ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା

ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ ହୋଇଛି। ଏଥିରେ ଦର୍ପଣ ତହସିଲଦାର, ମାଇନିଂ ଅଫିସର, ସରକାରୀ ମାପଚୁପ ସଂସ୍ଥା ଓର୍ସାକ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିିବି) କର୍ତ୍ତୃପକ୍ଷ ସାମିଲ ଥିଲେ । ତେବେ ମାପଚୁପ ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବିନା ଅନୁମତିରେ ମାଣ୍ଡୁକା ପାହାଡ଼ରୁ ପ୍ରାୟ ୫ ରୁ ୬ ଏକର ଅଞ୍ଚଳରୁ ମୋରମ ଲୁଟ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଉପଯୁକ୍ତ ଭାବେ ମାପଚୁପ କରାଗଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଘନମିଟର ମୋରମ ଲୁଟ ହୋଇଥିବା ଅନୁମାନ କରାଯାଇଛି। ମାପଚୁପରେ ଏହି ଅନୁମାନ ଯଦି ସତ ହୁଏ ତେବେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ତହସିଲରୁ କଳାପଥର ଲୁଟ ଉପରେ ସାଟେଲାଇଟ୍‌ ମାପଚୁପ କରି ଜରିମାନା ଆଦାୟ ପ୍ରକ୍ରିୟା ଚାଲିଥିବାବେଳେ ଦର୍ପଣ ତହସିଲରେ ମୋରମ ଲୁଟ ଅଭିଯୋଗ ଉପରେ ମାପଚୁପ ପ୍ରଥମ ବୋଲି କୁହାଯାଉଛି। ଗତ ୨ ତାରିଖରେ ମାଣ୍ଡୁକା ପାହାଡ଼ରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ନିୟୋଜିତ ଏକ୍ସଭେଟର ଗାଡ଼ି ଜବତ ହୋଇଥିବାରୁ ଏହି ମାପଚୁପ ପ୍ରକ୍ରିୟା ତାଙ୍କ ପାଇଁ ଆହୁରି ଅଡୁଆ ହେବ ବୋଲି ଚର୍ଚ୍ଚା ହେଉଛି। ଏହାବାଦ୍‌ ଲିଜ୍‌ ଏରିଆ ବାହାରୁ ମୋରମ ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଥିବାରୁ ସଂପୃକ୍ତ ବ୍ୟବସାୟୀ ମଧ୍ୟ ଏଥିରେ ଫସିବାର ସମ୍ଭାବନା ରହିଛି ।
ଯାଜପୁର ଜିଲାର ଧର୍ମଶାଳା ତହସିଲ ମୂଲ୍ୟବାନ୍‌ କଳାପଥର ଏବଂ ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଞ୍ଚଳରେ ମୋରମ ଓ ମାଙ୍କଡାପଥର ବିପୁଳ ପରିମାଣରେ ଗଚ୍ଛିତ ରହିଛି। ଧର୍ମଶାଳା ତହସିଲ ଅଞ୍ଚଳରେ କେତେକ କଳାପଥର ଖାଦାନକୁ ଲିଜ୍‌ ଦିଆଯାଇଥିବାବେଳେ ଏବେବି ଲୁଣିବର, ମାଲଗୋଡା, ବରଡା, ଆରୁହା, ଅଞ୍ଜିରା, କୁସୁନପୁର ଇତ୍ୟାଦି ପାହାଡ଼ର ଏକାଧିକ ଖାଦାନରୁ କଳାପଥର ଲୁଟ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଦର୍ପଣ ତହସିଲ ଅଞ୍ଚଳର ମାଣ୍ଡୁକା, ଭାଉରିଆପଦା, ବଇରି, ପାରିଆ, ସମିଆ, ସାଲପଡା ଆଦି ସ୍ଥାନରୁ ମାଙ୍କଡାପଥର ସହ ମୋରମ ଲୁଟ ଅଣାୟତ୍ତ ହୋଇଛି। ତେବେ ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ବାଲିଚନ୍ଦ୍ରପୁର ଥାନାରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ଅଭିଯୋଗ ପରେ ସାମାଜିକ କର୍ମୀ ବେହୁରାଙ୍କ ନାମକୁ ମଧ୍ୟ ଏଥିରେ ସମ୍ପୃକ୍ତ କରାଯାଇଛି। ତେବେ ବେହୁରାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ବିଭିନ୍ନ ସୂଚନା ଅଧିକାର କର୍ମୀ ଓ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି। ଅଭିଯୋଗ ଅନୁସାରେ ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦୀ ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଅନ୍ୟପକ୍ଷେ ୨୦୨୨ ନଭେମ୍ବର ୨ରେ ଚଣ୍ଡିଖୋଲ ନୋଟାରିରେ ହୋଇଥିବା ଏକ ଚୁକ୍ତିପତ୍ରରେ ସର୍ବେଶ୍ୱର ବେହୁରା ତାଙ୍କ ହୁଣ୍ଡାଇ ଏକ୍ସଭେଟର ଲିଜ୍‌ ସୂତ୍ରରେ ବାଲିଚନ୍ଦ୍ରପୁର ଥାନାର ଅତ୍ୟୁତବସନ୍ତ ଗ୍ରାମର ମନୋଜ କୁମାର ରାୟଙ୍କୁ ଦେଇଥିବା ଦର୍ଶାଯାଇଛି। ତେବେ ଉକ୍ତ ଏକ୍ସଭେଟର କେଉଁ କାର୍ଯ୍ୟରେ ନିୟୋଜିତ ହେଉଥିଲା ତାହା ଏହି ଚୁକ୍ତିପତ୍ରରେ ସ୍ପଷ୍ଟ ହୋଇ ପାରିନାହିଁ। ଏକ୍ସଭେଟର ଗାଡ଼ିର ମାଲିକଙ୍କ ନାମ ଅନୁସାରେ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ତହସିଲଦାର ମାନସ ତ୍ରିପାଠୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?