୧୫ ହଜାର ହେକ୍ଟରରୁ ଅଧିକ ବେଆଇନ ଘେରି

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ, ବନ ବିଭାଗ ଓ ଜିଲା ପୋଲିସର ମିଳିତ ଭାବେ ଚଢ଼ାଉ କରି ଉଚ୍ଛେଦ କରିଥିଲେ। ଏହି ଘେରିର ମାଲିକଙ୍କ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲା ରୁଜୁ ହୋଇଛି। ଏଥିସହ ରାଜନଗର ଅଞ୍ଚଳରୁ ୫ ଜଣ ଘେରି ମାଲିକଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଏବେ ଶିଥିଳ ପଡିଯାଇଛି। ଗତ ୩ ଦିନ ମଧ୍ୟରେ ଏ ନେଇ କୌଣସି ତପତ୍ରତା ପ୍ରକାଶ ପାଇନାହିଁ, ଯାହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୫ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏପରି ଘେରି ରହି ଜାତୀୟ ଉଦ୍ୟାନର ପରିବେଶ ନଷ୍ଟ କରୁଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଚାଷଜମି ନଷ୍ଟ କରୁଛି। ଏପରିକି ୨୦୧୭ରେ ୟୁନେସ୍କୋ ପକ୍ଷରୁ ସର୍ବେକ୍ଷଣ ପରେ ହୋଇଥିବା ବୈଠକରେ ବିଶ୍ୱ ଐତିହ୍ୟ ତାଲିକା ମାନ୍ୟତା ପାଇବାରୁ ଭିତରକନିକା ବଞ୍ଚତ୍ତ ହୋଇଛି। ଏ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ ସହ ସିଆର୍‌ଜେଡ୍‌ (କୋଷ୍ଟାଲ ରେଗୁଲେଶନ ଜୋନ) ନିୟମର ଉଲ୍ଲଙ୍ଘନ ହେଉଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ଚନ୍ଦ୍ର ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ଚିଙ୍ଗୁଡ଼ିଘେରି ପାଇଁ ତଟ ଅଞ୍ଚଳ ନଷ୍ଟ ହୋଇଛି। ୧୦ ବର୍ଷ ମଧ୍ୟରେ ଘେରି ଦ୍ୱାରା ପ୍ରାୟ ୬୦ବର୍ଗ କି.ମି. ହେନ୍ତାଳବଣକୁ ନଷ୍ଟ କରିଛି। ଚିଙ୍ଗୁଡ଼ିଘେରି ପାଇଁ ବ୍ୟବହାର ହେଉଥିବା ଔଷଧ ଓ ରାସାୟନିକ ଦ୍ରବ୍ୟର ବର୍ଜ୍ୟବସ୍ତୁ ନଦୀ ନାଳ ମଧ୍ୟ ଦେଇ ସମୁଦ୍ରକୁ ଯାଉଛି। ଏହି ବର୍ଜ୍ୟ ଜଳ ସାମୁଦ୍ରିକ ଜୀବଙ୍କ ଜୀବନ ନେଉଛି। ଏପରିକି ଅଲିଭ୍‌ ରିଡ୍‌ଲେ କଇଁଛ ପାଇଁ ବିଶ୍ୱର ଆକର୍ଷଣ ସାଜିଥିବା ଗହୀରମଥା ସମୁଦ୍ରାଞ୍ଚଳରେ ଏମାନଙ୍କ ମୃତ ଶରୀର ଦେଖିବାକୁ ମିଳୁଛି। ସେହିପରି ଡଲ୍‌ଫିନ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ବାଷ୍ପ ସ୍ଥାନୀୟ ପରିବେଶ ନଷ୍ଟ କରୁଛି। ଫଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଛି। ଘେରି ପାଇଁ ହେଉଥିବା ନାଳରେ ଲୁଣିଜଳ ଆସିବା ପରେ ସ୍ଥାନୀୟ ଚାଷଜମି ଉଜୁଡିଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜୈବ ବିବିଧତା ପାଇଁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ଥିବା ବେଳେ ୨୦୧୬ରେ ଏଠାକୁ ଆସିଥିବା ସର୍ବେକ୍ଷଣ ଦଳ ଚିଙ୍ଗୁଡି ଘେରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୫ରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଘେରି ଉଚ୍ଛେଦ ନେଇ ଜିଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଥିବା ଘେରି ଅଳ୍ପଦିନ ମଧ୍ୟରେ ପୁଣି ଗଢି ଉଠୁଛି। ତଟାଞ୍ଚଳର ଏହି ଘେରି ସିଆର୍‌ଜେଡ୍‌ର ନିୟମ ଉଲ୍ଲଙ୍ଘନ କରୁଛି ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ମମତା ମହାପାତ୍ର କହିଛନ୍ତି, ତଟ ଅଞ୍ଚଳରେ ଥିବା ୭୨୯ଟି ଚିଙ୍ଗୁଡିଘେରି ପାଇଁ ଅନୁମତି ପାଇଛନ୍ତି। ଅନ୍ୟସବୁ ଘେରି ବେଆଇନ। ବେଆଇନ ଘେରି ନିର୍ମାଣରେ ମାଲିକଙ୍କୁ ୩ ବର୍ଷ ଜେଲ ଅଥବା ୧ ଲକ୍ଷ ଟଙ୍କା ଜରିମାନା ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦକୁ ପ୍ରଶାସନ ଗୁରୁତ୍ୱ ଦେଉଛି। ପୂର୍ବରୁ ବହୁ ଘେରି ଭଙ୍ଗାଯାଇଛି। ଏବେ ୧୪୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋମବାରଠାରୁ ପୁଣି ଘେରି ଭଙ୍ଗା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri