ଉଲ୍ଲାସ ଅଧିକ, ଉପସ୍ଥାନ କମ୍‌

ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ଖୋଲାଯାଇଛି ସ୍କୁଲ। ଏହାକୁ ନେଇ ଢେଙ୍କାନାଳ ଓ ଅନୁଗୋଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ। ମହାମାରୀ ଆତଙ୍କର ଅବସାନ ହୋଇ ନ ଥିଲେ ମଧ୍ୟ ଶ୍ରେଣୀଗୃହ ଶିକ୍ଷା ପ୍ରତି ଆଗ୍ରହ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ମୁହାଁ କରାଇଛି। ଯଦିଓ ଉତ୍ସାହ ଉଲ୍ଲାସ ତୁଳନାରେ ପ୍ରଥମ ଦିନରେ ଉପସ୍ଥାନ କମ୍‌ ରହିଛି ତଥାପି ଆଗାମୀ ଦିନରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସ୍କୁଲ ଆସିବେ ବୋଲି ଶିକ୍ଷୟିତ୍ରୀଶିକ୍ଷକମାନେ ଆଶା କରିଛନ୍ତି।
ପୂର୍ବାହ୍ନ ୧୦ଟାରେ ଛାତ୍ରୀଛାତ୍ରମାନେ ସାମାଜିକ ଦୂରତ୍ୱ ବଜାୟ ରଖି ସ୍କୁଲ ମଧ୍ୟକୁ ପ୍ରବେଶ କରିଥିଲେ। ସ୍କୁଲ ଗେଟ୍‌ ନିକଟରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସାନିଟାଇଜର ପ୍ରଦାନ କରାଯାଇଥିଲା। ଶ୍ରେଣୀ ପ୍ରକୋଷ୍ଠ ଗୁଡିକୁ ମଧ୍ୟ ସାନିଟାଇଜ କରାଯିବା ସହିତ ଛାତ୍ରୀଛାତ୍ରମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ବସାଯାଇଥିଲା। ସମସ୍ତେ ମାସ୍କ ପରିଧାନ କରିଥିବାରୁ ଶୃଙ୍ଖଳାର ସହିତ ପାଠପଢ଼ା ଆରମ୍ଭ ହୋଇଥିଲା। ଢେଙ୍କାନାଳ ଜିଲାରେ ମୋଟ୍‌ ୨୭୭ ହାଇସ୍କୁଲ ଥିବାବେଳେ ପ୍ରଥମ ଦିନରେ ୭ ହଜାର ୬୯୮ ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିଥିଲେ। ଜିଲାର ସରକାରୀ ହାଇସ୍କୁଲଗୁଡ଼ିକରେ ୯ ହଜାର ୯୭୨ ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ୫ ହଜାର ୩୪ ଜଣ ସ୍କୁଲ ଆସିଥିବା ସୂଚନା ମିଳିଛି। ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ ପଢ଼ୁଥିବା ୫ ହଜାର ୪୪୩ ଜଣଙ୍କ ମଧ୍ୟରୁ ୨ ହଜାର ୪୧୭ ଛାତ୍ରୀଛାତ୍ର, ଘରୋଇ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ମୋଟ୍‌ ୭୨୩ ଜଣଙ୍କ ମଧ୍ୟରୁ ୧୩୦ ଏବଂ ଇଂଲିଶ ମାଧ୍ୟମ ଘରୋଇ ସ୍କୁଲ ଗୁଡିକର ୨୬୦ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୭ ପିଲା ପ୍ରଥମ ଦିନରେ ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ। ଏହାଛଡ଼ା ଅନ୍‌ଲାଇନରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୨୭୮୪, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ୧୫୧୨, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକର ୪୬୩ ଓ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଗୁଡିକର ୧୧୫ ଛାତ୍ରୀଛାତ୍ର ପାଠ ପଢିଥିବା ଜଣାପଡ଼ିଛି। ଏଥିସହ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୧୪୬୩, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ୭୦୪, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ୨୬ ଓ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ୧୭ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ସେହିପରି ଅନୁଗୋଳ ଜିଲାରେ ସ୍କୁଲ ଖୋଲିବା ପୂର୍ବରୁ ନୋଡାଲ ଅଧିକାରୀ ତଥା ରାଜ୍ୟ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶିକା ମୀନାକ୍ଷୀ ପଣ୍ଡା ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଜିଲାରେ ଥିବା ୨୪୯ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୨୩୬ଟିରେ ପାଠପଢ଼ା ଆରମ୍ଭ ହୋଇଛି। ଅବଶିଷ୍ଟ ୧୩ଟି ସ୍କୁଲ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ସେଠାରେ ଆସନ୍ତା ଅଗଷ୍ଟ ୬ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ଅନୁଗୋଳ ଜିଲାରେ ୩୮ ପ୍ରତିଶତ ଉପସ୍ଥାନ ଥିବା ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଆସନ୍ତା ସପ୍ତାହରୁ ସମସ୍ତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିବ ବୋଲି ଆଶା କରାଯାଉଛି।
ବିଦ୍ୟାଳୟ ପାଠପଢ଼ା ଅଲଗା
ମାସ ମାସ ଧରି ଅନ୍‌ଲାଇନ୍‌ରେ କ୍ଲାସ କରୁଥିଲେ ମଧ୍ୟ ତାହା ଭଲ ଲାଗୁ ନ ଥିଲା। ବିଦ୍ୟାଳୟ ଖୋଲିଥିବାରୁ ଉତ୍ସାହର ସହ ଆସିଛୁ। ସ୍କୁଲର ପରିବେଶ ଓ ପାଠପଢ଼ା ସବୁଠାରୁ ଭିନ୍ନ। କରୋନା କଟକଣା ମାନି ଶ୍ରେଣୀଗୃହରେ ବସି ଶିକ୍ଷା ଗ୍ରହଣ କରିବୁ।
-ଅଂଶୁମାନ ସାହୁ, ଛାତ୍ର, ଅନୁଗୋଳ
ପାଠ ଛାଡ଼ି ହେବନି
କରୋନାକୁ ନେଇ ମନରେ ଭୟ ରହିଛି। କିନ୍ତୁ ପାଠ ଛାଡ଼ି ରହିହେବନି। ସରକାର ବିଦ୍ୟାଳୟ ଖୋଲିଥିବାରୁ ଧନ୍ୟବାଦ। ଦୀର୍ଘଦିନ ପରେ ସ୍କୁଲ ଓ ସାଙ୍ଗମାନଙ୍କୁ ଦେଖି ଖୁସି ଲାଗୁଛି। ଆସନ୍ତା ମାଟ୍ରିକ୍‌ ପରୀକ୍ଷା ପାଇଁ ସମସ୍ୟା ହେବ ନାହିଁ ବୋଲି ଭାବୁଛି।
-ପୂଜାଲିନ ପ୍ରଧାନ, ଛାତ୍ରୀ, ଅନୁଗୋଳ
ସ୍କୁଲ ଖୋଲିଥିବାରୁ ଖୁସି
ଦୀର୍ଘ ଦିନ ପରେ ସ୍କୁଲ ପରିସରକୁ ଆସିଥିବାରୁ ଖୁସି ଲାଗୁଛି। ଅନ୍‌ଲାଇନ୍‌ରେ ପାଠପଢ଼ା କାହାରି ପସନ୍ଦ ନୁହେଁ। ହେଲେ କରୋନା ପାଇଁ ସମସ୍ତେ ବାଧ୍ୟରେ କ୍ଲାସ କରୁଛୁ। କରୋନା ସଂକ୍ରମଣ ଆଉ ଅଧିକ ନ ହେଉ କି ଆମ ସ୍କୁଲ ଆଗାମୀ ଦିନରେ ବନ୍ଦ ନ ହେଉ।
-ଅଶ୍ୱିନୀ କୁମାର ସାହୁ, ଛାତ୍ର, ଅନୁଗୋଳ
ସତର୍କତାର ସହ ଆସୁଛୁ
ସତର୍କତା ସହ ସ୍କୁଲ ଆସିଲେ ମଧ୍ୟ ଭୟ ଓ ଆଶଙ୍କା ମନରେ ରହିଛି। ଶିକ୍ଷା ଆମ ଭବିଷ୍ୟତର କଥା ହୋଇଥିବାରୁ ଶ୍ରେଣୀଗୃହରେ ଶିକ୍ଷାଗ୍ରହଣର ଆବଶ୍ୟକତା ରହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଆମ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିବାରୁ ସ୍କୁଲ ଆସିବାକୁ ଭଲ ଲାଗୁଛି।
-ଦୀପ୍ତି ରଞ୍ଜନ ସାହୁ, ଅନୁଗୋଳ
କଲେଜ ଜୀବନର ପ୍ରଥମ ଦିନ
କଲେଜ ଜୀବନର ଏହା ପ୍ରଥମ ଦିନ। କରୋନା କାରଣରୁ କଲେଜ ବନ୍ଦ ଥିବାରୁ ଶ୍ରେଣୀଗୃହ ଶିକ୍ଷାରୁ ବଞ୍ଚିତ ଥିଲୁ। ତୃତୀୟ ଲହର ଆସୁଥିବା କୁହାଯାଉଥିଲେ ମଧ୍ୟ ସତର୍କତାର ସହ ପାଠ ପଢ଼ିବୁ। ନିଜେ ସଚେତନ ହୋଇ କରୋନାକୁ ହରାଇ ଶିକ୍ଷିତ ହେବୁ।
-ସ୍ବାତୀ ଦାସ,
ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ, ଅନୁଗୋଳ
ପାଠପଢ଼ା ଭଲ ଲାଗିଲା
ଗତବର୍ଷ ସ୍କୁଲରେ ନବମ ଶ୍ରେଣୀରେ ଆଦୌ ପାଠପଢା ହୋଇନି। ଏତେଦିନ ପରେ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଥିବାରୁ ଭଲ ଲାଗୁଛି। ଟିକେ ଭୟ ମଧ୍ୟ ରହିଛି। ପ୍ରଥମ ଦିନରେ ଗଣିତ, ସାହିତ୍ୟ, ବିଜ୍ଞାନ ଓ ଇଂଲିଶ ପଢା ହୋଇଛି।
-ପ୍ରତ୍ୟୁଷ ପରିଡା, ବ୍ରଜନାଥ ବଡଜେନା ହାଇସ୍କୁଲ, ଢେଙ୍କାନାଳ
କୋଭିଡ୍‌ ନିୟମ ପାଳନ ହେଉଛି
ଅନ୍‌ଲାଇନ ଠାରୁ ଶ୍ରେଣୀ ଗୃହ ଶିକ୍ଷା ଯଥେଷ୍ଟ ଭଲ। ଏହାଛଡ଼ା ସାଙ୍ଗମାନଙ୍କ ସହ ଏକାଠି ପାଠ ପଢିବାର ସୁଯୋଗ ମିଳିଛି। କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଛି। ତେଣୁ ଆଗାମୀ ଦିନରେ ଆହୁରି ଅଧିକ ସାଙ୍ଗ ସ୍କୁଲ ଆସିବେ।
-ରାକ୍ଷୀ ରଣା, ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ
ଭୟ ଏଯାଏ ଟଳିନି
କୋଭିଡ ଭୟ ଏ ପର୍ଯ୍ୟନ୍ତ ଟଳିନି। ତଥାପି ଉପାୟ ନ ଥିବାରୁ ପିଲାଙ୍କୁ ସ୍କୁଲ ଛାଡିଛୁ। ସ୍କୁଲ କର୍ତ୍ତୃପକ୍ଷ କଟକଣା କଡାକଡି ଭାବେ ପାଳନ କରି ସୁରକ୍ଷିତ ଭାବେ ପାଠ ପଢାଇବାର ବ୍ୟବସ୍ଥା କରିପାରିଲେ ପିଲାମାନେ ନିରାପଦରେ ରହିବେ ା
-କାର୍ତ୍ତିକ ପରିଡା, ଅଭିଭାବକ, ଢେଙ୍କାନାଳ
ରିପୋର୍ଟ ସଂଗ୍ରହ କରାଯାଉଛି
ସ୍କୁଲରେ କୋଭିଡ୍‌ ନିୟମ ପାଳନ କରାଯାଉଛି। ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଯାଞ୍ଚ କରାଯାଇଛି। ପ୍ରଥମ ଦିବସରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ଗୁଡିକୁ ଆସିଥିବା ପିଲାମାନଙ୍କ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯାଇଛି।
-ନିବେଦିତା ପାଣି, ଜିଲା ଶିକ୍ଷା ଅଧିକାରୀ, ଢେଙ୍କାନାଳ

 


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?