଞ୍ଚ...

କୋଲକାତାରେ ବିମାନର ଜରୁରୀ ଅବତରଣ

କୋଲକାତା,୨୦ା୯: ଓ୍ବିଣ୍ଡଶିଲ୍ଡରେ ଫାଟ ଦେଖାଯିବାରୁ ବୁଧବାର ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନକୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ...

ସୁରକ୍ଷାକର୍ମୀଙ୍କୁ ସଫଳତା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୬: ଜମ୍ମୁ-କଶ୍ମୀରର ଅନନ୍ତନାଗ ଏବଂ କୁଲଗାମ୍‌ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତିି।...

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’…

ନୂଆଦିଲ୍ଲୀ,୧୮।୯ : ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା...

କହିଥିଲେ, ଦେଲେ ନାହିଁ

ନୂଆଦିଲ୍ଲୀ,୨୬ା୪: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ବିଭିନ୍ନ ରାଜ୍ୟର ଦାବି ପରେ ମେ’ ୧ ତାରିଖରୁ ୧୮-୪୪ ବର୍ଷୀୟଙ୍କୁ କୋଭିଡ୍‌-୧୯ ଟିକା ନେବା ପାଇଁ...

୧୩ ଚାଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା

ନୂଆଦିଲ୍ଲୀ,୨୫ା୧୨:ଗତ ସେପ୍ଟେମ୍ବରରେ ନିଜେ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ରାଜି ହେଉନାହାନ୍ତି । ଏହାକୁ ହଟାଇବା ଦାବିରେ ଚାଲିଥିବା...

Advertisement
Archives

Model This Week