୩ ଲକ୍ଷରୁ ଊର୍ଦ୍ଧ୍ୱ ଜଳବନ୍ଦୀ

କେନ୍ଦ୍ରାପଡା ଅଫିସ,୩୧।୮: କେନ୍ଦ୍ରାପଡା ଜିଲାରେ ପ୍ରବାହିତ ବିରୂପା, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କମିଛି। ମାତ୍ର ଏହା ପ୍ରଭାବରେ ୨୦୩ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଜଳବନ୍ଦୀ ରହିଛନ୍ତି। ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ଡେରାବିଶ ଆଦି ବ୍ଲକର ୧୦୯ ଗ୍ରାମରେ ବନ୍ୟା ଜଳ ପଶି ଜନ ଜୀବନକୁ ବେହାଲ କରିଦେଇଛି। ସେହିପରି ମହାନଦୀ ସିଷ୍ଟମରେ ଥିବା ପାଇକା, ମହାନଦୀ, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଆଦି ନଦୀରେ ଜଳସ୍ତର ବଢ଼ି ସ୍ଥିତି ଗମ୍ଭୀର ହୋଇଛି। ଡେରାବିଶ, କେନ୍ଦ୍ରାପଡା, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ୯୪ଟି ଗ୍ରାମ ବନ୍ୟାପ୍ଳାବିତ ହୋଇଛି। ତଳକୁସୁମା, ପାଟକୁରା, ମଙ୍ଗରାଜପୁର, ବଟିରା, ରତନପୁର, ଦଶମାଣକୂଳ ଆଦି କେତେକ ସ୍ଥାନରେ ନଦୀବନ୍ଧରେ ଘଳିଆ ସୃଷ୍ଟି ହୋଇଛି।ଡେରାବିଶ ବ୍ଲକ ଦେଇ ପ୍ରବାହିତ ବିରୂପା ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବେଣୀପୁର ଗ୍ରାମର ୫ଟି ୱାର୍ଡ଼ର ୩୦୦୦ରୁ ଊର୍ଦ୍ଧ୍ୱ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି। ଗ୍ରାମର ବହୁ ଏକମହଲା ବିଶିଷ୍ଟ କୋଠାଘର ପାଣିରେ ବୁଡ଼ି ରହିଛି। ଜିଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ମାର୍ଶାଘାଇ ବ୍ଲକ ଆୟତ୍ତପୁର ପଞ୍ଚାୟତ, ଲୁଣା କରାଣ୍ଡିଆ ଦ୍ୱିପାଞ୍ଚଳର କେତେକ ଗ୍ରାମରେ ନଦୀବନ୍ଧ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।
ଜିଲା ପ୍ରଶାସନ ପକ୍ଷରୁ ୮ଟି ଓଡ୍ରାଫ୍‌ ଓ ଏନଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ବିଧାୟକଙ୍କ ସମେତ କଂଗ୍ରେସ ନେତା ଗଣେଶ୍ୱର ବେହେରା, ଭାଜପା ନେତା ଭୂବନମୋହନ ଜେନା, ଗଣେଷ ଚନ୍ଦ୍ର ସାମଲ ଓ ସ୍ବେଚ୍ଛାସେବୀମାନେ ଏଥିରେ ସହଯୋଗ କରୁଛନ୍ତି। ଇତିମଧ୍ୟରେ ୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ତାଳସଙ୍ଗା ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ କହିବାନୁସାରେ, ତରଡିପାଳ, ମହିଷଁାଢ଼ଇ ଆଦି ବନ୍ୟାପ୍ଳାବିତ ଗ୍ରାମରେ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚତ୍ ପାରି ନାହିଁ। ଫଳରେ ବହୁଲୋକ ଖାଦ୍ୟ ଓ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀଙ୍କ ସୂଚନା ଅନୁଯାୟୀ, କଟକସ୍ଥିତ ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ପ୍ରାୟ ୧୦ ଲକ୍ଷ ଘନଫୁଟ ଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେଉଛି। ଫଳରେ ଏହି ସିଷ୍ଟମରେ ଥିବା ପ୍ରତ୍ୟେକ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ରହିଛି। ଜିଲା ପ୍ରଶାସନ ପକ୍ଷରୁ ରାତ୍ରକାଳୀନ ଜଗୁଆଳି ବ୍ୟବସ୍ଥା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ବିପନ୍ନମାନଙ୍କୁ ପାଲ, ଗୋଖାଦ୍ୟ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ପାନୀୟ ଜଳ, ଔଷଧ ବଣ୍ଟନ କରାଯାଉଛି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର କମିବା ଫଳରେ କେତେକ ଗ୍ରାମରୁ ବନ୍ୟା ଜଳ ନିଷ୍କାସିତ ହୋଇଛି। ଏସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ମହାନଦୀର ଜଳସ୍ତର ଉପରମୁଣ୍ଡରେ କମ୍‌ ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟାର ପ୍ରଭାବ କମିବାର ସମ୍ଭାବନା ରହିଛି। ବିଭିନ୍ନ ନଦୀବନ୍ଧରେ ହୋଇଥିବା ଘଳିଆଗୁଡିକୁ ମରାମତି କରାଯିବା ସହ ଦୁର୍ବଳ ସ୍ଥାନରେ ବାଲିବସ୍ତା ପ୍ୟାକିଂ ହୋଇଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଜିଲାର ବନ୍ୟା ସ୍ଥିତି ଏବେ ଗମ୍ଭୀର ରହିଛିି। ବିଭାଗୀୟ ଅଧିକାରୀମାନେ ଏହାର ନିରାକରଣରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?