ଏବେ ବି ଖାଲିପଡ଼ିଛି ୨୦%ରୁ ଊର୍ଦ୍ଧ୍ୱ ସିଟ୍‌

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଗତ ସେପ୍ଟେମ୍ବର ୨୨ରୁ ଯୁକ୍ତ୨ ଏବଂ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଏଯାଏ ନାମଲେଖା ସରୁନି। ପୂର୍ବରୁ ଦୁଇଥର ନାମଲେଖା ସରିଥିଲେ ମଧ୍ୟ ଯୁକ୍ତ୨ରେ ୨୦% ଓ ଯୁକ୍ତ୩ରେ ୨୪% ସିଟ୍‌ ଖାଲି ପଡ଼ିଛି। ଏବେ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଡିଗ୍ରୀ କଲେଜରେ ସିଟ୍‌ ବଳକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଗତ ଦୁଇବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଏବଂ ଯୁକ୍ତ୨ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା। ତେଣୁ ପାସ୍‌ହାର ବୃଦ୍ଧି ପାଇବାରୁ ସିଟ୍‌ ନିଅଣ୍ଟ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ୨ ଏବଂ ଯୁକ୍ତ୩ରେ ୧୫% ସିଟ୍‌ ସଂଖ୍ୟା ବୃଦ୍ଧି କରିଦେଲେ। ଏପରିକି ଯେଉଁଠି ଅଧିକ ଚାହିଦା ରହିଲା, ସେଠାରେ ୨୫% ସିଟ୍‌ ବଢ଼ାଗଲା। ତେବେ ଏଥର ଅଫ୍‌ଲାଇନ ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଇବାରୁ ପାସ୍‌ହାର କମିଲା। ହେଲେ ବର୍ଦ୍ଧିତ ସିଟ୍‌ ହ୍ରାସ କରାଯାଇ ନ ଥିବାରୁ ସିଟ୍‌ ବଳକା ପଡିଛି। ଏଥିପାଇଁ ଚଳିତ ବର୍ଷ ପ୍ରଥମଥର ଉଭୟ ଯୁକ୍ତ୨ ଏବଂ ଯୁକ୍ତ୩ରେ ନାମଲେଖ ଆବେଦନ ପାଇଁ ତିନିଥର ସୁଯୋଗ ଦିଆଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସିଟ୍‌ ପୂରଣ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାନୁସାରେ, ରାଜ୍ୟରେ ଯୁକ୍ତ୨ ପ୍ରଥମବର୍ଷରେ ନାମଲେଖା ପାଇଁ ମୋଟ୍‌ ୨,୦୬୬ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ଏଥିରେ ମୋଟ ସିଟ୍‌ ସଂଖ୍ୟା ୫ଲକ୍ଷ ୯ହଜାର ୧୩୦ ରହିଥିବାବେଳେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୪ଲକ୍ଷ ୨ହଜାର ୬୩୪ଜଣ ନାମ ଲେଖାଇଛନ୍ତି। ୧ଲକ୍ଷ ୬ହଜାର ୪୯୬ଟି ସିଟ୍‌ ବଳକା ପଡ଼ିଛି। କଳାରେ ୨୯,୨୧୫, ବିଜ୍ଞାନରେ ୪୯,୮୨୮, ବାଣିଜ୍ୟରେ ୧୮,୩୮୫, ସଂସ୍କୃତରେ ୪,୫୫୭ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୧୧ ସିଟ୍‌ ଖାଲି ପଡ଼ିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧,୪୫୩ସିଟ୍‌ ଖାଲି ପଡ଼ିଥିବାବେଳେ ବାଲେଶ୍ୱରରେ ୯,୩୨୭, କଟକରେ ୯,୩୦୫, ଗଞ୍ଜାମରେ ୮,୭୧୮, ପୁରୀରେ ୬,୫୨୧, କେନ୍ଦ୍ରାପଡ଼ାରେ ୬,୧୫୪, ସୁନ୍ଦରଗଡ଼ରେ ୪,୬୯୬, ମୟୂରଭଞ୍ଜରେ ୪,୪୧୦ ଓ ଭଦ୍ରକରେ ୪,୪୮୮ ସିଟ୍‌ ଖାଲି ପଡ଼ିଛି।
ସେହିଭଳି ରାଜ୍ୟରେ ଥିବା ୧,୦୨୪ଟି ଡିଗ୍ରୀ କଲେଜରେ ମୋଟ ୨ଲକ୍ଷ ୫୫ହଜାର ୯୧୩ ସିଟ୍‌ ସଂଖ୍ୟା ରହିଥିବାବେଳେ ୨ଟି ପର୍ଯ୍ୟାୟରେ ୧ଲକ୍ଷ ୯୪ହଜାର ୦୩୩ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ବଳକା ୬୧,୮୦୦ଟି ସିଟ୍‌ ମଧ୍ୟରୁ କଳାରେ ୨୦,୮୭୦ଟି ଥିବାବେଳେ ଫିଜିକାଲ ସାଇନ୍ସରେ ୧୮,୧୩୨, ବାୟୋଲଜିକାଲ ସାଇନ୍ସରେ ୮,୪୧୮, ବାଣିଜ୍ୟରେ ୧୦,୭୯୫, ସେଲ୍ଫଫାଇନାନ୍ସିଂରେ ୭୦୪ ଏବଂ ସଂସ୍କୃତରେ ୨,୯୬୧ଟି ସିଟ୍‌ ଖାଲି ପଡ଼ିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬,୬୬୫ଟି ଖାଲି ପଡ଼ିଥିବାବେଳେ କଟକରେ ୫,୮୫୫, ଗଞ୍ଜାମରେ ୫,୦୫୭, ଯାଜପୁର ୩,୬୯୬ ଓ ଢେଙ୍କାନାଳ ୩,୭୬୧ ସିଟ୍‌ ବଳକା ରହିଛି। ଯେ ପର୍ଯ୍ୟନ୍ତ ସିଟ୍‌ କମା ନ ଯାଇଛି, ସେ ପର୍ଯ୍ୟନ୍ତ ସିଟ୍‌ ବଳକା ପଡ଼ିବ ବୋଲି ଶିକ୍ଷାବିତ୍‌ ପ୍ରଦୀପ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri