୨୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ

ନାଉଗାଁ,୧୯ା୪(ସ୍ବ.ପ୍ର.):ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେଉଁଠି ପାଇପ ଫାଟି ରାସ୍ତା ଘାଟରେ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ଆଉ କେଉଁଠି ଦୀର୍ଘ ଦିନ ହେବ ପାଇପ ସଂଯୋଗ କରାଯାଇଥିଲେ ମଧ୍ୟ ପାନୀୟ ଜଳ ପହଞ୍ଚି ପାରୁନାହିଁି। ଏହାର ଜ୍ୱଳନ୍ତ ଉଦାହରଣ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତଟି ନଦୀ ନଦୀ କୂଳରେ ଅବସ୍ଥିତ। ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମ ହୋଇଥିବାରୁ ଏଠାରେ ଅଧିକାଂଶ ନଳକୂପରରୁ ଲୁଣି ପାଣି ଆସିଥାଏ। ନଦୀ କୂଳିଆବାସୀଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସାରେଇକୂଳଠାରେ ଏକ ସୁଉଚ୍ଚ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଉପରେ ପଞ୍ଚାୟତର ଶାଳିଜଙ୍ଗା, ଅଙ୍ଗେଶ୍ୱରପଡା, ଶିଖର, ବିଲିପଡା ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଲୋକେ ନିର୍ଭରଶୀଳ। ଉକ୍ତ ପ୍ରକଳ୍ପ ଜରିଆରେ ପରିବାରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ସଂଯୋଗ କରାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ୩ ବର୍ଷ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲ ମଧ୍ୟ ଏପର୍ଯ୍ୟନ୍ତ ପାଣି ଆସିନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସେମାନେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ବୋଲି କହିଛନ୍ତି। ସାରେଇକୂଲର ଦୋଳ ଗୋବିନ୍ଦ ଲେଙ୍କା, ଶଙ୍କର ପ୍ରସାଦ ରାଉତ, ଶିଖରର ଅନାଦି ବାରିକ, ବିଜୟ କୁମାର ବାରିକ, ବିଲିପଡାର ନନ୍ଦ ସ୍ବାଇଁଙ୍କ କହିବା ମୁତାବକ ଗ୍ରାମ ଦେଇ ୨ ଟି ମୁଖ୍ୟ ରାସ୍ତା ଯାଇଛି। ଗୋଟିଏ ରାସ୍ତା ସାରେଇକୂଳରୁ ଶାଳିଜଙ୍ଗାକୁ ସଂଯୋଗ କରୁଛି। ଏହା ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରହିଛି। ସେହିପରି ଅନ୍ୟ ରାସ୍ତାଟି ଶିଖରଘାଟ-ବାଲିଭଉଁରୀକୁ ସଂଯୋଗ କରୁଛି। ଏହି ରାସ୍ତା ପାର୍ଶ୍ୱରେ ସାରେକୂଲ, ବିଲିପଡା ଗ୍ରାମ ରହିଛି। ଏହି ୨ଟି ରାସ୍ତା ମରାମତି ସମୟରେ ପାନୀୟ ଜଳ ପ୍ରକଳ୍ପରୁ ସଂଯୋଗ କରାଯାଇଥିବା ପାଇପଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ସେହିପରି ପାଇପ ସଂଯୋଗ ସମୟରେ ସରକାରୀ ନିୟମ ଅନୁସାରେ ପ୍ରତି ଘରକୁ ପାଇପ ସଂଯୋଗ କରି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରିବା କଥା। କିନ୍ତୁ କାର୍ଯାଦେଶ ପାଇଥିବା ଠିକାଦାର ଗୋଟିଏ ଷ୍ଟାଣ୍ଡ ପୋଷ୍ଟରେ ୩ରୁ ଅଧିକ ଗୃହ ସଂଯୋଗ କରିଛଛି।
ଏବେ ଗ୍ରୀଷ୍ମ ପ୍ରବାଦ ଜାରି ରହିଥିବା ବେଳେ ଅନେକ ନଳକୂପ ଅଚଳ ହୋଇଯାଇଛି। ଏଭଳି ସମୟରେ ଗ୍ରାମ୍ୟ ଜଳ ପରିମଳ ବିଭାଗ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଏକମାତ୍ର ଭରସା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ପାନୀୟ ଜଳ ପାଇବାରୁ ସ୍ଥାନୀୟ ଲୋକେ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି। ମୁଁ ଏବିଷୟରେ ଅବଗତ ନଥିଲ। ଖୁବଶୀଘ୍ର ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?