ସର୍ବେଶ୍ୱରଙ୍କ ପାଇଁ ଅଡୁଆ ବଢ଼ିଲା

ଯାଜପୁର/ଚଣ୍ଡିଖୋଲ,୧୧ା୭(ହର୍ଷବର୍ଦ୍ଧନ ବେହେରା/ପ୍ରଦୀପ୍ତ ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ଅଭିଯୋଗ ଉପରେ ସୋମବାର ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ମାପଚୁପ ହୋଇଛି। ଏଥିରେ ଦର୍ପଣ ତହସିଲଦାର, ମାଇନିଂ ଅଫିସର, ସରକାରୀ ମାପଚୁପ ସଂସ୍ଥା ଓର୍ସାକ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିିବି) କର୍ତ୍ତୃପକ୍ଷ ସାମିଲ ଥିଲେ । ତେବେ ମାପଚୁପ ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବିନା ଅନୁମତିରେ ମାଣ୍ଡୁକା ପାହାଡ଼ରୁ ପ୍ରାୟ ୫ ରୁ ୬ ଏକର ଅଞ୍ଚଳରୁ ମୋରମ ଲୁଟ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଉପଯୁକ୍ତ ଭାବେ ମାପଚୁପ କରାଗଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଘନମିଟର ମୋରମ ଲୁଟ ହୋଇଥିବା ଅନୁମାନ କରାଯାଇଛି। ମାପଚୁପରେ ଏହି ଅନୁମାନ ଯଦି ସତ ହୁଏ ତେବେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି। ଧର୍ମଶାଳା ତହସିଲରୁ କଳାପଥର ଲୁଟ ଉପରେ ସାଟେଲାଇଟ୍‌ ମାପଚୁପ କରି ଜରିମାନା ଆଦାୟ ପ୍ରକ୍ରିୟା ଚାଲିଥିବାବେଳେ ଦର୍ପଣ ତହସିଲରେ ମୋରମ ଲୁଟ ଅଭିଯୋଗ ଉପରେ ମାପଚୁପ ପ୍ରଥମ ବୋଲି କୁହାଯାଉଛି। ଗତ ୨ ତାରିଖରେ ମାଣ୍ଡୁକା ପାହାଡ଼ରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କ ନିୟୋଜିତ ଏକ୍ସଭେଟର ଗାଡ଼ି ଜବତ ହୋଇଥିବାରୁ ଏହି ମାପଚୁପ ପ୍ରକ୍ରିୟା ତାଙ୍କ ପାଇଁ ଆହୁରି ଅଡୁଆ ହେବ ବୋଲି ଚର୍ଚ୍ଚା ହେଉଛି। ଏହାବାଦ୍‌ ଲିଜ୍‌ ଏରିଆ ବାହାରୁ ମୋରମ ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଥିବାରୁ ସଂପୃକ୍ତ ବ୍ୟବସାୟୀ ମଧ୍ୟ ଏଥିରେ ଫସିବାର ସମ୍ଭାବନା ରହିଛି ।
ଯାଜପୁର ଜିଲାର ଧର୍ମଶାଳା ତହସିଲ ମୂଲ୍ୟବାନ୍‌ କଳାପଥର ଏବଂ ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଞ୍ଚଳରେ ମୋରମ ଓ ମାଙ୍କଡାପଥର ବିପୁଳ ପରିମାଣରେ ଗଚ୍ଛିତ ରହିଛି। ଧର୍ମଶାଳା ତହସିଲ ଅଞ୍ଚଳରେ କେତେକ କଳାପଥର ଖାଦାନକୁ ଲିଜ୍‌ ଦିଆଯାଇଥିବାବେଳେ ଏବେବି ଲୁଣିବର, ମାଲଗୋଡା, ବରଡା, ଆରୁହା, ଅଞ୍ଜିରା, କୁସୁନପୁର ଇତ୍ୟାଦି ପାହାଡ଼ର ଏକାଧିକ ଖାଦାନରୁ କଳାପଥର ଲୁଟ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଦର୍ପଣ ତହସିଲ ଅଞ୍ଚଳର ମାଣ୍ଡୁକା, ଭାଉରିଆପଦା, ବଇରି, ପାରିଆ, ସମିଆ, ସାଲପଡା ଆଦି ସ୍ଥାନରୁ ମାଙ୍କଡାପଥର ସହ ମୋରମ ଲୁଟ ଅଣାୟତ୍ତ ହୋଇଛି। ତେବେ ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ ଚାଲିଥିବାବେଳେ ବିଭିନ୍ନ ଗାଡ଼ି ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ବାଲିଚନ୍ଦ୍ରପୁର ଥାନାରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ଅଭିଯୋଗ ପରେ ସାମାଜିକ କର୍ମୀ ବେହୁରାଙ୍କ ନାମକୁ ମଧ୍ୟ ଏଥିରେ ସମ୍ପୃକ୍ତ କରାଯାଇଛି। ତେବେ ବେହୁରାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ଦର୍ଶାଇ ବିଭିନ୍ନ ସୂଚନା ଅଧିକାର କର୍ମୀ ଓ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି। ଅଭିଯୋଗ ଅନୁସାରେ ମାଣ୍ଡୁକା ମୌଜାର ୩୬୧୧ ପ୍ଲଟରେ ୧୨ ଏକର ଜମିରେ ମୋରମ ଉତ୍ତୋଳନ କରିବାକୁ ଭୁବନେଶ୍ୱର ବାବୁଜୀ ନଗରର ହରପ୍ରସାଦ ଷଡ଼ଙ୍ଗୀଙ୍କୁ ତହସିଲ ପକ୍ଷରୁ ଅନୁମତି ମିଳିଛି। ଅନୁମତି ଅନୁସାରେ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଦୀର୍ଘମିଆଦୀ ଲିଜ୍‌ ଅନୁସାରେ ବର୍ଷକୁ ୧ କୋଟି ଟଙ୍କା ହିସାବରେ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଏରିଆ ବାହାରେ ୩୬୧୦ ନମ୍ବର ପ୍ଲଟରୁ ମୋରମ ବେଆଇନ ଭାବେ ଉତ୍ତୋଳନ ହେଉଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ ହୋଇଥିଲା। ଅନ୍ୟପକ୍ଷେ ୨୦୨୨ ନଭେମ୍ବର ୨ରେ ଚଣ୍ଡିଖୋଲ ନୋଟାରିରେ ହୋଇଥିବା ଏକ ଚୁକ୍ତିପତ୍ରରେ ସର୍ବେଶ୍ୱର ବେହୁରା ତାଙ୍କ ହୁଣ୍ଡାଇ ଏକ୍ସଭେଟର ଲିଜ୍‌ ସୂତ୍ରରେ ବାଲିଚନ୍ଦ୍ରପୁର ଥାନାର ଅତ୍ୟୁତବସନ୍ତ ଗ୍ରାମର ମନୋଜ କୁମାର ରାୟଙ୍କୁ ଦେଇଥିବା ଦର୍ଶାଯାଇଛି। ତେବେ ଉକ୍ତ ଏକ୍ସଭେଟର କେଉଁ କାର୍ଯ୍ୟରେ ନିୟୋଜିତ ହେଉଥିଲା ତାହା ଏହି ଚୁକ୍ତିପତ୍ରରେ ସ୍ପଷ୍ଟ ହୋଇ ପାରିନାହିଁ। ଏକ୍ସଭେଟର ଗାଡ଼ିର ମାଲିକଙ୍କ ନାମ ଅନୁସାରେ ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି। ତହସିଲଦାର ମାନସ ତ୍ରିପାଠୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri