ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ

କେନ୍ଦ୍ରାପଡ଼ା ଅଫିସ, ୧୯ା୪:ବିଶିଷ୍ଟ ସଂସ୍କୃତ କବି କାଳିଦାସ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚିତ ସାହିତ୍ୟକୃତି ତାଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ତେବେ କାଳିଦାସଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲାର ଏକ ଅଖ୍ୟାତ ଗଁା ଏବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ଏହି ଗ୍ରାମର ନାମ ବବକରପୁର। ଦୁଇଶହ ବର୍ଷରୁ ଅଧିକ ହେଲା ଗ୍ରାମବାସୀ କାଳିଦାସଙ୍କୁ ଠାକୁର ରୂପେ ପୂଜାର୍ଚ୍ଚନା କରୁଛନ୍ତି। ଜିଲାର ମହାକାଳପଡ଼ା ବ୍ଲକ ବବକରପୁର ଗଁାରେ ରହିଛି କାଳିଦାସ ମନ୍ଦିର। ଏଠାରେ କବିଙ୍କ ଏକ ପ୍ରତିମୂର୍ତ୍ତି ଅଛି। ସହରଠାରୁ ଶ୍ରୀବଳଦେବ ଜୀଉ ରାସ୍ତା-ଅଙ୍ଗୁଳାଇ-ଓରତ ରାସ୍ତାର ମାତ୍ର ୧୨ କି.ମି. ଦୂର।
ଏ ସମ୍ପର୍କରେ ଗଁାର ଶିକ୍ଷାବିତ୍‌ ଡ. ଭୈରବ ଚରଣ ଜେନା କୁହନ୍ତି, ପ୍ରତି ମନ୍ଦିରରେ ଦେବଦେବୀଙ୍କ ସ୍ତୁତି ଓ ଶ୍ଲୋକପାଠ ହୁଏ। ତେବେ ଏହି ମନ୍ଦିରରେ ବ୍ରାହ୍ମଣଙ୍କ ଦ୍ୱାରା କାଳିଦାସଙ୍କ ବିଭିନ୍ନ କାବ୍ୟ କବିତା ଓ ନାଟକର କିଛି ଅଂଶ ପାଠ କରାଯାଏ। ୧୮୦୨ ମସିହାରେ ଏହି ମନ୍ଦିର ତତ୍କାଳୀନ ଜମିଦାର ବଳରାମ ଭ୍ରମରବର ରାୟ ପ୍ରତିଷ୍ଠା କରିଥିଲେ। କବି କାଳିଦାସଙ୍କ ବଡ଼ ପ୍ରଶଂସକ ଥିବା ଏହି ଜମିଦାରଙ୍କର ୧୮୩୨ରେ ମୃତ୍ୟୁ ହୋଇଥିଲା। ପରେ ଗ୍ରାମବାସୀ ମନ୍ଦିରର ପୂଜା ପଦ୍ଧତିକୁ ଆଗକୁ ବଢ଼ାଇ ଆସୁଛନ୍ତି। ପୂଜକ ଉତ୍ତମ କୁମାର ମିଶ୍ର କୁହନ୍ତି, ଏହି ମନ୍ଦିର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ। ପୂର୍ବରୁ ଏଠାରେ କାବ୍ୟ କବିତା ପାଠ ହେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ପୂଜାପାର୍ବଣକୁ ଯୋଡ଼ି ଦେଇଛନ୍ତି। ସରସ୍ବତୀ ପୂଜା, କାଳିଦାସ ଜୟନ୍ତୀ ସହ ଗ୍ରାମର ଅଷ୍ଟପ୍ରହର ପୂଜା ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡ଼ିହୋଇଛି। ରାଜଗଡ଼ ଗ୍ରାମର ନୟନମଣି ସାମଲ କୁହନ୍ତି, ରାଜା ବିକ୍ରମାଦିତ୍ୟଙ୍କ ସମୟରେ କବି କାଳି ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ, ତାହା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା। ଏପରି ମହାନ୍‌ କବିଙ୍କ ପୂଜା ଅନ୍ୟତ୍ର ଦେଖୁବାକୁ ମିଳୁ ନ ଥିବାରୁ ଜିଲା ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ରାଜ୍ୟର ଏକମାତ୍ର ଏହି କାଳିଦାସ ମନ୍ଦିର ରାଜ୍ୟ ପର୍ଯ୍ୟଟନସ୍ଥଳ ମାନଚିତ୍ରରେ ସ୍ଥାନ ପାଇଲେ ଜିଲାର ଆର୍ଥିକ, ସାଂସ୍କୃତିକ ବିକାଶ ହେବ। ଏ ସମ୍ପର୍କରେ ଗବେଷକ ନେପାକ ସାମନ୍ତ କୁହନ୍ତି, ପୂର୍ବରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ହୋଇଥିଲା। ଏହି ମନ୍ଦିରର କାଳିଦାସ ମୂର୍ତ୍ତି ବାସ୍ତବରେ ଏକ ବୁଦ୍ଧଦେବଙ୍କ ମୂର୍ତ୍ତି ସେହିପରି ପୁରୁଣା ଶ୍ରୀବଳଦେବ ଜୀଉଙ୍କ ମନ୍ଦିରର ଗରୁଡ଼ ମୂର୍ତ୍ତି କାଳିଦାସ ମନ୍ଦିରରେ ରହିଥିବା ସୂଚନା ମିଳୁଛି। ଏହାକୁ ନେଇ ଅଧିକ ଗବେଷଣା ଆବଶ୍ୟକ। ଦୁଇଶହ ବର୍ଷ ଧରି ପୂଜାର୍ଚ୍ଚନା ଚାଲିଥିବା କାଳିଦାସ ମନ୍ଦିରକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଆବଶ୍ୟକ ବୋଲି ଗବେଷକ ସାମନ୍ତ କହିଛନ୍ତି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ହିମାଳୟ ତ୍ରିପାଠୀ କହିଛନ୍ତି, ଏହାକୁ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ବିଭିନ୍ନ ବୁକ୍‌ଲେଟ ଓ ତଥ୍ୟ ସଂଗ୍ରହ ହେଉଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଖୁସି ଖବର ମିଳିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri