Posted inଫୁରସତ

ମୁନ୍‌ଲାଇଟିଂ

କେବେ ଆର୍ଥିକ ଅନଟନ ଦୂର କରିବା ଲାଗି ତ କେବେ ବଳକା ସମୟର ଉପଯୋଗ ପାଇଁ, ଆଉ ପୁଣି କେବେ ଅଧିକ ଟଙ୍କା ରୋଜଗାର ଲୋଭରେ ଅନେକ କର୍ମଚାରୀଙ୍କୁ ନିଜ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟତ୍ର ମଧ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ। ଆମେରିକାରେ ଏହାକୁ କୁହାଯାଏ ମୁନ୍‌ଲାଇଟିଂ; ଯାହାକି ବର୍ତ୍ତମାନ ଅନ୍ୟାନ୍ୟ ଦେଶ ଏମିତିକି ଆମ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହା ଯଦି ନିଜ କାର୍ଯ୍ୟ କିମ୍ବା କାର୍ଯ୍ୟାଳୟ ପ୍ରତି ଅବହେଳାର କାରଣ ସାଜେ, ତେବେ ଜବ୍‌ ହରାଇବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ…

 

ଅଧିକ ରୋଜଗାର ପାଇଁ କେହି କେହି ଏକାଧିକ ଅଫିସ୍‌ରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥାଏ। ହେଲେ ଯେତେବେଳେ କୌଣସି କର୍ମଚାରୀ ନିଜ କମ୍ପାନୀକୁ ନ ଜଣାଇ ଅନ୍ୟ କୌଣସି ଅନୁଷ୍ଠାନରେ କାମ କରିଥାଏ, ଏହାକୁ ମୁନ୍‌ଲାଇଟିଂ କୁହାଯାଏ। ଏହି ଶବ୍ଦଟି ପ୍ରଥମେ ଆମେରିକାରୁ ଆରମ୍ଭ ହୋଇଥିଲା। ଆମେରିକାରେ କାମ କରୁଥିବା ଶ୍ରମିକମାନେ ନିଜର ନିୟମିତ କାମ ସାରିବା ପରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଅନ୍ୟ କମ୍ପାନୀରେ ପାର୍ଟ ଟାଇମ୍‌ ଜବ୍‌ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଆଇଟି ସେକ୍ଟରରେ ଅଧିକ ମୁନ୍‌ଲାଇଟିଂ ହେଉଥିବାର ଦେଖିବାକୁ ମିଳୁଛି। ଭାରତରେ ଏହି ଘଟଣା ପାଇଁ ବିଭିନ୍ନ ବିବାଦ ଘଟଣା ନଜରକୁ ଆସୁଛି। ତେବେ ଏହାଦ୍ୱାରା ଯଦି କୌଣସି କମ୍ପାନୀକୁ ହାନି ପହଞ୍ଚେ, ତେବେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇପାରେ।
କିଛିଦିନ ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ନେସକମ୍‌ ନୋଏଡା ରିଜିଓନାଲ କମ୍ପାନୀର ଜଣେ କର୍ମଚାରୀ ଏକ ସଙ୍ଗେ ୭ଟି କମ୍ପାନୀରେ କାର୍ଯ୍ୟ କରୁଥିବାର ଧରାପଡ଼ିଥିଲେ। ସେହିପରି ମୁମ୍ବାଇର ଏକ କମ୍ପାନୀରେ ଆଇଟି ହେଡ୍‌ ପଦବୀରେ କାର୍ଯ୍ୟରତ ଜଣେ କର୍ମଚାରୀ ଅଫିସ୍‌ ନ ଆସି ଓ୍ବାର୍କ ଫ୍ରମ ହୋମ୍‌ କରୁଥିଲେ। ପରେ ତାଙ୍କ ମେଲ୍‌ରୁ ଏକାଧିକ କମ୍ପାନୀର ପ୍ରୋଜେକ୍ଟ କପି ଦେଖିବାକୁ ମିଳିଥିଲା।
ନାନା ଉପାୟରେ ଅଧିକ ଟଙ୍କା ରୋଜଗାର କରିବା ଏବେ ନିଶା ପାଲଟିଗଲାଣି। କରୋନା ସମୟରେ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳୀକୁ ଆସିବାକୁ ବାରଣ କରାଯିବା ସହ ଘରେ ବସି କାମ କରିବାର ସୁବିଧା କରାଯାଇଥିଲା। ସେଥିପାଇଁ କମ୍ପାନୀ ତରଫରୁ୍‌ କର୍ମଚାରୀଙ୍କୁ ଲାପଟପ୍‌, ଓ୍ବାଇଫାଇ ଇତ୍ୟାଦି ଯୋଗାଇ ଦିଆଗଲା। ଏବେ ବି ଏକାଧିକ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଅଫିସ୍‌ ନ ଡାକି ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବାର ନିୟମ ଲାଗୁ ରଖିଛନ୍ତି। ଘରେ ରହି କାମ କରିବା ଯୋଗୁ ସେମାନେ ଅଫିସ୍‌ ଅଗୋଚରରେ ଏକାଧିକ କମ୍ପାନୀର କାର୍ଯ୍ୟ କରିଥା’ନ୍ତି। କର୍ମଚାରୀ ଅଫିସ୍‌ର କାର୍ଯ୍ୟକାଳ ସରିବା ପରେ ଓ୍ବିକେଣ୍ଡ, ନାଇଟ୍‌ ସିଫ୍ଟ ଅଥବା ହଲିଡେରେ ଗୋଟିଏ ସ୍ଥାନରେ ରହି ଘରେ ବସି ଅନ୍ୟ କମ୍ପାନୀର କାମ କରିଥା’ନ୍ତି। ତେବେ ମୁନ୍‌ଲାଇଟିଂ ଏବଂ ଫ୍ରିଲାନ୍ସ ମଧ୍ୟରେ ତଫାତ୍‌ ଦେଖାଯାଏ। ଫ୍ରିଲାନ୍ସ ଦ୍ୱାରା ଆପଣ କୌଣସି ଅନୁଷ୍ଠାନର ନିୟମିତ କର୍ମଚାରୀ ହୋଇ ନ ଥା’ନ୍ତି। ଏଥିରେ କାମ ଅନୁସାରେ ଦରମା ଦିଆଯାଇଥାଏ। କିନ୍ତୁ ମୁନଲାଇଟିଂରେ ଆପଣଙ୍କ ନିୟମିତ ବେତନ ସହ ଅନ୍ୟ କମ୍ପାନୀର ଫୁଲ୍‌ ଟାଇମ୍‌ ବେତନ ମଧ୍ୟ ମିଳିଥାଏ, ଯାହାକି ଆଇନସମ୍ମତ ନୁହେଁ।
ଭାରତରେ ମୁନ୍‌ଲାଇଟିଂକୁ ଓ୍ବିପ୍ରୋ ଭଳି କମ୍ପାନୀ ବିରୋଧ କରୁଥିବା ବେଳେ ସ୍ବିଗି ଏହାକୁ ନିଜ କର୍ମଚାରୀଙ୍କ କ୍ଲଜ୍‌ରେ ଅନ୍ତର୍ଭୁକ୍ତ କରିଛି। ସ୍ବିଗି ସେମାନଙ୍କ କର୍ମଚାରୀଙ୍କୁ କମ୍ପାନୀରେ କାମ ବାଦ୍‌ ପାର୍ଟ ଟାଇମ୍‌ ଭାବରେ ଅନ୍ୟ କମ୍ପାନୀରେ କାମ କରିବାକୁ ଅନୁମତି ଦେଇଛି। ତେବେ ଏହାକୁ ଭାରତର ପ୍ରଥମ ମୁନ୍‌ଲାଇଟିଂ ପଲିସି କୁହାଯାଉଛି।
ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ, କୋଟାକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକ୍ୟୁଟିଜ୍‌ ଦ୍ୱାରା ୪୦୦ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା କି, ସେଥିମଧ୍ୟରୁ ୬୫% ଲୋକ ଆଇଟି ସେକ୍ଟରରେ ମୁନ୍‌ଲାଇଟିଂ କରିଥା’ନ୍ତି। ତେବେ ଏଥିପାଇଁ ଭାରତୀୟ କୋର୍ଟ ମୁନ୍‌ଲାଇଟିଂ କରୁଥିବା କର୍ମଚାରୀ ଧରାପଡ଼ିଲେ କମ୍ପାନୀ ଦ୍ୱାରା ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାହିଁକି ହେଉଛି ମୁନ୍‌ଲାଇଟିଂ:
– ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍‌ ବଢ଼ିବା ଯୋଗୁ ଆର୍ଥକ ସ୍ଥିତି ସ୍ବଚ୍ଛଳ ନ ଥିବା ଲୋକେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଅନ୍ୟ କମ୍ପାନୀଗୁଡ଼ିକରେ କାମ କରିବାକୁ ଚାହୁଁଛନ୍ତି।
– ନିଜ ଦରମାରେ ସନ୍ତୁଷ୍ଟ ନ ଥିବା କର୍ମଚାରୀମାନେ ପାର୍ଟ ଟାଇମ୍‌ରେ ଅନ୍ୟ କମ୍ପାନୀରେ ଭଲ ପ୍ୟାକେଜ୍‌ ପାଇଲେ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।
– ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟରତ ଥିବା ବେଳେ ଯଦି ଚାକିରି ଚାଲିଯିବାର ଭୟ ମନରେ ରହିଥାଏ, ସେ କ୍ଷେତ୍ରରେ ଜବ୍‌ ସିକ୍ୟୁରିଟି ପାଇଁ ମଧ୍ୟ କେହି କେହି ଅନ୍ୟତ୍ର ଜବ୍‌ କରିଥାନ୍ତି।
– ନିଜକୁ ଗୋଟିଏ ସ୍ଥାନରେ ସୀମିତ ନ ରଖି ନିଜର ସ୍କିଲ୍‌ ଏବଂ ପ୍ରଫେସନ୍‌ର ଡେଭଲପ୍‌ମେଣ୍ଟ ପାଇଁ ଅନେକେ ଅଲଗା ଅଫିସ୍‌ରେ ମଧ୍ୟ କାମ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ଇସ୍ରାଏଲ-ଇରାନ ବିବାଦ ମଧ୍ୟରେ ଆନନ୍ଦ ମହିନ୍ଦ୍ରାଙ୍କୁ ପସନ୍ଦ ଆସିଗଲା ଏହି ଗୋଟିଏ ଜିନିଷ: କହିଲେ, ଭାରତକୁ ବି ଏହା ଆବଶ୍ୟକ

ନୂଆଦିଲ୍ଲୀ,୧୫।୪: ଅନେକ ଦିନ ପରେ ନୀରବ ରହିବା ପରେ ଶେଷରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଏହି ବିବାଦ ଉପରେ ସମଗ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri