ୟେମେନରେ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି, ଜାତିସଂଘ ରିପୋର୍ଟ…

ଜେନେଭା, ୩୦।୧ : ୟେମେନରେ ହୌତି ବିଦ୍ରୋହୀମାନଙ୍କ ଯୋଗୁ ୨,୦୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁୂ ହୌତି ବିଦ୍ରୋହୀ ମାନେ ସଂଗଠନରେ ସାମିଲ କରିଥିଲେ। ବାଳୁତଙ୍କ ହାତରେ ବନ୍ଧୁକ ଧରାଇ ହୌତି ବିଦ୍ରୋହୀ ସେମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଜାନୁୟାରୀ ୨୦୨୦ରୁ ମେ ୨୦୨୧ ମଧ୍ୟରେ ହୋଇଥିବା ଗୃହଯୁଦ୍ଧରେ ଶିଶୁମାନେ ନିହତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଇରାନ ସମର୍ଥିତ ହୌତି ବିଦ୍ରୋହୀମାନେ ଯୁବକ ଏବଂ ଶିଶୁମାନଙ୍କୁ ଯୁଦ୍ଧ କରିବାକୁ ଉତ୍ସାହିତ କରିବା ପାଇଁ ଲଗାତାର ଶିବିର ଆୟୋଜନ ଜାରି ରଖିଛନ୍ତି। ଜାତିସଂଘର ବିଶେଷଜ୍ଞମାନେ ଏକ ନୂତନ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦ କମିଟିର ଏକ ଚାରିଜଣିଆ ସଦସ୍ୟଙ୍କ ଏକ ରିପୋର୍ଟରେ ବିଶେଷଜ୍ଞମାନେ କହିଛନ୍ତି ଯେ ସେମାନେ ଏକ ମସଜିଦଜ୍‌, କେତେକ ସ୍କୁଲ ଏବଂ କିଛି ଗ୍ରୀଷ୍ମ ଶିବିର ଯାଞ୍ଚ୍‌ କରିଥିଲେ। ସେଠାରେ ହୌତି ବିଦ୍ରୋହୀମାନେ ର୍ଟେନିଂ କ୍ୟାମ୍ପ୍‌ ଜାରି ରଖିଥିବା ଜଣାପଡ଼ିଥିଲା। ଏଥି ସହିତ ସେମାନେ ୟେମେନରେ ଜାରି ରହିଥିବା ୭ ବର୍ଷ ଧରି ଗୃହଯୁଦ୍ଧରେ ଶିଶୁଙ୍କ ନିଯୁକ୍ତି ବିଷୟରେ ମଧ୍ୟ ଅନୁସନ୍ଧାନ କରିଥିଲେ।

କମିଟି କହିଛି ଯେ ୨୦୨୦ ରେ ଯୁଦ୍ଧରେ ମୃତ୍ୟୁ ଘଟିଥିବା ହୌତି ବିଦ୍ରୋହୀମାନଙ୍କ ଦ୍ୱାରା ନିଯୁକ୍ତ ୧,୪୦୬ ପିଲାଙ୍କ ତାଲିକା ମିଳିଛି। ଏହା ବ୍ୟତୀତ, ଜାନୁୟାରୀରୁ ମେ’ ୨୦୨୧ ମଧ୍ୟରେ ମୃତ୍ୟୁ ଘଟିଥିବା ୫୬୨ ଶିଶୁଙ୍କର ଅନ୍ୟ ଏକ ତାଲିକା ମଧ୍ୟ ମିଳିଛି। ତାଲିକା ବ୍ୟତିତ ନିଯୁକ୍ତ ହୋଇଥିବା ଅନ୍ୟ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳିକରି ହତ୍ୟା କଲେ ପୋଲିସ ଅଧିକାରୀ

ଆଟଲାଣ୍ଟା, ୧୪।୬: ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗିରଫ କରିବା ସମୟରେ ଗୁଳି କରାଯାଇଥିବା କୁହାଯାଉଛି।...

ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି...

ତୁର୍କୀ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ସିରିଆ

ଆଙ୍କରା,୧୫।୩: ତୁର୍କୀ ପ୍ରଶାସନ ନିୟନ୍ତ୍ରଣରେ ଥିବା ଉତ୍ତର ସିରିଆରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସିରିଆ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ବହୁ ସାଧାରଣ ଲୋକ ଆହତ...

ବିମାନ ବନ୍ଦର ନିକଟରୁ ୧୫୦ ଲୋକଙ୍କୁ ଅପହରଣ, ଅଧିକାଂଶ ଭାରତୀୟ!

କାବୁଲ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ତାଲିବାନ ଆସୁ ଆସୁ ତା’ର...

ଡାଇନୋସର ଯୁଗୀୟ କାର୍‌ ଆକୃତିର କଇଁଛ

ମାଡ୍ରିଡ୍‌, ୧୯।୧୧: ସ୍ପେନ୍‌ରେ ଜୀବାଶ୍ମ ବିଜ୍ଞାନୀମାନେ କ୍ଷୁଦ୍ର କାର୍‌ ଆକାରର କଇଁଛର ଅବଶେଷ ଖୋଜି ବାହାର କରିଛନ୍ତି। କଇଁଛଟି ୮୩ ନିୟୁତ ବର୍ଷ ପୂର୍ବେ ୟୁରୋପୀୟ...

କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ...

ଭାଙ୍ଗିଲା ଶ୍ରୀଲଙ୍କା ସଂସଦ: ଏପ୍ରିଲରେ ହେବ ନିର୍ବାଚନ

କଲମ୍ବୋ,୩।୩: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପାକ୍‌ସେ ସୋମବାର ଦେଶର ସଂସଦକୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏପ୍ରିଲ ୨୫ରେ ନିର୍ବାଚନ ଘୋଷଣା ହେବା ପରେ...

ଶ୍ରୀଲଙ୍କାରେ ହୋଇପାରେ ଏସିଡ୍‌ ବର୍ଷା: ଅଧିକାରୀ

କଲମ୍ବୋ,୨୯ା୫: ସିଙ୍ଗାପୁରର ଫ୍ଲାଗ୍‌ କାର୍ଗୋ ଜାହାଜରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ନିର୍ଗତ ହେବା ଦ୍ୱାରା ସାମାନ୍ୟ ଏସିଡ୍‌ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା...

Advertisement
Archives

Model This Week