୧୫ ହଜାର ହେକ୍ଟରରୁ ଅଧିକ ବେଆଇନ ଘେରି

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ, ବନ ବିଭାଗ ଓ ଜିଲା ପୋଲିସର ମିଳିତ ଭାବେ ଚଢ଼ାଉ କରି ଉଚ୍ଛେଦ କରିଥିଲେ। ଏହି ଘେରିର ମାଲିକଙ୍କ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲା ରୁଜୁ ହୋଇଛି। ଏଥିସହ ରାଜନଗର ଅଞ୍ଚଳରୁ ୫ ଜଣ ଘେରି ମାଲିକଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଏବେ ଶିଥିଳ ପଡିଯାଇଛି। ଗତ ୩ ଦିନ ମଧ୍ୟରେ ଏ ନେଇ କୌଣସି ତପତ୍ରତା ପ୍ରକାଶ ପାଇନାହିଁ, ଯାହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏପରି ଘେରି ରହି ଜାତୀୟ ଉଦ୍ୟାନର ପରିବେଶ ନଷ୍ଟ କରୁଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଚାଷଜମି ନଷ୍ଟ କରୁଛି। ଏପରିକି ୨୦୧୭ରେ ୟୁନେସ୍କୋ ପକ୍ଷରୁ ସର୍ବେକ୍ଷଣ ପରେ ହୋଇଥିବା ବୈଠକରେ ବିଶ୍ୱ ଐତିହ୍ୟ ତାଲିକା ମାନ୍ୟତା ପାଇବାରୁ ଭିତରକନିକା ବଞ୍ଚତ୍ତ ହୋଇଛି। ଏ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ ସହ ସିଆର୍‌ଜେଡ୍‌ (କୋଷ୍ଟାଲ ରେଗୁଲେଶନ ଜୋନ) ନିୟମର ଉଲ୍ଲଙ୍ଘନ ହେଉଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ଚନ୍ଦ୍ର ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ଚିଙ୍ଗୁଡ଼ିଘେରି ପାଇଁ ତଟ ଅଞ୍ଚଳ ନଷ୍ଟ ହୋଇଛି। ୧୦ ବର୍ଷ ମଧ୍ୟରେ ଘେରି ଦ୍ୱାରା ପ୍ରାୟ ୬୦ବର୍ଗ କି.ମି. ହେନ୍ତାଳବଣକୁ ନଷ୍ଟ କରିଛି। ଚିଙ୍ଗୁଡ଼ିଘେରି ପାଇଁ ବ୍ୟବହାର ହେଉଥିବା ଔଷଧ ଓ ରାସାୟନିକ ଦ୍ରବ୍ୟର ବର୍ଜ୍ୟବସ୍ତୁ ନଦୀ ନାଳ ମଧ୍ୟ ଦେଇ ସମୁଦ୍ରକୁ ଯାଉଛି। ଏହି ବର୍ଜ୍ୟ ଜଳ ସାମୁଦ୍ରିକ ଜୀବଙ୍କ ଜୀବନ ନେଉଛି। ଏପରିକି ଅଲିଭ୍‌ ରିଡ୍‌ଲେ କଇଁଛ ପାଇଁ ବିଶ୍ୱର ଆକର୍ଷଣ ସାଜିଥିବା ଗହୀରମଥା ସମୁଦ୍ରାଞ୍ଚଳରେ ଏମାନଙ୍କ ମୃତ ଶରୀର ଦେଖିବାକୁ ମିଳୁଛି। ସେହିପରି ଡଲ୍‌ଫିନ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ବାଷ୍ପ ସ୍ଥାନୀୟ ପରିବେଶ ନଷ୍ଟ କରୁଛି। ଫଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଛି। ଘେରି ପାଇଁ ହେଉଥିବା ନାଳରେ ଲୁଣିଜଳ ଆସିବା ପରେ ସ୍ଥାନୀୟ ଚାଷଜମି ଉଜୁଡିଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜୈବ ବିବିଧତା ପାଇଁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ଥିବା ବେଳେ ୨୦୧୬ରେ ଏଠାକୁ ଆସିଥିବା ସର୍ବେକ୍ଷଣ ଦଳ ଚିଙ୍ଗୁଡି ଘେରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୫ରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଘେରି ଉଚ୍ଛେଦ ନେଇ ଜିଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଥିବା ଘେରି ଅଳ୍ପଦିନ ମଧ୍ୟରେ ପୁଣି ଗଢି ଉଠୁଛି। ତଟାଞ୍ଚଳର ଏହି ଘେରି ସିଆର୍‌ଜେଡ୍‌ର ନିୟମ ଉଲ୍ଲଙ୍ଘନ କରୁଛି ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ମମତା ମହାପାତ୍ର କହିଛନ୍ତି, ତଟ ଅଞ୍ଚଳରେ ଥିବା ୭୨୯ଟି ଚିଙ୍ଗୁଡିଘେରି ପାଇଁ ଅନୁମତି ପାଇଛନ୍ତି। ଅନ୍ୟସବୁ ଘେରି ବେଆଇନ। ବେଆଇନ ଘେରି ନିର୍ମାଣରେ ମାଲିକଙ୍କୁ ୩ ବର୍ଷ ଜେଲ ଅଥବା ୧ ଲକ୍ଷ ଟଙ୍କା ଜରିମାନା ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦକୁ ପ୍ରଶାସନ ଗୁରୁତ୍ୱ ଦେଉଛି। ପୂର୍ବରୁ ବହୁ ଘେରି ଭଙ୍ଗାଯାଇଛି। ଏବେ ୧୪୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋମବାରଠାରୁ ପୁଣି ଘେରି ଭଙ୍ଗା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri