ଉଲ୍ଲାସ ଅଧିକ, ଉପସ୍ଥାନ କମ୍‌

ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଲାଗି ଖୋଲାଯାଇଛି ସ୍କୁଲ। ଏହାକୁ ନେଇ ଢେଙ୍କାନାଳ ଓ ଅନୁଗୋଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ। ମହାମାରୀ ଆତଙ୍କର ଅବସାନ ହୋଇ ନ ଥିଲେ ମଧ୍ୟ ଶ୍ରେଣୀଗୃହ ଶିକ୍ଷା ପ୍ରତି ଆଗ୍ରହ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ମୁହାଁ କରାଇଛି। ଯଦିଓ ଉତ୍ସାହ ଉଲ୍ଲାସ ତୁଳନାରେ ପ୍ରଥମ ଦିନରେ ଉପସ୍ଥାନ କମ୍‌ ରହିଛି ତଥାପି ଆଗାମୀ ଦିନରେ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ସ୍କୁଲ ଆସିବେ ବୋଲି ଶିକ୍ଷୟିତ୍ରୀଶିକ୍ଷକମାନେ ଆଶା କରିଛନ୍ତି।
ପୂର୍ବାହ୍ନ ୧୦ଟାରେ ଛାତ୍ରୀଛାତ୍ରମାନେ ସାମାଜିକ ଦୂରତ୍ୱ ବଜାୟ ରଖି ସ୍କୁଲ ମଧ୍ୟକୁ ପ୍ରବେଶ କରିଥିଲେ। ସ୍କୁଲ ଗେଟ୍‌ ନିକଟରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସାନିଟାଇଜର ପ୍ରଦାନ କରାଯାଇଥିଲା। ଶ୍ରେଣୀ ପ୍ରକୋଷ୍ଠ ଗୁଡିକୁ ମଧ୍ୟ ସାନିଟାଇଜ କରାଯିବା ସହିତ ଛାତ୍ରୀଛାତ୍ରମାନଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରି ବସାଯାଇଥିଲା। ସମସ୍ତେ ମାସ୍କ ପରିଧାନ କରିଥିବାରୁ ଶୃଙ୍ଖଳାର ସହିତ ପାଠପଢ଼ା ଆରମ୍ଭ ହୋଇଥିଲା। ଢେଙ୍କାନାଳ ଜିଲାରେ ମୋଟ୍‌ ୨୭୭ ହାଇସ୍କୁଲ ଥିବାବେଳେ ପ୍ରଥମ ଦିନରେ ୭ ହଜାର ୬୯୮ ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିଥିଲେ। ଜିଲାର ସରକାରୀ ହାଇସ୍କୁଲଗୁଡ଼ିକରେ ୯ ହଜାର ୯୭୨ ଜଣ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଦିନରେ ୫ ହଜାର ୩୪ ଜଣ ସ୍କୁଲ ଆସିଥିବା ସୂଚନା ମିଳିଛି। ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ଗୁଡିକରେ ପଢ଼ୁଥିବା ୫ ହଜାର ୪୪୩ ଜଣଙ୍କ ମଧ୍ୟରୁ ୨ ହଜାର ୪୧୭ ଛାତ୍ରୀଛାତ୍ର, ଘରୋଇ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ମୋଟ୍‌ ୭୨୩ ଜଣଙ୍କ ମଧ୍ୟରୁ ୧୩୦ ଏବଂ ଇଂଲିଶ ମାଧ୍ୟମ ଘରୋଇ ସ୍କୁଲ ଗୁଡିକର ୨୬୦ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୭ ପିଲା ପ୍ରଥମ ଦିନରେ ଶ୍ରେଣୀ ଗୃହରେ ଉପସ୍ଥିତ ଥିଲେ। ଏହାଛଡ଼ା ଅନ୍‌ଲାଇନରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୨୭୮୪, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ୧୫୧୨, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକର ୪୬୩ ଓ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଗୁଡିକର ୧୧୫ ଛାତ୍ରୀଛାତ୍ର ପାଠ ପଢିଥିବା ଜଣାପଡ଼ିଛି। ଏଥିସହ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୧୪୬୩, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ୭୦୪, ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ୨୬ ଓ ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ୧୭ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ସେହିପରି ଅନୁଗୋଳ ଜିଲାରେ ସ୍କୁଲ ଖୋଲିବା ପୂର୍ବରୁ ନୋଡାଲ ଅଧିକାରୀ ତଥା ରାଜ୍ୟ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶିକା ମୀନାକ୍ଷୀ ପଣ୍ଡା ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଜିଲାରେ ଥିବା ୨୪୯ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୨୩୬ଟିରେ ପାଠପଢ଼ା ଆରମ୍ଭ ହୋଇଛି। ଅବଶିଷ୍ଟ ୧୩ଟି ସ୍କୁଲ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ସେଠାରେ ଆସନ୍ତା ଅଗଷ୍ଟ ୬ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଦିନରେ ଅନୁଗୋଳ ଜିଲାରେ ୩୮ ପ୍ରତିଶତ ଉପସ୍ଥାନ ଥିବା ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଆସନ୍ତା ସପ୍ତାହରୁ ସମସ୍ତ ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିବ ବୋଲି ଆଶା କରାଯାଉଛି।
ବିଦ୍ୟାଳୟ ପାଠପଢ଼ା ଅଲଗା
ମାସ ମାସ ଧରି ଅନ୍‌ଲାଇନ୍‌ରେ କ୍ଲାସ କରୁଥିଲେ ମଧ୍ୟ ତାହା ଭଲ ଲାଗୁ ନ ଥିଲା। ବିଦ୍ୟାଳୟ ଖୋଲିଥିବାରୁ ଉତ୍ସାହର ସହ ଆସିଛୁ। ସ୍କୁଲର ପରିବେଶ ଓ ପାଠପଢ଼ା ସବୁଠାରୁ ଭିନ୍ନ। କରୋନା କଟକଣା ମାନି ଶ୍ରେଣୀଗୃହରେ ବସି ଶିକ୍ଷା ଗ୍ରହଣ କରିବୁ।
-ଅଂଶୁମାନ ସାହୁ, ଛାତ୍ର, ଅନୁଗୋଳ
ପାଠ ଛାଡ଼ି ହେବନି
କରୋନାକୁ ନେଇ ମନରେ ଭୟ ରହିଛି। କିନ୍ତୁ ପାଠ ଛାଡ଼ି ରହିହେବନି। ସରକାର ବିଦ୍ୟାଳୟ ଖୋଲିଥିବାରୁ ଧନ୍ୟବାଦ। ଦୀର୍ଘଦିନ ପରେ ସ୍କୁଲ ଓ ସାଙ୍ଗମାନଙ୍କୁ ଦେଖି ଖୁସି ଲାଗୁଛି। ଆସନ୍ତା ମାଟ୍ରିକ୍‌ ପରୀକ୍ଷା ପାଇଁ ସମସ୍ୟା ହେବ ନାହିଁ ବୋଲି ଭାବୁଛି।
-ପୂଜାଲିନ ପ୍ରଧାନ, ଛାତ୍ରୀ, ଅନୁଗୋଳ
ସ୍କୁଲ ଖୋଲିଥିବାରୁ ଖୁସି
ଦୀର୍ଘ ଦିନ ପରେ ସ୍କୁଲ ପରିସରକୁ ଆସିଥିବାରୁ ଖୁସି ଲାଗୁଛି। ଅନ୍‌ଲାଇନ୍‌ରେ ପାଠପଢ଼ା କାହାରି ପସନ୍ଦ ନୁହେଁ। ହେଲେ କରୋନା ପାଇଁ ସମସ୍ତେ ବାଧ୍ୟରେ କ୍ଲାସ କରୁଛୁ। କରୋନା ସଂକ୍ରମଣ ଆଉ ଅଧିକ ନ ହେଉ କି ଆମ ସ୍କୁଲ ଆଗାମୀ ଦିନରେ ବନ୍ଦ ନ ହେଉ।
-ଅଶ୍ୱିନୀ କୁମାର ସାହୁ, ଛାତ୍ର, ଅନୁଗୋଳ
ସତର୍କତାର ସହ ଆସୁଛୁ
ସତର୍କତା ସହ ସ୍କୁଲ ଆସିଲେ ମଧ୍ୟ ଭୟ ଓ ଆଶଙ୍କା ମନରେ ରହିଛି। ଶିକ୍ଷା ଆମ ଭବିଷ୍ୟତର କଥା ହୋଇଥିବାରୁ ଶ୍ରେଣୀଗୃହରେ ଶିକ୍ଷାଗ୍ରହଣର ଆବଶ୍ୟକତା ରହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଆମ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିବାରୁ ସ୍କୁଲ ଆସିବାକୁ ଭଲ ଲାଗୁଛି।
-ଦୀପ୍ତି ରଞ୍ଜନ ସାହୁ, ଅନୁଗୋଳ
କଲେଜ ଜୀବନର ପ୍ରଥମ ଦିନ
କଲେଜ ଜୀବନର ଏହା ପ୍ରଥମ ଦିନ। କରୋନା କାରଣରୁ କଲେଜ ବନ୍ଦ ଥିବାରୁ ଶ୍ରେଣୀଗୃହ ଶିକ୍ଷାରୁ ବଞ୍ଚିତ ଥିଲୁ। ତୃତୀୟ ଲହର ଆସୁଥିବା କୁହାଯାଉଥିଲେ ମଧ୍ୟ ସତର୍କତାର ସହ ପାଠ ପଢ଼ିବୁ। ନିଜେ ସଚେତନ ହୋଇ କରୋନାକୁ ହରାଇ ଶିକ୍ଷିତ ହେବୁ।
-ସ୍ବାତୀ ଦାସ,
ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ, ଅନୁଗୋଳ
ପାଠପଢ଼ା ଭଲ ଲାଗିଲା
ଗତବର୍ଷ ସ୍କୁଲରେ ନବମ ଶ୍ରେଣୀରେ ଆଦୌ ପାଠପଢା ହୋଇନି। ଏତେଦିନ ପରେ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଥିବାରୁ ଭଲ ଲାଗୁଛି। ଟିକେ ଭୟ ମଧ୍ୟ ରହିଛି। ପ୍ରଥମ ଦିନରେ ଗଣିତ, ସାହିତ୍ୟ, ବିଜ୍ଞାନ ଓ ଇଂଲିଶ ପଢା ହୋଇଛି।
-ପ୍ରତ୍ୟୁଷ ପରିଡା, ବ୍ରଜନାଥ ବଡଜେନା ହାଇସ୍କୁଲ, ଢେଙ୍କାନାଳ
କୋଭିଡ୍‌ ନିୟମ ପାଳନ ହେଉଛି
ଅନ୍‌ଲାଇନ ଠାରୁ ଶ୍ରେଣୀ ଗୃହ ଶିକ୍ଷା ଯଥେଷ୍ଟ ଭଲ। ଏହାଛଡ଼ା ସାଙ୍ଗମାନଙ୍କ ସହ ଏକାଠି ପାଠ ପଢିବାର ସୁଯୋଗ ମିଳିଛି। କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଉଛି। ତେଣୁ ଆଗାମୀ ଦିନରେ ଆହୁରି ଅଧିକ ସାଙ୍ଗ ସ୍କୁଲ ଆସିବେ।
-ରାକ୍ଷୀ ରଣା, ସୁଲକ୍ଷଣାଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ
ଭୟ ଏଯାଏ ଟଳିନି
କୋଭିଡ ଭୟ ଏ ପର୍ଯ୍ୟନ୍ତ ଟଳିନି। ତଥାପି ଉପାୟ ନ ଥିବାରୁ ପିଲାଙ୍କୁ ସ୍କୁଲ ଛାଡିଛୁ। ସ୍କୁଲ କର୍ତ୍ତୃପକ୍ଷ କଟକଣା କଡାକଡି ଭାବେ ପାଳନ କରି ସୁରକ୍ଷିତ ଭାବେ ପାଠ ପଢାଇବାର ବ୍ୟବସ୍ଥା କରିପାରିଲେ ପିଲାମାନେ ନିରାପଦରେ ରହିବେ ା
-କାର୍ତ୍ତିକ ପରିଡା, ଅଭିଭାବକ, ଢେଙ୍କାନାଳ
ରିପୋର୍ଟ ସଂଗ୍ରହ କରାଯାଉଛି
ସ୍କୁଲରେ କୋଭିଡ୍‌ ନିୟମ ପାଳନ କରାଯାଉଛି। ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଯାଞ୍ଚ କରାଯାଇଛି। ପ୍ରଥମ ଦିବସରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ଗୁଡିକୁ ଆସିଥିବା ପିଲାମାନଙ୍କ ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯାଇଛି।
-ନିବେଦିତା ପାଣି, ଜିଲା ଶିକ୍ଷା ଅଧିକାରୀ, ଢେଙ୍କାନାଳ

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri