ନାଟୋ, ଜେଲେନ୍‌ସ୍କି ଓ ପୁଟିନ

କୌଶିକ ବସୁ

 

ଲିଥୁଆନିଆର ଭିଲ୍‌ନ୍ୟୁସ୍‌ରେ ଅନୁଷ୍ଠିତ ମିଳିତ ବାର୍ଷିକ ସମ୍ମିଳନୀ ଅବସରରେ ନାଟୋରେ ଯୋଗଦେବାକୁ ନିମନ୍ତ୍ରଣ ପାଇବାରେ ୟୁକ୍ରେନ୍‌ ବିଫଳହେବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସମେତ ଅନେକଙ୍କୁ ନିରାଶ କରିଛି। ଯଦିଓ ଶିଖର ସମ୍ମିଳନୀର ସମାପନ ଘୋଷଣାପତ୍ର ୟୁକ୍ରେନ୍‌ ଯୋଗଦାନ ପାଇଁ ଏକ ନିର୍ଦ୍ଦିିଷ୍ଟ ସମୟସୀମା ପ୍ରଦାନକରି ନ ଥିଲା ତଥାପି ତାହା ଏକତା ଏବଂ ରଣନୀତିକ ଦୂରଦୃଷ୍ଟି ପ୍ରତିପାଦିତ କରିଛି, ଯାହା ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ଅସମ୍ଭବ ହୋଇଥାନ୍ତା। ଏହା ନିଶ୍ଚିତ, ନାଟୋ ସହଯୋଗୀମାନଙ୍କ ସହମତି ଏବଂ ଆବଶ୍ୟକ ସର୍ତ୍ତ ପୂରଣ ହୋଇ ବି ୟୁକ୍ରେନ୍‌କୁ ସରକାରୀ ଭାବେ ନିମନ୍ତ୍ରଣ ଦେବାରେ ନାଟୋ ନେତାଙ୍କ ପ୍ରତିଜ୍ଞା କିଛି ମାତ୍ରାରେ ଅସ୍ପଷ୍ଟ ରହିଗଲା। ଏଭଳି ଅସ୍ପଷ୍ଟତାକୁ ନେଇ ଜେଲେନ୍‌ସ୍କି କ୍ରୋଧିତ ହୋଇ ପାଶ୍ଚାତ୍ୟ ଭୂମିକାକୁ ଅପ୍ରତ୍ୟାଶିତ ଓ ନିରର୍ଥକ ବୋଲି ସମାଲୋଚନା କରିଥିଲେ। କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଉଚିତ ମତ ଦେଇଛନ୍ତି ଯେ, ୟୁକ୍ରେନ୍‌କୁ ନାଟୋରେ ଯୋଗଦେବାକୁ ଅନୁମତି ଦେବା ପୂର୍ବରୁ ଯୁଦ୍ଧ ଶେଷ ହେବା ଦରକାର।
ପ୍ରକୃତରେ ନାଟୋ ହେଉଛି ଏକ ପ୍ରତିରକ୍ଷା ସହଯୋଗୀ ଗୋଷ୍ଠୀ। ଏଣୁ ଯଦି ଜଣେ ସଦସ୍ୟ ଯୁଦ୍ଧରେ ରହନ୍ତି ତେବେ ସମସ୍ତେ ସେଥିରେ ଅଛନ୍ତି ବୋଲି ବୁଝିବାକୁ ହେବ। ନାଟୋ-ରୁଷିଆ ମଧ୍ୟରେ ଛାୟାଯୁଦ୍ଧର ବିପଦକୁ ଦେଖିଲେ କେବଳ ଆଣବିକ ଯୁଦ୍ଧ ଆଶଙ୍କା ଦେଖାଯାଇଛି ତାହା ନୁହେଁ, ବରଂ ବାଇଡେନ୍‌ ଏବଂ ନାଟୋର ସତର୍କତା କିଛିଟା ଆଶ୍ୱସ୍ତ କରୁଛି। ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ ୟୁକ୍ରେନ୍‌କୁ ନେଇ ପାଶ୍ଚାତ୍ୟର ରଣନୀତିରେ ପୁନଃ ମୂଲ୍ୟାୟନକୁ ଅଣଦେଖା କରାଯାଉଛି। ୧୯୬୨ କ୍ୟୁବା ମିଶାଇଲ ସଙ୍କଟ (ଯାହା ମୁଁ ଅନ୍ୟତ୍ର ଲେଖିଛି) ଦର୍ଶାଏ ଯେ ଯୁଦ୍ଧ ସମୟରେ ବିଧ୍ୱଂସକ କ୍ଷମତା ଭଳି ରଣନୀତିକ ଯୋଜନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସଙ୍କଟ ଦୂରକରିବାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜନ୍‌ ଏଫ୍‌. କେନେଡି ସଫଳ ହୋଇଥିଲେ। ଏହା ଆମେରିକାର ଅର୍ଥନୀତିଜ୍ଞ ଥୋମାସ ସ୍କେଲିଂଙ୍କ ସମେତ ଅନେକଙ୍କ ଗୁରୁତ୍ୱପୂର୍ଣ୍ଣ ରଣନୀତି ଯୋଗୁ ସମ୍ଭବ ହୋଇଥିଲା।
ଦୁର୍ଭାଗ୍ୟବଶତଃ, ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କିତ ବିତର୍କ ପ୍ରାୟତଃ ସଂଘର୍ଷର ରଣନୀତିକ ଜଟିଳତାକୁ ବୁଝିବାରେ ବିଫଳ ହୋଇଛି। ୟୁକ୍ରେନୀୟମାନେ ଏକ ପାରମ୍ପରିକ ଯୁଦ୍ଧରେ ବିଜୟୀ ହୋଇପାରନ୍ତି ବୋଲି କେତେଜଣ ପାଶ୍ଚାତ୍ୟ ସମୀକ୍ଷକ ପୂର୍ବାନୁମାନ କରିଛନ୍ତି। ଏଭଳି ଏକ ସମ୍ଭାବନା ପ୍ରକାଶ ପାଇଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବୃହତ୍‌ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଆଶଙ୍କାକୁ ବହୁ ସମୟରେ କମ୍‌ ଗୁରୁତ୍ୱ ଦିଆଯାଇଆସୁଛି। ଅବଶ୍ୟ, ଆଣବିକ ଆକ୍ରମଣ କରିବା ଅର୍ଥ ନାଟୋ ସହ ମୁହଁାମୁହିଁ ଯୁଦ୍ଧ ଆରମ୍ଭ କରିବା। ତେବେ ଯୁଦ୍ଧରେ ପୁଟିନ୍‌ ପରାଜୟ ହେଲେ ତାହା ତାଙ୍କ ପାଇଁ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କରିବ। କିନ୍ତୁ ଏହା ସ୍ପଷ୍ଟ ଯେ, ପାରମ୍ପରିକ ଯୁଦ୍ଧରେ ୟୁକ୍ରେନ୍‌ର ବିଜୟ ସମ୍ଭବ ନୁହେଁ। ଏହା ସମ୍ଭବ ହେବା ପୂର୍ବରୁ ପୁଟିନ୍‌ ତାଙ୍କ ପାଖରେ ଥିବା ବିକଳ୍ପ ଆଣବିକ ଆକ୍ରମଣକୁ ବ୍ୟବହାର କରିବେ। ସେଥିପାଇଁ ପୁଟିନ୍‌ଙ୍କୁ ପରାସ୍ତ କରିବାର ଚାବି ଯୁଦ୍ଧ କ୍ଷେତ୍ରରେ ନାହିଁ ବରଂ ତାଙ୍କୁ ଗାଦିରୁ ହଟାଇବା ପାଇଁ ରୁଷୀୟମାନଙ୍କ ସଶକ୍ତୀକରଣ କଲେ ତାହା ହୋଇପାରିବ। କିନ୍ତୁ ତାହା କରିବା ପାଇଁ ଗଣତାନ୍ତ୍ରିକ ଦେଶଗୁଡ଼ିକର ଗଣମାଧ୍ୟମଗୁଡ଼ିକ ପ୍ରଥମେ ରୁଷିଆର ନାଗରିକ ଏବଂ କ୍ରିମେଲିନ୍‌ ମଧ୍ୟରେ ଥିବା ଅନ୍ତରକୁ ଅନୁଧ୍ୟାନକରି ସାମ୍ନାକୁ ଆଣିବାକୁ ହେବ।
ବ୍ରିଟେନ୍‌ର ରୟାଲ ୟୁନାଇଟେଡ୍‌ ସର୍ଭିସେସ୍‌ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଅନୁଯାୟୀ, ୟୁକ୍ରେନ୍‌ ଆକ୍ରମଣର ନକ୍ସା ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ଏବଂ ଜେନେରାଲ ଷ୍ଟାଫ୍‌ ଭାଲେରି ଜେରାସିମୋଭ ଭଳି ପୁଟିନଙ୍କ ଅତି ନିକଟତର ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ଐତିହାସିକ ଆମି ନାଇଟ ରୁଷିଆର ନ୍ୟୁଜ ସାଇଟ୍‌ ମେଡୁଜା ଦ୍ୱାରା କରାଯାଇଥିବା ଏକ ନିରପେକ୍ଷ ସର୍ଭେକୁ ଦର୍ଶାଇ ଉଲ୍ଲେଖ କରିଛନ୍ତି ଯେ, ଅଧିକାଂଶ ରୁଷୀୟ ଯୁଦ୍ଧ ଶେଷ ହେବାକୁ ଚାହୁଁଛନ୍ତି। ପାଶ୍ଚାତ୍ୟ କୂଟନୀତିଜ୍ଞମାନେ ଧ୍ୟାନଦେବା ଉଚିତ ଯେ ଯୁଦ୍ଧ ପାଇଁ ରୁଷିଆର ଜନସାଧାରଣ ଦାୟୀ ନୁହନ୍ତି। ଏହାସହ ପୁଟିନ୍‌ଙ୍କ ପତନ ତାଙ୍କ ଯୋଗୁ ନୁହେଁ ଓ ଏହା ପଛରେ ଆଉ କେହି ଅଛନ୍ତି ବୋଲି ରୁଷୀୟମାନଙ୍କୁ ବୁଝାଇବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଗମ୍ଭୀର ଭାବେ ବିଚାର କରିବା ଉଚିତ।
ଏକଚ୍ଛତ୍ରବାଦୀମାନେ ଜନ ଅସନ୍ତୋଷକୁ ଅଟକାଉଥିବାରୁ ସେମାନେ ବାସ୍ତବରେ ଯାହା ସାଧାରଣରେ ତା’ଠାରୁ ଅଧିକ ଲୋକପ୍ରିୟ ସାବ୍ୟସ୍ତ ହୋଇଥାନ୍ତି। ଇଥିଓପିଆର ସମ୍ରାଟ ହେଲି ସେଲାସି ଏହାର ଏକ ଦୃଷ୍ଟାନ୍ତ। ୪ ଦଶନ୍ଧି ଶାସନ କାଳରେ ସେଲାସିଙ୍କୁ ତାଙ୍କ ବିଶ୍ୱସ୍ତ ସମର୍ଥକମାନେ ଘେରି ରହିଥିଲେ ଏବଂ ସେଥିପାଇଁ ସେ ବହୁତ ଲୋକପ୍ରିୟ ମନେ ହେଉଥିଲେ। କିନ୍ତୁ ପୋଲାଣ୍ଡର ସାମ୍ବାଦିକ ରିସର୍ଡ କାପୁସାଇନସ୍କି ୧୯୭୮ରେ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକରେ ସେଲାସିଙ୍କ ପତନ ବିଷୟରେ ଚମତ୍କାର ଭାବେ ଉଲ୍ଲେଖ କରିଥିଲେ। ସେ ଦର୍ଶାଇଥିଲେ ଯେ, ସେଲାସିଙ୍କ ଦରବାରୀ ବିଶ୍ୱସ୍ତତା ଏକ ଦୁର୍ଭିକ୍ଷ ପରେ ବଦଳିଗଲା ଏବଂ ଅତ୍ୟଧିକ ମୁଦ୍ରାସ୍ଫୀତି ଯୋଗୁ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଲେ ଏବଂ ତାଙ୍କ ଶାସନକୁ ଦୁର୍ବଳ କରିଦେଲେ। ୧୯୭୪ ମସିହାରେ ସେନା ସେଠାରେ କ୍ଷମତା ଦଖଲକଲା ଓ ସମ୍ରାଟଙ୍କ ସାମ୍ରାଜ୍ୟ ହାତରୁ ଚାଲିଗଲା। ସେହିଭଳି, ରୁଷୀୟମାନେ ପୁଟିନ୍‌ଙ୍କୁ ଘେରି ରହିଥିବା ଛୋଟ ଗୋଷ୍ଠୀ ବିରୋଧରେ ଆନ୍ଦୋଳନ କରିପାରିଥାଆନ୍ତେ, ଯେଉଁମାନେ ସେମାନଙ୍କୁ ଅତ୍ୟାଚାର କରିଛନ୍ତି, ସେମାନଙ୍କୁ ଏକ ଅବାଞ୍ଛିତ ଯୁଦ୍ଧ ଆଡ଼କୁ ଟାଣି ନେଇଛନ୍ତି ଏବଂ ସେମାନଙ୍କ ଅର୍ଥନୀତିକୁ ନଷ୍ଟ କରିଛନ୍ତି। ନିଃସନ୍ଦେହ ଯେ, ଏହି ପ୍ରକାର ଏକ ରାଜନୈତିକ ଆନ୍ଦୋଳନ ପାଇଁ ରଣନୀତିକ ଯୋଜନା ଆବଶ୍ୟକ। ମନେରଖିବାକୁ ହେବ ଯେ, କେବଳ ପୁଟିନ୍‌ଙ୍କ ପତନ ୟୁକ୍ରେନ୍‌ ଏବଂ ରୁଷିଆକୁ ଏକଚ୍ଛତ୍ରବାଦର ଶିକୁଳିରୁ ମୁକ୍ତ କରିପାରିବ।
ଏହା ନିଶ୍ଚିତ ଯେ, ପୁଟିିନ୍‌ଙ୍କ ଶାସନ ଅପେକ୍ଷାକୃତ ସ୍ଥିର ଥିବା ଜଣାପଡ଼ୁଛି। ଦେଖିବାକୁ ଗଲେ ଓ୍ବାଗନର ଗୋଷ୍ଠୀର ନେତା ୟେଗ୍‌ନେଭ ପ୍ରିଗୋଝିନଙ୍କ ବିଦ୍ରୋହ ପୁଟିନ୍‌ଙ୍କ ଶାସନ ପ୍ରତି ବଡ଼ ଆହ୍ବାନ ଥିଲେ ମଧ୍ୟ ତାଙ୍କୁ ତଡ଼ିବା ଲାଗି ଚାହିଁ ନ ଥିଲା। ତେବେ ପୁରାତନ ସୋଭଏଟ୍‌ ଯୁଗର ଏକ ପରିହାସାମତ୍କ କାହାଣୀ ଏକଚ୍ଛତ୍ରବାଦର ବିକୃତ ପ୍ରଭାବର ବାସ୍ତବତାକୁ ବର୍ଣ୍ଣନା କରେ। ଜୋସେଫ୍‌ ଷ୍ଟାଲିନ୍‌ ମସ୍କୋ ସ୍କୁଲ ପରିଦର୍ଶନ କରି ଜଣେ ଛାତ୍ରଙ୍କୁ ପଚାରିଲେ, ”ସିଜରଙ୍କୁ କିଏ ହତ୍ୟା କଲା?“ ପିଲାଟି ସଙ୍ଗେ ସଙ୍ଗେ କାନ୍ଦିବାକୁ ଲାଗିଲା ଏବଂ ଚିତ୍କାର କରି କହିଲା, ”ମୁଁ ଶପଥ କରୁଛି, ମୁଁ ଏହା କରି ନାହିଁ।“ ଷ୍ଟାଲିନ ଶ୍ରେଣୀଗୃହରୁ ବାହାରି ଆସି ଶିକ୍ଷକଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଭୟରେ ଥରୁଥିବା ଶିକ୍ଷକ ଛାତ୍ରଙ୍କୁ ରକ୍ଷାକରି ସୋଭଏଟ୍‌ ଏକଚ୍ଛତ୍ରବାଦୀ ଶାସକଙ୍କୁ କହିଥିଲେ, ମୁଁ ତାକୁ ବହୁ ଦିନରୁ ଜାଣିଛି ଏବଂ ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ସେ ସିଜରଙ୍କୁ ହତ୍ୟା କରିନାହିଁ। ଏଥିରେ ରାଗିଯାଇ ଷ୍ଟାଲିନ୍‌ ସ୍କୁଲ ପ୍ରିନ୍ସିପାଲଙ୍କୁ ଡକାଇଛନ୍ତି। ସେ ଘଟଣାର ଅନୁସନ୍ଧାନ କରିବାକୁ ପ୍ରତିଶ୍ରୁତି ଦେବା ସହ ବାଳକଟିକୁ ନିର୍ଦ୍ଦୋଷତାକୁ ନିଶ୍ଚିତ କରି ତା’ ପରଦିନ ଫେରି ଆସିଛନ୍ତି। ପରେ ଷ୍ଟାଲିନ୍‌ ଏନ୍‌କେଭିଡିର ମୁଖ୍ୟଙ୍କୁ ଡାକି ଏହି ଘଟଣାରେ ନିଜର କ୍ରୋଧ ପ୍ରକାଶ କରି ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ପରେ ସିକ୍ରେଟ୍‌-ପୋଲିସ ମୁଖ୍ୟ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ଏହାର ତୃଣମୂଳ ସ୍ତରକୁ ଯାଇ ପ୍ରକୃତ ରହସ୍ୟ ବାହାର କରିବେ। ବାସ୍ତବରେ ୨ ଦିନ ମଧ୍ୟରେ ସେ ଷ୍ଟାଲିନ୍‌ଙ୍କ ନିକଟରେ ରିପୋର୍ଟ ପହଞ୍ଚାଇ ଏହି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ତାଙ୍କୁ ଅବଗତ କରିଛନ୍ତି।
ପିଲାଟି ତା’ ଦୋଷ ସ୍ବୀକାର କରିଥିବା ବି ଦର୍ଶାଇଛନ୍ତି।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ

 

 


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri