୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସ ଆକ୍ରାନ୍ତ: ଗାଁରେ ପହଞ୍ଚଲା ଡାକ୍ତରୀ ଟିମ୍‌

ମୋରଡ଼ା,୭ା୧(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଏହି ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ଖୁରୁଣ୍ଟିଆ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୭ଜଣ ଛାତ୍ରୀଛାତ୍ର ଆକ୍ରାନ୍ତ ହୋଇଥିବା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପାଲ କହିଛନ୍ତି। ପାଇପ୍‌ ପାଣି ବ୍ୟବହାର ହିଁ ଏହି ରୋଗର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ପାଇପ୍‌ ସଂଯୋଗ ହୋଇ ପାନୀୟ ଜଳ ଯୋଗାଣ ହେଉଛି। ଏହି ପାଇପ୍‌କୁ ସଂଯୋଗ କରୁଥିବା ଚାମ୍ବର ସ୍ଲାବଗୁଡ଼ିକୁ ଫାଙ୍କା ଛଡ଼ା ହୋଇଛି। ଫଳରେ ପାଣିରେ ରାସ୍ତା ଧୂଳି ମିଶିବା ସହିତ ଅଳିଆ, ଆବର୍ଜନା ପଡ଼ି ଦୂଷିତ ହେଉଛି। ସେହିପରି ପାଇପ୍‌ ସଂଯୋଗ ସ୍ଥାନରେ ପାଣି ଝରୁଛି। ମୋରଡ଼ା ବିଡିିଓ ଅଣାକର ନାଏକଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ବିଜୟ କୁମାର ପାଣିଗ୍ରାହୀ, ବ୍ଲକ ମଙ୍ଗଳ ଅଧିକାରିଣୀ ପାର୍ବତୀ ହଁାସଦା ସୋମବାର ପୂର୍ବାହ୍ନ ୧୧ଟାରେ ଖୁରୁଣ୍ଟିଆ ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିଥିଲେ। ଏବାବଦରେ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ହାମ୍ବିରା ମୁର୍ମୁଙ୍କୁ ପଚାରିବାରୁ କେତେଜଣ ପିଲା ସୁସ୍ଥ ହୋଇଛନ୍ତି ଏବଂ ବର୍ତ୍ତମାନ ଆକ୍ରାନ୍ତଥିବା ପିଲାମାନେ ଘରେ ଔଷଧ ଖାଇ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଡା. ଆଲଫା ମିଶ୍ରଙ୍କ ସହିତ ଫାର୍ମାସିଷ୍ଟ ଗଁାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ସତର୍କ କରାଇଥିବା କହିଛନ୍ତି। ସେହିପରି ଗ୍ରାମ୍ୟ ପରିମଳ ଓ଼ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ସସ୍ମିତା ପତି ମଧ୍ୟ ମଙ୍ଗଳବାର ଏକ ଟିମ୍‌ ପଠାଇ ଟାଙ୍କିରେ ବ୍ଲିଚିଙ୍ଗ ପାଉଡ଼ର ପକାଇବା ସହିତ ପାଇପ୍‌ ମରାମତି କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri