Posted inଜାତୀୟ

୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୭।୭ : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଭାରତରେ ନିଖୋଜ ମହିଳା ଓ ବାଳିକାଙ୍କ ସଂଖ୍ୟା ଉପରେ ଏକ ନୂତନ ତଥ୍ୟ ପ୍ରକାଶ କରିଛି। ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧ ମସିହାରେ ୧୮ ବର୍ଷରୁ ଅଧିକ ୩,୭୫,୦୫୮ ମହିଳା ଦେଶରୁ ନିଖୋଜ ହୋଇଛନ୍ତି।

ଏହି ରିପୋର୍ଟ ନିଖୋଜ ମହିଳାଙ୍କ ସଂଖ୍ୟା ଉପରେ ଆଧାରିତ। ଏଥିରେ କେତେଜଣ ମହିଳା ଓ ବାଳିକା ମିଳିଛନ୍ତି ଏବଂ ପୋଲିସ ସେମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ସେସବୁ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ। କେତେ ଝିଅ, ଯେଉଁମାନଙ୍କର ପିତାମାତା ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ, ନିଜ ଇଚ୍ଛାରେ ସେମାନେ ନିଜ ଘରୁ ଅଲଗା ହୋଇ ବିବାହ କରିଥିଲେ, ସେହି ତଥ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇ ନାହିଁ।ଏଥିରେ କେବଳ ନିଖୋଜ ମହିଳା ଓ ଝିଇଙ୍କ ସଂଖ୍ୟା ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ବେଶରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ ଅଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ଦୁଇ ରାଜ୍ୟରେ ଏହି ସମୟ ମଧ୍ୟରେ ସର୍ବାଧିକ ବାଳିକା ଓ ମହିଳା ନିଖୋଜ ହୋଇଯାଇଛନ୍ତି। ମଧ୍ୟପ୍ରଦେଶରୁ, ୨୦୧୯ ରେ ୫୨,୧୧୯ ମହିଳା, ୨୦୨୦୨ ରେ ୫୨, ୩୫୭ ଏବଂ ୨୦୨୧ରେ ୫୫,୭୦୪ ମହିଳା ନିଖୋଜ ହୋଇଯାଇଛନ୍ତି। ମହାରାଷ୍ଟ୍ରରେ, ୨୦୧୯ ରେ ୬୩,୧୬୭ ମହିଳା, ୨୦୨୦ ରେ ୫୮,୭୩୫ ଏବଂ ୨୦୨୧ ରେ ୫୬,୪୯୮ ମହିଳା ନିଖୋଜ ହୋଇଯାଇଥିଲେ ମଧ୍ୟ ଏହା ଏବେ ହ୍ରାସ ପାଉଛି। ୨୦୨୧ ମସିହାରେ ୧୮ ବର୍ଷରୁ କମ ବୟସ୍କ ସମୁଦାୟ ୯୦,୧୧୩ ବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୧୩,୨୭୮ଜଣ ଥିଲେ। ସାମୂହିକ ଭାବେ, ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ସମୁଦାୟ ୧୦,୬୧,୬୪୮ ମହିଳା ନିଖୋଜ ହୋଇଯାଇଛନ୍ତି। ଏଥିସହ, ସମାନ ଅବଧିରେ ୨,୫୧,୪୩୦ ବାଳିକା ନିଖୋଜ ହୋଇଯାଇଥିବା ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୨ା୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri