୩ ଲକ୍ଷରୁ ଊର୍ଦ୍ଧ୍ୱ ଜଳବନ୍ଦୀ

କେନ୍ଦ୍ରାପଡା ଅଫିସ,୩୧।୮: କେନ୍ଦ୍ରାପଡା ଜିଲାରେ ପ୍ରବାହିତ ବିରୂପା, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କମିଛି। ମାତ୍ର ଏହା ପ୍ରଭାବରେ ୨୦୩ ଗ୍ରାମର ୩ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏବେ ଜଳବନ୍ଦୀ ରହିଛନ୍ତି। ଆଳି, ରାଜନଗର, ପଟ୍ଟାମୁଣ୍ଡାଇ, ଡେରାବିଶ ଆଦି ବ୍ଲକର ୧୦୯ ଗ୍ରାମରେ ବନ୍ୟା ଜଳ ପଶି ଜନ ଜୀବନକୁ ବେହାଲ କରିଦେଇଛି। ସେହିପରି ମହାନଦୀ ସିଷ୍ଟମରେ ଥିବା ପାଇକା, ମହାନଦୀ, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଆଦି ନଦୀରେ ଜଳସ୍ତର ବଢ଼ି ସ୍ଥିତି ଗମ୍ଭୀର ହୋଇଛି। ଡେରାବିଶ, କେନ୍ଦ୍ରାପଡା, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ୯୪ଟି ଗ୍ରାମ ବନ୍ୟାପ୍ଳାବିତ ହୋଇଛି। ତଳକୁସୁମା, ପାଟକୁରା, ମଙ୍ଗରାଜପୁର, ବଟିରା, ରତନପୁର, ଦଶମାଣକୂଳ ଆଦି କେତେକ ସ୍ଥାନରେ ନଦୀବନ୍ଧରେ ଘଳିଆ ସୃଷ୍ଟି ହୋଇଛି।ଡେରାବିଶ ବ୍ଲକ ଦେଇ ପ୍ରବାହିତ ବିରୂପା ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବେଣୀପୁର ଗ୍ରାମର ୫ଟି ୱାର୍ଡ଼ର ୩୦୦୦ରୁ ଊର୍ଦ୍ଧ୍ୱ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି। ଗ୍ରାମର ବହୁ ଏକମହଲା ବିଶିଷ୍ଟ କୋଠାଘର ପାଣିରେ ବୁଡ଼ି ରହିଛି। ଜିଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ମାର୍ଶାଘାଇ ବ୍ଲକ ଆୟତ୍ତପୁର ପଞ୍ଚାୟତ, ଲୁଣା କରାଣ୍ଡିଆ ଦ୍ୱିପାଞ୍ଚଳର କେତେକ ଗ୍ରାମରେ ନଦୀବନ୍ଧ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି।
ଜିଲା ପ୍ରଶାସନ ପକ୍ଷରୁ ୮ଟି ଓଡ୍ରାଫ୍‌ ଓ ଏନଡିଆର୍‌ଏଫ୍‌ ଟିମ୍‌, ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ବିଧାୟକଙ୍କ ସମେତ କଂଗ୍ରେସ ନେତା ଗଣେଶ୍ୱର ବେହେରା, ଭାଜପା ନେତା ଭୂବନମୋହନ ଜେନା, ଗଣେଷ ଚନ୍ଦ୍ର ସାମଲ ଓ ସ୍ବେଚ୍ଛାସେବୀମାନେ ଏଥିରେ ସହଯୋଗ କରୁଛନ୍ତି। ଇତିମଧ୍ୟରେ ୬୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ତାଳସଙ୍ଗା ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ କହିବାନୁସାରେ, ତରଡିପାଳ, ମହିଷଁାଢ଼ଇ ଆଦି ବନ୍ୟାପ୍ଳାବିତ ଗ୍ରାମରେ ଏପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚତ୍ ପାରି ନାହିଁ। ଫଳରେ ବହୁଲୋକ ଖାଦ୍ୟ ଓ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀଙ୍କ ସୂଚନା ଅନୁଯାୟୀ, କଟକସ୍ଥିତ ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ପ୍ରାୟ ୧୦ ଲକ୍ଷ ଘନଫୁଟ ଜଳ ପ୍ରତିସେକେଣ୍ଡରେ ପ୍ରବାହିତ ହେଉଛି। ଫଳରେ ଏହି ସିଷ୍ଟମରେ ଥିବା ପ୍ରତ୍ୟେକ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଊର୍ଦ୍ଧ୍ୱରେ ରହିଛି। ଜିଲା ପ୍ରଶାସନ ପକ୍ଷରୁ ରାତ୍ରକାଳୀନ ଜଗୁଆଳି ବ୍ୟବସ୍ଥା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ବିପନ୍ନମାନଙ୍କୁ ପାଲ, ଗୋଖାଦ୍ୟ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ପାନୀୟ ଜଳ, ଔଷଧ ବଣ୍ଟନ କରାଯାଉଛି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର କମିବା ଫଳରେ କେତେକ ଗ୍ରାମରୁ ବନ୍ୟା ଜଳ ନିଷ୍କାସିତ ହୋଇଛି। ଏସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ମହାନଦୀର ଜଳସ୍ତର ଉପରମୁଣ୍ଡରେ କମ୍‌ ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟାର ପ୍ରଭାବ କମିବାର ସମ୍ଭାବନା ରହିଛି। ବିଭିନ୍ନ ନଦୀବନ୍ଧରେ ହୋଇଥିବା ଘଳିଆଗୁଡିକୁ ମରାମତି କରାଯିବା ସହ ଦୁର୍ବଳ ସ୍ଥାନରେ ବାଲିବସ୍ତା ପ୍ୟାକିଂ ହୋଇଛି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଜିଲାର ବନ୍ୟା ସ୍ଥିତି ଏବେ ଗମ୍ଭୀର ରହିଛିି। ବିଭାଗୀୟ ଅଧିକାରୀମାନେ ଏହାର ନିରାକରଣରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri