ଚନ୍ଦ୍ର ଅଭିଯାନ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

ଏଥିରେ ସନ୍ଦେହ ନାହିଁ ଯେ, ଭାରତର ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିଯାନ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଷ୍ଟୋନ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ। କେବଳ ଏତିକି ନୁହେଁ, ଏହା ଦେଶର ବୈଷୟିକ ଜ୍ଞାନକୌଶଳ ଏବଂ ଶକ୍ତି ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ଜୁଲାଇ ୧୪ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଦେଶର ବାହୁବଳି ରକେଟ ଲଞ୍ଚର ଏଲଭିଏମ୍‌-୩ ସହାୟତାରେ ଚନ୍ଦ୍ରୟାନ-୩ ମହାକାଶକୁ ଉତ୍‌କ୍ଷେପଣ କରିଥିଲା। ମାତ୍ର ୧୬ ମିନିଟ୍‌ ପରେ ଏହାକୁ କକ୍ଷ୍ୟ ପଥରେ ଅବସ୍ଥାପିତ କରିପାରିଛି। ୨୦୦୩ରେ ଚନ୍ଦ୍ର ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇ ଏହାର ୫ବର୍ଷ ପରେ ଅର୍ଥାତ୍‌ ୨୦୦୮ ଅକ୍ଟୋବରରେ ଭାରତ ଚନ୍ଦ୍ରୟାନ-୧ ପ୍ରେରଣ କରିଥିଲା। ଚନ୍ଦ୍ରୟାନ-୧ ଭାରତର ବୈଷୟିକ ଶକ୍ତିକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାରେ ସମର୍ଥ ହୋଇଥିଲା। ଆମେରିକା, ତତ୍କାଳୀନ ସୋଭିଏଟ୍‌ ୟୁନିୟନ ୧୯୭୦ ଦଶକ ପୂର୍ବରୁ ଚନ୍ଦ୍ର ବିଜୟ କରିଥିବା ବେଳେ ଚନ୍ଦ୍ରପୃଷ୍ଠରେ ‘ଜଳ’ ଥିବା ଆବିଷ୍କାର କରିପାରି ନ ଥିଲେ। ଭାରତର ଚନ୍ଦ୍ରୟାନ-୧ ପ୍ରଥମ ଥର ପାଇଁ ଏବଂ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଜଳ ଥିବାର ସନ୍ଦେଶ ଦେଇଥିଲା; ଯାହାକୁ କି ଆମେରିକା, ରୁଷ ଆଦି ରାଷ୍ଟ୍ର ସହ ବିଶ୍ୱର ମହାକାଶ ବିଜ୍ଞାନୀମାନେ ଗ୍ରହଣ କରିଛନ୍ତି। ଦୁଭାର୍ଗ୍ୟବଶତଃ ଭାରତର ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା। ଚନ୍ଦ୍ରୟାନ-୨ରେ ଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠର ପ୍ରାୟ ୨୧ କିଲୋମିଟର ଉଚ୍ଚତାରେ ଏହା ସହିତ ପୃଥିବୀ ନିୟନ୍ତ୍ରଣ କେନ୍ଦ୍ରର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମାତ୍ର ୩ବର୍ଷର ବ୍ୟବଧାନରେ ଚନ୍ଦ୍ରୟାନ-୩ ଚନ୍ଦ୍ର ଅଭିଯାନ କରିଛି। ଚନ୍ଦ୍ରୟାନ-୩ର ଆଉ ଏକ ରେକର୍ଡ ହେଉଛି ଏହାର ସ୍ବଳ୍ପ ବଜେଟ। ଚନ୍ଦ୍ରୟାନ-୩ ପାଇଁ ମାତ୍ର ୬୧୫ କୋଟି ଟଙ୍କା ବ୍ୟୟ ହୋଇଛି। ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ଏତେ କମ୍‌ ବ୍ୟୟରେ ଚନ୍ଦ୍ରପୃଷ୍ଠକୁ ମହାକାଶ ଯାନ ପଠାଇ ନାହାନ୍ତି। ଚନ୍ଦ୍ରୟାନ-୨ରେ ଦେଖାଯାଇଥିବା ତ୍ରୁଟିର ସୁଧାର କରି ଚନ୍ଦ୍ରୟାନ-୩କୁ ପ୍ରେରଣ କରାଯାଇଥିବା ଇସ୍ରୋର ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି। ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣର ୪୦ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୨୩ କିମ୍ବା ୨୪ ରେ ଏହା ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବା ଲକ୍ଷ୍ୟ ରହିଛି। ଚନ୍ଦ୍ରୟାନର ୩ଟି ଲକ୍ଷ୍ୟ ରହିଛି, ସେଗୁଡ଼ିକ ହେଉଛି ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ (ସଷ୍ଟଂ ଲ୍ୟାଣ୍ଡିଂ) କରିବା, ଚନ୍ଦ୍ରପୃଷ୍ଠରେ ରୋଭର କାର୍ଯ୍ୟକାରିତା ନିରୀକ୍ଷଣ କରିବା ଏବଂ ଚନ୍ଦ୍ରପୃଷ୍ଠର ଭାଗର ବିଶେଷତ୍ୱ ସମ୍ପର୍କରେ ଅଧିକ ଗବେଷଣା ଓ ରାସାୟନିକ ବିଶ୍ଲେଷଣ କରିବା। ତେବେ ଚନ୍ଦ୍ରୟାନ-୩ର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି, ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ, ଯାହା ଏବେ ବି ବିଶ୍ୱର ଦୃଷ୍ଟି ଆଢୁଆଳରେ ଅନ୍ଧାରରେ ରହିଛି। ଯଦି ସବୁକିଛି ଠିକ୍‌ଠାକ୍‌ ରହେ ଏବଂ ଦକ୍ଷିଣ ମେରୁରେ ଅବତରଣ କରେ, ତେବେ ଚନ୍ଦ୍ର ବିଜୟ ଅଭିଯାନରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ ସୋଭିଏଟ୍‌ ୟୁନିୟନ ବା ବର୍ତ୍ତମାନ ରୁଷ, ଆମେରିକା ଓ ଚାଇନା ଚନ୍ଦ୍ରପୃଷ୍ଠରେ ଅବତରଣ କରିଛନ୍ତି। ଚନ୍ଦ୍ରୟାନ-୩ ଅଭିଯାନରେ ଓଡ଼ିଶାର ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ୭୫ହଜାର ଉପକରଣ ଯୋଗାଇ ଦେଇଛି। ସିଟିଟିସିର ପ୍ରାୟ ୧୫୦ କର୍ମଚାରୀ ଓ ପ୍ରଶିକ୍ଷକ ଏହି ଯନ୍ତ୍ରାଂଶ ସବୁ ନିର୍ମାଣରେ ନିୟୋଜିତ ଥିଲେ।
ସ୍ମରଣଯୋଗ୍ୟ ଯେ, ୧୯୭୫ ଏପ୍ରିଲ ୧୯ରେ ଦେଶର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଦିନ ଭାରତ ଦେଶର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ମହାକାଶକୁ ପଠାଇଥିଲା; ଯାହା ସଫଳତାର ସହ କାର୍ଯ୍ୟ କରିଥିଲା। ବର୍ତ୍ତମାନ ଭାରତ ମହାକାଶକୁ ୧୪୯ଟି କୃତ୍ରିମ ଉପଗ୍ରହ ପଠାଇ ସାରିଲାଣି। ନିକଟରେ ଭାରତ ଏକକାଳୀନ ୧୩୮ଟି ଉପଗ୍ରହ ଏକ ସଙ୍ଗେ ପଠାଇ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରଳ ମାଇଲଖୁଣ୍ଟ ସ୍ଥାପନ କରିଛି। ଏସବୁ ଜଳବାୟୁ, ଶିକ୍ଷା, ଯୋଗାଯୋଗ, ପ୍ରତିରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି। ପାଣିପାଗ, ବାତ୍ୟା, ବର୍ଷା, ବନ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେଇ ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରୁଛି। ଚନ୍ଦ୍ର ଅଭିଯାନରେ ଚନ୍ଦ୍ରୟାନ-୩ ସଫଳ ହୋଇ ଇତିହାସ ସୃଷ୍ଟି କରୁ, ବିଶ୍ୱର ବୃହତ୍‌ଶକ୍ତି ଭାବେ ପରିଚିତ ଆମେରିକା, ରୁଷ, ଚାଇନାର ସମକକ୍ଷ ହେବା ଆମ ସମସ୍ତଙ୍କର ଲକ୍ଷ୍ୟ।
ସମ୍ମାନ ଭବନ, ଶିଶୁପାଳଗଡ଼
ମୋ: ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri