ଏବେ ବି ଖାଲିପଡ଼ିଛି ୨୦%ରୁ ଊର୍ଦ୍ଧ୍ୱ ସିଟ୍‌

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଗତ ସେପ୍ଟେମ୍ବର ୨୨ରୁ ଯୁକ୍ତ୨ ଏବଂ ଅକ୍ଟୋବର ୧୩ରୁ ଯୁକ୍ତ୩ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ଏଯାଏ ନାମଲେଖା ସରୁନି। ପୂର୍ବରୁ ଦୁଇଥର ନାମଲେଖା ସରିଥିଲେ ମଧ୍ୟ ଯୁକ୍ତ୨ରେ ୨୦% ଓ ଯୁକ୍ତ୩ରେ ୨୪% ସିଟ୍‌ ଖାଲି ପଡ଼ିଛି। ଏବେ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଡିଗ୍ରୀ କଲେଜରେ ସିଟ୍‌ ବଳକା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଗତ ଦୁଇବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଏବଂ ଯୁକ୍ତ୨ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା। ତେଣୁ ପାସ୍‌ହାର ବୃଦ୍ଧି ପାଇବାରୁ ସିଟ୍‌ ନିଅଣ୍ଟ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ୨ ଏବଂ ଯୁକ୍ତ୩ରେ ୧୫% ସିଟ୍‌ ସଂଖ୍ୟା ବୃଦ୍ଧି କରିଦେଲେ। ଏପରିକି ଯେଉଁଠି ଅଧିକ ଚାହିଦା ରହିଲା, ସେଠାରେ ୨୫% ସିଟ୍‌ ବଢ଼ାଗଲା। ତେବେ ଏଥର ଅଫ୍‌ଲାଇନ ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଇବାରୁ ପାସ୍‌ହାର କମିଲା। ହେଲେ ବର୍ଦ୍ଧିତ ସିଟ୍‌ ହ୍ରାସ କରାଯାଇ ନ ଥିବାରୁ ସିଟ୍‌ ବଳକା ପଡିଛି। ଏଥିପାଇଁ ଚଳିତ ବର୍ଷ ପ୍ରଥମଥର ଉଭୟ ଯୁକ୍ତ୨ ଏବଂ ଯୁକ୍ତ୩ରେ ନାମଲେଖ ଆବେଦନ ପାଇଁ ତିନିଥର ସୁଯୋଗ ଦିଆଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ର୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସିଟ୍‌ ପୂରଣ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାନୁସାରେ, ରାଜ୍ୟରେ ଯୁକ୍ତ୨ ପ୍ରଥମବର୍ଷରେ ନାମଲେଖା ପାଇଁ ମୋଟ୍‌ ୨,୦୬୬ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ଏଥିରେ ମୋଟ ସିଟ୍‌ ସଂଖ୍ୟା ୫ଲକ୍ଷ ୯ହଜାର ୧୩୦ ରହିଥିବାବେଳେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୪ଲକ୍ଷ ୨ହଜାର ୬୩୪ଜଣ ନାମ ଲେଖାଇଛନ୍ତି। ୧ଲକ୍ଷ ୬ହଜାର ୪୯୬ଟି ସିଟ୍‌ ବଳକା ପଡ଼ିଛି। କଳାରେ ୨୯,୨୧୫, ବିଜ୍ଞାନରେ ୪୯,୮୨୮, ବାଣିଜ୍ୟରେ ୧୮,୩୮୫, ସଂସ୍କୃତରେ ୪,୫୫୭ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୧୧ ସିଟ୍‌ ଖାଲି ପଡ଼ିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧,୪୫୩ସିଟ୍‌ ଖାଲି ପଡ଼ିଥିବାବେଳେ ବାଲେଶ୍ୱରରେ ୯,୩୨୭, କଟକରେ ୯,୩୦୫, ଗଞ୍ଜାମରେ ୮,୭୧୮, ପୁରୀରେ ୬,୫୨୧, କେନ୍ଦ୍ରାପଡ଼ାରେ ୬,୧୫୪, ସୁନ୍ଦରଗଡ଼ରେ ୪,୬୯୬, ମୟୂରଭଞ୍ଜରେ ୪,୪୧୦ ଓ ଭଦ୍ରକରେ ୪,୪୮୮ ସିଟ୍‌ ଖାଲି ପଡ଼ିଛି।
ସେହିଭଳି ରାଜ୍ୟରେ ଥିବା ୧,୦୨୪ଟି ଡିଗ୍ରୀ କଲେଜରେ ମୋଟ ୨ଲକ୍ଷ ୫୫ହଜାର ୯୧୩ ସିଟ୍‌ ସଂଖ୍ୟା ରହିଥିବାବେଳେ ୨ଟି ପର୍ଯ୍ୟାୟରେ ୧ଲକ୍ଷ ୯୪ହଜାର ୦୩୩ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ବଳକା ୬୧,୮୦୦ଟି ସିଟ୍‌ ମଧ୍ୟରୁ କଳାରେ ୨୦,୮୭୦ଟି ଥିବାବେଳେ ଫିଜିକାଲ ସାଇନ୍ସରେ ୧୮,୧୩୨, ବାୟୋଲଜିକାଲ ସାଇନ୍ସରେ ୮,୪୧୮, ବାଣିଜ୍ୟରେ ୧୦,୭୯୫, ସେଲ୍ଫଫାଇନାନ୍ସିଂରେ ୭୦୪ ଏବଂ ସଂସ୍କୃତରେ ୨,୯୬୧ଟି ସିଟ୍‌ ଖାଲି ପଡ଼ିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬,୬୬୫ଟି ଖାଲି ପଡ଼ିଥିବାବେଳେ କଟକରେ ୫,୮୫୫, ଗଞ୍ଜାମରେ ୫,୦୫୭, ଯାଜପୁର ୩,୬୯୬ ଓ ଢେଙ୍କାନାଳ ୩,୭୬୧ ସିଟ୍‌ ବଳକା ରହିଛି। ଯେ ପର୍ଯ୍ୟନ୍ତ ସିଟ୍‌ କମା ନ ଯାଇଛି, ସେ ପର୍ଯ୍ୟନ୍ତ ସିଟ୍‌ ବଳକା ପଡ଼ିବ ବୋଲି ଶିକ୍ଷାବିତ୍‌ ପ୍ରଦୀପ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?