ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

କେନ୍ଦ୍ରାପଡ଼ା ଅଫିସ, ୧୯ା୪:ବିଶିଷ୍ଟ ସଂସ୍କୃତ କବି କାଳିଦାସ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚିତ ସାହିତ୍ୟକୃତି ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ତେବେ କାଳିଦାସଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲାର ଏକ ଅଖ୍ୟାତ ଗଁା ଏବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ଏହି ଗ୍ରାମର ନାମ ବବକରପୁର। ଦୁଇଶହ ବର୍ଷରୁ ଅଧିକ ହେଲା ଗ୍ରାମବାସୀ କାଳିଦାସଙ୍କୁ ଠାକୁର ରୂପେ ପୂଜାର୍ଚ୍ଚନା କରୁଛନ୍ତି। ଜିଲାର ମହାକାଳପଡ଼ା ବ୍ଲକ ବବକରପୁର ଗଁାରେ ରହିଛି କାଳିଦାସ ମନ୍ଦିର। ଏଠାରେ କବିଙ୍କ ଏକ ପ୍ରତିମୂର୍ତ୍ତି ଅଛି। ସହରଠାରୁ ଶ୍ରୀବଳଦେବ ଜୀଉ ରାସ୍ତା-ଅଙ୍ଗୁଳାଇ-ଓରତ ରାସ୍ତାର ମାତ୍ର ୧୨ କି.ମି. ଦୂର।
ଏ ସମ୍ପର୍କରେ ଗଁାର ଶିକ୍ଷାବିତ୍‌ ଡ. ଭୈରବ ଚରଣ ଜେନା କୁହନ୍ତି, ପ୍ରତି ମନ୍ଦିରରେ ଦେବଦେବୀଙ୍କ ସ୍ତୁତି ଓ ଶ୍ଲୋକପାଠ ହୁଏ। ତେବେ ଏହି ମନ୍ଦିରରେ ବ୍ରାହ୍ମଣଙ୍କ ଦ୍ୱାରା କାଳିଦାସଙ୍କ ବିଭିନ୍ନ କାବ୍ୟ କବିତା ଓ ନାଟକର କିଛି ଅଂଶ ପାଠ କରାଯାଏ। ୧୮୦୨ ମସିହାରେ ଏହି ମନ୍ଦିର ତତ୍କାଳୀନ ଜମିଦାର ବଳରାମ ଭ୍ରମରବର ରାୟ ପ୍ରତିଷ୍ଠା କରିଥିଲେ। କବି କାଳିଦାସଙ୍କ ବଡ଼ ପ୍ରଶଂସକ ଥିବା ଏହି ଜମିଦାରଙ୍କର ୧୮୩୨ରେ ମୃତ୍ୟୁ ହୋଇଥିଲା। ପରେ ଗ୍ରାମବାସୀ ମନ୍ଦିରର ପୂଜା ପଦ୍ଧତିକୁ ଆଗକୁ ବଢ଼ାଇ ଆସୁଛନ୍ତି। ପୂଜକ ଉତ୍ତମ କୁମାର ମିଶ୍ର କୁହନ୍ତି, ଏହି ମନ୍ଦିର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ। ପୂର୍ବରୁ ଏଠାରେ କାବ୍ୟ କବିତା ପାଠ ହେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ପୂଜାପାର୍ବଣକୁ ଯୋଡ଼ି ଦେଇଛନ୍ତି। ସରସ୍ବତୀ ପୂଜା, କାଳିଦାସ ଜୟନ୍ତୀ ସହ ଗ୍ରାମର ଅଷ୍ଟପ୍ରହର ପୂଜା ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ିହୋଇଛି। ରାଜଗଡ଼ ଗ୍ରାମର ନୟନମଣି ସାମଲ କୁହନ୍ତି, ରାଜା ବିକ୍ରମାଦିତ୍ୟଙ୍କ ସମୟରେ କବି କାଳି ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ, ତାହା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା। ଏପରି ମହାନ୍‌ କବିଙ୍କ ପୂଜା ଅନ୍ୟତ୍ର ଦେଖୁବାକୁ ମିଳୁ ନ ଥିବାରୁ ଜିଲା ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ରାଜ୍ୟର ଏକମାତ୍ର ଏହି କାଳିଦାସ ମନ୍ଦିର ରାଜ୍ୟ ପର୍ଯ୍ୟଟନସ୍ଥଳ ମାନଚିତ୍ରରେ ସ୍ଥାନ ପାଇଲେ ଜିଲାର ଆର୍ଥିକ, ସାଂସ୍କୃତିକ ବିକାଶ ହେବ। ଏ ସମ୍ପର୍କରେ ଗବେଷକ ନେପାକ ସାମନ୍ତ କୁହନ୍ତି, ପୂର୍ବରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ହୋଇଥିଲା। ଏହି ମନ୍ଦିରର କାଳିଦାସ ମୂର୍ତ୍ତି ବାସ୍ତବରେ ଏକ ବୁଦ୍ଧଦେବଙ୍କ ମୂର୍ତ୍ତି ସେହିପରି ପୁରୁଣା ଶ୍ରୀବଳଦେବ ଜୀଉଙ୍କ ମନ୍ଦିରର ଗରୁଡ଼ ମୂର୍ତ୍ତି କାଳିଦାସ ମନ୍ଦିରରେ ରହିଥିବା ସୂଚନା ମିଳୁଛି। ଏହାକୁ ନେଇ ଅଧିକ ଗବେଷଣା ଆବଶ୍ୟକ। ଦୁଇଶହ ବର୍ଷ ଧରି ପୂଜାର୍ଚ୍ଚନା ଚାଲିଥିବା କାଳିଦାସ ମନ୍ଦିରକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଆବଶ୍ୟକ ବୋଲି ଗବେଷକ ସାମନ୍ତ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ହିମାଳୟ ତ୍ରିପାଠୀ କହିଛନ୍ତି, ଏହାକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ବୁକ୍‌ଲେଟ ଓ ତଥ୍ୟ ସଂଗ୍ରହ ହେଉଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଖୁସି ଖବର ମିଳିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri