୨୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ

ନାଉଗାଁ,୧୯ା୪(ସ୍ବ.ପ୍ର.):ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେଉଁଠି ପାଇପ ଫାଟି ରାସ୍ତା ଘାଟରେ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ଆଉ କେଉଁଠି ଦୀର୍ଘ ଦିନ ହେବ ପାଇପ ସଂଯୋଗ କରାଯାଇଥିଲେ ମଧ୍ୟ ପାନୀୟ ଜଳ ପହଞ୍ଚି ପାରୁନାହିଁି। ଏହାର ଜ୍ୱଳନ୍ତ ଉଦାହରଣ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତଟି ନଦୀ ନଦୀ କୂଳରେ ଅବସ୍ଥିତ। ନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମ ହୋଇଥିବାରୁ ଏଠାରେ ଅଧିକାଂଶ ନଳକୂପରରୁ ଲୁଣି ପାଣି ଆସିଥାଏ। ନଦୀ କୂଳିଆବାସୀଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସାରେଇକୂଳଠାରେ ଏକ ସୁଉଚ୍ଚ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଉପରେ ପଞ୍ଚାୟତର ଶାଳିଜଙ୍ଗା, ଅଙ୍ଗେଶ୍ୱରପଡା, ଶିଖର, ବିଲିପଡା ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ଲୋକେ ନିର୍ଭରଶୀଳ। ଉକ୍ତ ପ୍ରକଳ୍ପ ଜରିଆରେ ପରିବାରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଇପ ସଂଯୋଗ କରାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ୩ ବର୍ଷ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲ ମଧ୍ୟ ଏପର୍ଯ୍ୟନ୍ତ ପାଣି ଆସିନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସେମାନେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ବୋଲି କହିଛନ୍ତି। ସାରେଇକୂଲର ଦୋଳ ଗୋବିନ୍ଦ ଲେଙ୍କା, ଶଙ୍କର ପ୍ରସାଦ ରାଉତ, ଶିଖରର ଅନାଦି ବାରିକ, ବିଜୟ କୁମାର ବାରିକ, ବିଲିପଡାର ନନ୍ଦ ସ୍ବାଇଁଙ୍କ କହିବା ମୁତାବକ ଗ୍ରାମ ଦେଇ ୨ ଟି ମୁଖ୍ୟ ରାସ୍ତା ଯାଇଛି। ଗୋଟିଏ ରାସ୍ତା ସାରେଇକୂଳରୁ ଶାଳିଜଙ୍ଗାକୁ ସଂଯୋଗ କରୁଛି। ଏହା ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରହିଛି। ସେହିପରି ଅନ୍ୟ ରାସ୍ତାଟି ଶିଖରଘାଟ-ବାଲିଭଉଁରୀକୁ ସଂଯୋଗ କରୁଛି। ଏହି ରାସ୍ତା ପାର୍ଶ୍ୱରେ ସାରେକୂଲ, ବିଲିପଡା ଗ୍ରାମ ରହିଛି। ଏହି ୨ଟି ରାସ୍ତା ମରାମତି ସମୟରେ ପାନୀୟ ଜଳ ପ୍ରକଳ୍ପରୁ ସଂଯୋଗ କରାଯାଇଥିବା ପାଇପଗୁଡିକ ବନ୍ଦ ହୋଇଯାଇଛି। ଫଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।
ସେହିପରି ପାଇପ ସଂଯୋଗ ସମୟରେ ସରକାରୀ ନିୟମ ଅନୁସାରେ ପ୍ରତି ଘରକୁ ପାଇପ ସଂଯୋଗ କରି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରିବା କଥା। କିନ୍ତୁ କାର୍ଯାଦେଶ ପାଇଥିବା ଠିକାଦାର ଗୋଟିଏ ଷ୍ଟାଣ୍ଡ ପୋଷ୍ଟରେ ୩ରୁ ଅଧିକ ଗୃହ ସଂଯୋଗ କରିଛଛି।
ଏବେ ଗ୍ରୀଷ୍ମ ପ୍ରବାଦ ଜାରି ରହିଥିବା ବେଳେ ଅନେକ ନଳକୂପ ଅଚଳ ହୋଇଯାଇଛି। ଏଭଳି ସମୟରେ ଗ୍ରାମ୍ୟ ଜଳ ପରିମଳ ବିଭାଗ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଏକମାତ୍ର ଭରସା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ପାନୀୟ ଜଳ ପାଇବାରୁ ସ୍ଥାନୀୟ ଲୋକେ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି। ମୁଁ ଏବିଷୟରେ ଅବଗତ ନଥିଲ। ଖୁବଶୀଘ୍ର ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri