ଚନ୍ଦ୍ର ଅଭିଯାନ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଏଥିରେ ସନ୍ଦେହ ନାହିଁ ଯେ, ଭାରତର ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିଯାନ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଷ୍ଟୋନ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ। କେବଳ ଏତିକି ନୁହେଁ, ଏହା ଦେଶର ବୈଷୟିକ ଜ୍ଞାନକୌଶଳ ଏବଂ ଶକ୍ତି ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ଜୁଲାଇ ୧୪ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଦେଶର ବାହୁବଳି ରକେଟ ଲଞ୍ଚର ଏଲଭିଏମ୍‌-୩ ସହାୟତାରେ ଚନ୍ଦ୍ରୟାନ-୩ ମହାକାଶକୁ ଉତ୍‌କ୍ଷେପଣ କରିଥିଲା। ମାତ୍ର ୧୬ ମିନିଟ୍‌ ପରେ ଏହାକୁ କକ୍ଷ୍ୟ ପଥରେ ଅବସ୍ଥାପିତ କରିପାରିଛି। ୨୦୦୩ରେ ଚନ୍ଦ୍ର ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇ ଏହାର ୫ବର୍ଷ ପରେ ଅର୍ଥାତ୍‌ ୨୦୦୮ ଅକ୍ଟୋବରରେ ଭାରତ ଚନ୍ଦ୍ରୟାନ-୧ ପ୍ରେରଣ କରିଥିଲା। ଚନ୍ଦ୍ରୟାନ-୧ ଭାରତର ବୈଷୟିକ ଶକ୍ତିକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାରେ ସମର୍ଥ ହୋଇଥିଲା। ଆମେରିକା, ତତ୍କାଳୀନ ସୋଭିଏଟ୍‌ ୟୁନିୟନ ୧୯୭୦ ଦଶକ ପୂର୍ବରୁ ଚନ୍ଦ୍ର ବିଜୟ କରିଥିବା ବେଳେ ଚନ୍ଦ୍ରପୃଷ୍ଠରେ ‘ଜଳ’ ଥିବା ଆବିଷ୍କାର କରିପାରି ନ ଥିଲେ। ଭାରତର ଚନ୍ଦ୍ରୟାନ-୧ ପ୍ରଥମ ଥର ପାଇଁ ଏବଂ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଜଳ ଥିବାର ସନ୍ଦେଶ ଦେଇଥିଲା; ଯାହାକୁ କି ଆମେରିକା, ରୁଷ ଆଦି ରାଷ୍ଟ୍ର ସହ ବିଶ୍ୱର ମହାକାଶ ବିଜ୍ଞାନୀମାନେ ଗ୍ରହଣ କରିଛନ୍ତି। ଦୁଭାର୍ଗ୍ୟବଶତଃ ଭାରତର ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା। ଚନ୍ଦ୍ରୟାନ-୨ରେ ଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠର ପ୍ରାୟ ୨୧ କିଲୋମିଟର ଉଚ୍ଚତାରେ ଏହା ସହିତ ପୃଥିବୀ ନିୟନ୍ତ୍ରଣ କେନ୍ଦ୍ରର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମାତ୍ର ୩ବର୍ଷର ବ୍ୟବଧାନରେ ଚନ୍ଦ୍ରୟାନ-୩ ଚନ୍ଦ୍ର ଅଭିଯାନ କରିଛି। ଚନ୍ଦ୍ରୟାନ-୩ର ଆଉ ଏକ ରେକର୍ଡ ହେଉଛି ଏହାର ସ୍ବଳ୍ପ ବଜେଟ। ଚନ୍ଦ୍ରୟାନ-୩ ପାଇଁ ମାତ୍ର ୬୧୫ କୋଟି ଟଙ୍କା ବ୍ୟୟ ହୋଇଛି। ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଏତେ କମ୍‌ ବ୍ୟୟରେ ଚନ୍ଦ୍ରପୃଷ୍ଠକୁ ମହାକାଶ ଯାନ ପଠାଇ ନାହାନ୍ତି। ଚନ୍ଦ୍ରୟାନ-୨ରେ ଦେଖାଯାଇଥିବା ତ୍ରୁଟିର ସୁଧାର କରି ଚନ୍ଦ୍ରୟାନ-୩କୁ ପ୍ରେରଣ କରାଯାଇଥିବା ଇସ୍ରୋର ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି। ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣର ୪୦ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୨୩ କିମ୍ବା ୨୪ ରେ ଏହା ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବା ଲକ୍ଷ୍ୟ ରହିଛି। ଚନ୍ଦ୍ରୟାନର ୩ଟି ଲକ୍ଷ୍ୟ ରହିଛି, ସେଗୁଡ଼ିକ ହେଉଛି ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ (ସଷ୍ଟଂ ଲ୍ୟାଣ୍ଡିଂ) କରିବା, ଚନ୍ଦ୍ରପୃଷ୍ଠରେ ରୋଭର କାର୍ଯ୍ୟକାରିତା ନିରୀକ୍ଷଣ କରିବା ଏବଂ ଚନ୍ଦ୍ରପୃଷ୍ଠର ଭାଗର ବିଶେଷତ୍ୱ ସମ୍ପର୍କରେ ଅଧିକ ଗବେଷଣା ଓ ରାସାୟନିକ ବିଶ୍ଲେଷଣ କରିବା। ତେବେ ଚନ୍ଦ୍ରୟାନ-୩ର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି, ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ, ଯାହା ଏବେ ବି ବିଶ୍ୱର ଦୃଷ୍ଟି ଆଢୁଆଳରେ ଅନ୍ଧାରରେ ରହିଛି। ଯଦି ସବୁକିଛି ଠିକ୍‌ଠାକ୍‌ ରହେ ଏବଂ ଦକ୍ଷିଣ ମେରୁରେ ଅବତରଣ କରେ, ତେବେ ଚନ୍ଦ୍ର ବିଜୟ ଅଭିଯାନରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ ସୋଭିଏଟ୍‌ ୟୁନିୟନ ବା ବର୍ତ୍ତମାନ ରୁଷ, ଆମେରିକା ଓ ଚାଇନା ଚନ୍ଦ୍ରପୃଷ୍ଠରେ ଅବତରଣ କରିଛନ୍ତି। ଚନ୍ଦ୍ରୟାନ-୩ ଅଭିଯାନରେ ଓଡ଼ିଶାର ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ୭୫ହଜାର ଉପକରଣ ଯୋଗାଇ ଦେଇଛି। ସିଟିଟିସିର ପ୍ରାୟ ୧୫୦ କର୍ମଚାରୀ ଓ ପ୍ରଶିକ୍ଷକ ଏହି ଯନ୍ତ୍ରାଂଶ ସବୁ ନିର୍ମାଣରେ ନିୟୋଜିତ ଥିଲେ।
ସ୍ମରଣଯୋଗ୍ୟ ଯେ, ୧୯୭୫ ଏପ୍ରିଲ ୧୯ରେ ଦେଶର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦିନ ଭାରତ ଦେଶର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ମହାକାଶକୁ ପଠାଇଥିଲା; ଯାହା ସଫଳତାର ସହ କାର୍ଯ୍ୟ କରିଥିଲା। ବର୍ତ୍ତମାନ ଭାରତ ମହାକାଶକୁ ୧୪୯ଟି କୃତ୍ରିମ ଉପଗ୍ରହ ପଠାଇ ସାରିଲାଣି। ନିକଟରେ ଭାରତ ଏକକାଳୀନ ୧୩୮ଟି ଉପଗ୍ରହ ଏକ ସଙ୍ଗେ ପଠାଇ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଛି। ଏସବୁ ଜଳବାୟୁ, ଶିକ୍ଷା, ଯୋଗାଯୋଗ, ପ୍ରତିରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ପାଣିପାଗ, ବାତ୍ୟା, ବର୍ଷା, ବନ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେଇ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରୁଛି। ଚନ୍ଦ୍ର ଅଭିଯାନରେ ଚନ୍ଦ୍ରୟାନ-୩ ସଫଳ ହୋଇ ଇତିହାସ ସୃଷ୍ଟି କରୁ, ବିଶ୍ୱର ବୃହତ୍‌ଶକ୍ତି ଭାବେ ପରିଚିତ ଆମେରିକା, ରୁଷ, ଚାଇନାର ସମକକ୍ଷ ହେବା ଆମ ସମସ୍ତଙ୍କର ଲକ୍ଷ୍ୟ।
ସମ୍ମାନ ଭବନ, ଶିଶୁପାଳଗଡ଼
ମୋ: ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri