ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚନ୍ଦନ କାଠ ଜବତ

କୋରାପୁଟ,୨୮ା୯(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡା ଅଞ୍ଚଳରୁ ସୋମବାର ଚନ୍ଦନକାଠ ଚୋରାଚାଲାଣ ହେବା ବେଳେ ଜବତ ହେବାର ୨୪ ଘଣ୍ଟା ନ ପୂରୁଣୁ ମଙ୍ଗଳବାର ଜିଲାର ନନ୍ଦପୁର ଅଞ୍ଚଳରୁ ୨ କୁଇଣ୍ଟାଲ ୧୪ କେଜି ୭ଶହ ଗ୍ରାମ ଚନ୍ଦନକାଠ ପାଡୁଆ ପୋଲିସ ଜବତ କରିଛି।
ଖବରରୁ ଜଣାପଡିଛି, ପଶ୍ଚିମବଙ୍ଗକୁ ଚାଲାଣ କରାଯିବା ଲାଗି ଡଙ୍ଗା ଯୋଗେ ନନ୍ଦପୁରର ଚମ୍ପାପୁଟ କୁଲାରସିଂ ନଦୀଘାଟକୁ ଅଣାଯାଇ ଏହି ଚନ୍ଦନକାଠ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୧୦ଏଫ୍‌-୮୩୦୦)ରେ ରଖାଯାଉଥିଲା। ଏନେଇ ସୂଚନା ପାଇ ପାଡୁଆ ଥାନା ଅଧିକାରୀ ସବ୍ୟାସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ବଡ଼ିି ଭୋରରୁ ଡଙ୍ଗା ଘାଟରେ ଚଢାଉ କରିଥିଲେ। ସେଠାରେ ୭ଟି ବସ୍ତାରେ ଥିବା ଚନ୍ଦନକାଠକୁ ଜବତ କରାଯାଇଥିଲା। ପରେ ଏହାକୁ ପାଡୁଆ ଥାନାକୁ ଅଣାଯାଇ ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ଜବତ ଚନ୍ଦନ କାଠର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏନେଇ ପାଡୁଆ ଥାନାରେ ୮୩/୨୨ ଧାରା ୩୭୯ ଏବଂ ୩୪ ଆଇପିସି ଓ ଆରଡବ୍ଲ୍ୟୁ ୫୫ଇ ଓଡିଶା ଫରେଷ୍ଟ ଆକ୍ଟରେ ମାମଲା ରୁଜ ହୋଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

ତୃତୀୟ ଦିନରେ କୋରାପୁଟ ଲୋକ ସଭା ପାଇଁ ୨ ପ୍ରାର୍ଥୀ, ବିଧାନସଭା ପାଇଁ ଜଣେ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୦ା୪(ଅମିତାଭ ବେହେରା): ଶନିବାର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନ ହୋଇଥିବା ବେଳେ କୋରାପୁଟ ଲୋକ ସଭା ଆସନ ପାଇଁ ୨ ଜଣ ଓ କୋରାପୁଟ ବିଧାନସଭା...

ନାମାଙ୍କନପତ୍ର ଦାଖଲ କଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନା ଦୋରା

ପଟାଙ୍ଗି,୨୦ା୪(ଶରତ ଧଳ): ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳର ବିଧାୟକ...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri