୧୦ ବର୍ଷରେ ୨ କୋଟି, ପ୍ରତି ମାସରେ କରନ୍ତୁ ଏତିକି ଟଙ୍କାର SIP…

ନୂଆଦିଲ୍ଲୀ,୧୨।୯: ଯଦି ୧୦ ବର୍ଷରେ କୋଟିଏ ଟଙ୍କା ସଞ୍ଚୟ କଥା ଉଠେ, ତାହା କେବଳ ଧନୀମାନଙ୍କ ପାଇଁ ସମ୍ଭବ ବୋଲି କୁହାଯାଏ। ହେଲେ ଏହା ଠିକ୍‌ ନୁହେଁ। କାରଣ ମ୍ୟୁଚୁଆଲ ଫଣ୍ଡର SIP (Systematic Investment Plan) ମାଧ୍ୟମରେ ଆପଣ ମଧ୍ୟ ଛୋଟ ଛୋଟ ରାଶି ଜମା କରି କୋଟି କୋଟି ଟଙ୍କାର ଫଣ୍ଡ ଏକତ୍ରିତ କରିପାରିବେ। ଯଦି ଆପଣଙ୍କ ସ୍ବପ୍ନ ୨ କୋଟି କିମ୍ବା ତା’ଠାରୁ ଅଧିକ ଫଣ୍ଡ ତିଆରି କରିବାର ଅଟେ, ତେବେ ସଠିକ ଯୋଜନା ଏବଂ ନିୟମିତ ନିବେଶ ଦ୍ୱାରା ଏହା ସମ୍ପୂର୍ଣ୍ଣ ସମ୍ଭବ।

SIP କାହିଁକି ସବୁଠାରୁ ଉତ୍ତମ ବିକଳ୍ପ?
SIP ମାନେ ପ୍ରତି ମାସରେ ନିର୍ଦ୍ଧିଷ୍ଟ ରାଶି ନିବେଶ କରିବା। ଏଥିରେ ଆପଣଙ୍କୁ କମ୍ପାଉଣ୍ଡିଂର ଲାଭ ମିଳେ। ଯେତେ ଅଧିକ ସମୟ ଏବଂ ରାଶି ଆପଣ ନିବେଶ କରିବେ, ସେତେ ବଡ଼ ଫଣ୍ଡ ତିଆରି ହେବ। ଏହା ସହିତ, SIP ବଜାରର ଉତ୍ଥାନ-ପତ୍ତନ ମଧ୍ୟ ସନ୍ତୁଳନ କରିଦିଏ।

୧୨% ରିଟର୍ନ ଉପରେ ହିସାବ:
ମନେକରନ୍ତୁ ଆପଣ ପ୍ରତି ବର୍ଷ ୧୨% ହାରରେ ରିଟର୍ନ ଦେଉଥିବା ଏକ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି। ଏହି ସ୍ଥିତିରେ, ଯଦି ଆପଣ ପ୍ରତି ମାସରେ ପ୍ରାୟ ୧.୧୦ ଲକ୍ଷ ଟଙ୍କାର SIP କରନ୍ତି, ତେବେ ୧୦ ବର୍ଷରେ ପ୍ରାୟ ୨ କୋଟି ଟଙ୍କାର ଫଣ୍ଡ ତିଆରି ହୋଇପାରେ। ଅନ୍ୟପଟେ, ଯଦି ଆପଣଙ୍କ SIP ୫୦,୦୦୦ ଟଙ୍କା, ତେବେ ୧୦ ବର୍ଷ ପରେ ପ୍ରାୟ ୧ କୋଟି ଟଙ୍କାର ଫଣ୍ଡ ମିଳିପାରେ।

SIPରେ ନିୟମିତତା କାହିଁକି ଜରୁରୀ?
ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିୟମିତ ନିବେଶ। ଯଦି ଆପଣ ମଝିରେ SIP ବନ୍ଦ କରିଦିଅନ୍ତି, ତେବେ ଫଣ୍ଡର ଆକାର ଛୋଟ ହୋଇଯିବ। ଏହା ସହିତ, ଯଦି ଆପଣ ପ୍ରତି ବର୍ଷ ଆପଣଙ୍କ SIPରେ ୫-୧୦% ଟପ୍‌-ଅପ୍‌ କରନ୍ତି, ତେବେ ଲକ୍ଷ୍ୟ ଆହୁରି ଶୀଘ୍ର ହାସଲ ହୋଇପାରେ।

ଏହି ରଣନୀତି କିଏ ଗ୍ରହଣ କରିବା ଉଚିତ?
ଯଦି ଆପଣ ଆଗାମୀ ୧୦ ବର୍ଷରେ ପିଲାମାନଙ୍କ ପାଠପଢ଼ା, ବିବାହ କିମ୍ବା ଅବସର ଜନିତ ବଡ଼ ଲକ୍ଷ୍ୟ ପୂରଣ କରିବାକୁ ଚାହୁଁଛନ୍ତି, ତେବେ SIP ଠାରୁ ଉତ୍ତମ କୌଣସି ମାଧ୍ୟମ ନାହିଁ। ଏହା ଆପଣଙ୍କୁ ନିୟମିତତା ଶିଖାଇବା ସହିତ ନିର୍ଦ୍ଧିଷ୍ଟ ସମୟରେ ଆପଣଙ୍କ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ODI ପୂର୍ବରୁ BCCIର ବଡ଼ ଘୋଷଣା: ଦଳରୁ ବାଦ୍‌ ପଡ଼ିଲେ ଶୁଭମନ ଗିଲ, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ଚୂଡାନ୍ତ ଏକାଦଶ ତାଲିକା

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ‘ବେ ଓଭାଲ’ (ତୌରଙ୍ଗା)ରେ ଖେଳାଯିବ। ଘରୋଇ ଦଳ ପାଇଁ ଏହି ମ୍ୟାଚ ‘କର…

ୟୁପି ନିର୍ବାଚନରେ ଭାଜପାର ନୂଆ ଚାଲ୍‌! ସୂର୍ଯ୍ୟକୁମାର ନା ଦେବିଶା, କାହାକୁ ମିଳିବ ଟିକେଟ୍‌? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦୁଇଟି ଫଟୋ ଏବେ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ନିଜ ଅଧିନାୟକତ୍ୱରେ ଭାରତକୁ…

୫ କୋଟି ନା ୪୧ କୋଟି… ପୱନ କଲ୍ୟାଣଙ୍କ ପତ୍ନୀ ଆନ୍ନା କେତେ ପାଇବେ ଭରଣପୋଷଣ ରାଶି? ଜାଣନ୍ତୁ…

ଅମରାବତି,୧୦।୧୧: ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ବିବାହର ୧୩ ବର୍ଷ ପରେ ପୱନ କଲ୍ୟାଣ ଏବଂ ତାଙ୍କ ପତ୍ନୀ…

ଗଜପତିରେ ଚାଞ୍ଚଲ୍ୟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା

ମୋହନା,୧୦।୧(ମନ୍ମଥ ମିଶ୍ର) ମଦ ପିଇବା ପରେ ବଚସା ହୋଇ ଏକ ହତ୍ୟାକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଏକ ନିଛାଟିଆ ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ…

ଅଜବ ବଜାର: ଯେଉଁଠାରେ ନଳା ପାଣି-କାଦୁଅରୁ ବାହାରୁଛି ସୁନା; ଲକ୍ଷଲକ୍ଷ ଟଙ୍କାରେ ହେଉଛି ବିକ୍ରି!

ବିହାରର ଆରା ସହରର ଐତିହାସିକ ଗୁଦ୍ରି ବଜାର ଏହାର ସୁନା-ରୂପା ଅଳଙ୍କାର ବ୍ୟବସାୟ ଏବଂ ସରାଫା ଦୋକାନଗୁଡ଼ିକ ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବଜାରର ପରିଚୟର ଏପରି…

‘ଏହା ସମସ୍ତଙ୍କ ସ୍ବପ୍ନ…’ ଅଂଶୁଲ କାମ୍ବୋଜ ଦେଲେ ବଡ଼ ବୟାନ; ଧୋନି-ଫ୍ଲେମିଂଙ୍କ ବିଷୟରେ କ’ଣ କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ୨୫ ବର୍ଷୀୟ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ, ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ନିଜ ବୋଲିଂ ଯାଦୁ ଦେଖାଇ ଚର୍ଚ୍ଚାରେ ଅଛନ୍ତି। କାମ୍ବୋଜ ଭାରତ…

ମଧ୍ୟବିତ୍ତଙ୍କୁ ଝଟ୍‌କା: Surf Excel ରୁ Wheel ପର୍ଯ୍ୟନ୍ତ ସବୁ ଡିଟରଜେଣ୍ଟ ପାଉଡର୍‌ ଦର ବଢ଼ିଲା; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୦।୧୧: ସାଧାରଣ ଲୋକଙ୍କ ରୋଷେଇ ପରେ ବର୍ତ୍ତମାନ ଲଣ୍ଡ୍ରି ବଜେଟ ମଧ୍ୟ ବିଗିଡ଼ିବାକୁ ଯାଉଛି। ଏଫଏମସିଜି (FMCG) ଦିଗ୍ଗଜ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (HUL) ଏହାର…

ବନ୍ୟା କ୍ଷତିଗସ୍ତଙ୍କୁ ସହାୟତା ଦାବି ତେଜିଲା, ବ୍ଲକ, ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେଡି

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବିରେ ବିଜୁ ଜନତା ଦଳ(ବିଜେଡି) ସାନଖେମୁଣ୍ଡି ବ୍ଲକ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?