ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ବାହାର ତୁଳନାରେ ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ବିପଦ ରହିଛି। ଏଣୁ ଘର ମଧ୍ୟ ସୁରକ୍ଷିତ ନୁହେଁ। ଭାରତର କୋଭିଡ୍‌-୧୯ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ ପାଲ ଚେତାବନୀ ଦେଇଛନ୍ତି ଯେ ଡେଲଟା ଅପେକ୍ଷା ଓମିକ୍ରନ ଯୋଗୁ ଘରେ ସଂକ୍ରମଣ ହେବାର ଆଶଙ୍କା ଅଧିକ। ଏହା ସ୍ପଷ୍ଟ ଯେ ଡେଲଟା ତୁଳନାରେ ଓମିକ୍ରନ ଭାରିଆଣ୍ଟ୍‌ ଅତ୍ୟଧିକ ଟ୍ରାନ୍ସମିସିବଲ ହୋଇଥିବାରୁ ଏହା ଘରେ ବ୍ୟାପିବା ଆଶଙ୍କ ବେଶି ରହିଛି।

ପାଲ କହିଛନ୍ତି, ଯେଉଁ ବ୍ୟକ୍ତି ବାହାରେ ମାସ୍କ ପିନ୍ଧନ୍ତି ନାହିଁ ତାଙ୍କୁ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ଏଭଳି ଆକ୍ରାନ୍ତ ଘରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଅଛି। ଆଗାମୀ ଦିନରେ ପର୍ବପର୍ବାଣୀ ଏବଂ ନୂଆ ବର୍ଷ ବି ଆସୁଛି। ତେଣୁ, ମାସ୍କ ପିନ୍ଧିବା, ହାତକୁ ସଫା ରଖିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବା ଏବଂ ଅନାବଶ୍ୟକ ଯାତ୍ରା ନ କରିବା ଭଳି ଦାୟିତ୍ୱପୂର୍ଣ୍ଣ ଆଚରଣ ଗ୍ରହଣ କରିବାର ଆବଶ୍ୟକତା ଅଛି।

ନିରନ୍ତର ସଜାଗ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିରୋଧ ଏବଂ ତଦାରଖ ରଣନୀତି ଅପରିହାର୍ଯ୍ୟ। ଦେଶରେ ଟିକାକରଣ ଜାରି ରହିଲେ ମଧ୍ୟ ଏହା ମହାମାରୀକୁ ରୋକିବା ପାଇଁ ଯଥେଷ୍ଟ ନୁହେଁ।

ପାଲ କହିଛନ୍ତି ଯେ ଡାଇଗ୍ନୋଷ୍ଟିକ ଲକ୍ଷଣଗୁଡିକର ବିଶ୍ଳେଷଣ ମଧ୍ୟ ଦର୍ଶାଉଛି ଯେ ୭୦ ପ୍ରତିଶତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନାହିଁ। ତେଣୁ ସରକାର ଉପଯୋଗୀ ରଣନୀତି ଜାରି ରଖିବା ସହିତ ଟିକାକରଣକୁ ତ୍ୱରାନ୍ବିତ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ; ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି। ରାଜ୍ୟରେ...

କଂଗ୍ରେସକୁ ଆରଏସଏସ ଫୋବିଆ: ସିପି ଜୋଶୀ

ଜୟପୁର,୧୨।୫:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଭାଜପା ଏବଂ ଆରଏସଏସକୁ ଫାସିବାଦୀ କହିଥିବା ବୟାନକୁ ରାଜସ୍ଥାନର ଭାଜପା ସଭାପତି ସିପି ଜୋଶୀ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର...

ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ କରୁଥିଲେ ଜୁଭେନାଇଲ ଜଷ୍ଟିସ ଅଧିନିୟମର ଧାରା ୭୫-୭୯ ହେବନି ପ୍ରଯୁଜ୍ୟ: ହାଇକୋର୍ଟ…

ହାଇଦ୍ରାବାଦ,୧୨।୧ : ଏକ ମାମଲାର ବିଚାର କରି ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ କେ ସୁରେନ୍ଦର କହିଛନ୍ତି ଯେ ଯେଉଁଠାରେ ଜଣେ ନାବାଳକ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟ...

କଂଗ୍ରେସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି, ପୂର୍ବ ସରକାରଙ୍କ ଅମଳରେ ହୋଇଥିବା ଦୁର୍ନୀତିରେ ହେବ ଖୋଳତାଡ଼…

ବେଙ୍ଗାଲୁରୁ, ୫।୯ : ଭାରତୀୟ ଜନତା ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କର୍ନାଟକରେ କଂଗ୍ରେସ ଶାସନ...

ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

ସୁରକ୍ଷାରେ ଅବହେଳା, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୬।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁବାର ରାଷ୍ଟ୍ରପତି ରାମନାଥ...

Advertisement
Archives

Model This Week