ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ ଏକ ଖାଲରେ ପୋଡ଼ି ଦିଆଯାଉଥିଲା। ଏଭଳି ମୃତ୍ୟୁକୁ ପସନ୍ଦ କରୁଥିବା ଲୋକ ଶହୀଦ ହେଉଥିଲେ। ଧର୍ମୀୟ ବିଶ୍ୱାସକୁ ଦେଖିଲେ ମୃତ୍ୟୁର ରଙ୍ଗମଞ୍ଚ ମାନବ ସଂସ୍କୃତିର ଏକ ବଡ଼ ଅଂଶ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଭାରତର ସତୀଦାହ ପ୍ରଥା କଥାକୁ ଦେଖାଯାଉ। ଉକ୍ତ ପ୍ରଥାନୁଯାୟୀ ହିନ୍ଦୁ ବିଧବା ଚିତାରେ ଝାସ ଦେଉଥିଲେ। ୧୮୯୨ରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ସତୀ ପ୍ରଥାକୁ ବନ୍ଦ କରିବାକୁ ଏକ ଆଇନ ପ୍ରଣୟନ କରିଥିଲା। ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ବହୁ ଦିନ ଧରି ୟୁରୋପୀୟ ଦେଶଗୁଡ଼ିକରେ ଏହି ପ୍ରଥାକୁ ସାମ୍ନାକୁ ଆଣିବା ସହ ବିରୋଧ କରୁଥିଲେ। ସେମାନଙ୍କ ଯୁକ୍ତି ଥିଲା, ଭାରତୀୟ ଦର୍ଶନ ଶ୍ରେଷ୍ଠ ହେଲେ ମଧ୍ୟ ଭାରତ ଏକ ବର୍ୱର ଭୂମି ଏବଂ ଏହାର ସଭ୍ୟତାକୁ ବଞ୍ଚାଇବା ଦରକାର। ତେବେ ଏକ ଦଶନ୍ଧି ପରେ ଇଂରେଜ ସରକାରଙ୍କ ପ୍ରତିବନ୍ଧକକୁ ଅସ୍ୱୀକାର କରି ଶିଖ୍‌ ସାମ୍ରାଜ୍ୟରେ ରାଜା ରଣଜିତ୍‌ ସିଂହଙ୍କ ଚିତାଗ୍ନିରେ ଚାରି ଜଣ ରାଜପୁତ ରାଣୀ ଏବଂ ସାତ ଜଣ ଦାସୀ ଝାସ ଦେଇଥିଲେ। ଏକ କଙ୍ଗଡ଼ା ଚିତ୍ରକଳାରେ ଏହି ଘଟଣା ଦେଖିବାକୁ ମିଳେ।
୧୮୬୧ରେ ମାଇକେଲ ମଧୁସୂଦନ ଦତ୍ତ ମେଘନାଦ ବଧ ଗୀତିନାଟ୍ୟ ରଚନା କରିଥିଲେ। ଏଥିରେ ସେ ରାବଣର ପୁତ୍ରବଧୂ ତଥା ଇନ୍ଦ୍ରଜିତଙ୍କ ବିଧବା ରାଣୀ ପ୍ରମିଳାଙ୍କ ସତୀତ୍ୱର କାହାଣୀ ବର୍ଣ୍ଣନା କରିଥିଲେ। ବାସ୍ତବରେ ଏହାର ମୂଳ କାହାଣୀ ୭୦୦ ବର୍ଷ ପୁରୁଣା ତେଲୁଗୁ ରଙ୍ଗନାଥ ରାମାୟଣରେ ଉଲ୍ଲେଖ କରାଯାଇଥିଲା। ଏପରିକି ସତୀ ପ୍ରଥା ବନ୍ଦକୁ ସମର୍ଥନ କରୁଥିବା ହିନ୍ଦୁ ସମାଜ ସଂସ୍କାରକମାନେ ମଧ୍ୟ ଏହି ବେଙ୍ଗଲୀ ଗୀତିନାଟ୍ୟକୁ ପ୍ରଶଂସା କରିବା ତାହାକୁ ସାହିତ୍ୟର ଉତ୍କୃଷ୍ଟ କୃତି ବୋଲି କହିଥିଲେ।
ନାରୀମାନେ ସେମାନଙ୍କ ସ୍ୱାମୀଙ୍କ ମୃତଦେହ ସହ କିମ୍ୱା ମୃତଦେହ ନ ଥାଇ ଅଗ୍ନିରେ ଝାସ ଦେଇ ‘ସତୀ’ ହେଉଥିଲେ। ତେବେ ଏହି ପରମ୍ପରା ଭାରତରେ କେବେଠୁ ପ୍ରଚଳିତ ହୋଇଛି ତାହା କେହି ଠିକ୍‌ ଭାବେ କହିପାରନ୍ତି ନାହିଁ। ସତୀ ଶବ୍ଦର ଅର୍ଥ ପତିବ୍ରତା ନାରୀ। ସତୀ ପ୍ରଥା ଅତ୍ୟନ୍ତ ଅମାନବୀୟ। ସତୀ ସିଦ୍ଧାନ୍ତରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ କାହା କଥା ବି ଚିନ୍ତା କରେ ନାହିଁ। ସତୀ ନାରୀର ଅଲୌକିକ ଶକ୍ତି ଏବଂ ସେ ଅଧାଗଢ଼ା ମାଠିଆରେ ପାଣି କାଢ଼ି ପାରୁଥିଲେ। ଏଭଳି କଥା ସତୀ ରେଣୁକାଙ୍କ କାହାଣୀରେ ବର୍ଣ୍ଣନା କରାଯାଇଛି। ସତୀ ନାରୀ ସୂର୍ଯ୍ୟ ଉଦୟକୁ ଅଟକାଇ ଦେଇପାରୁଥିବା କଥା ସତୀ ଶିଳାବତୀ କାହାଣୀରେ ଉଲ୍ଲେଖ ଅଛି। ସତୀ ସାବିତ୍ରୀ ଯମ କବଳରୁ ତାଙ୍କ ସ୍ୱାମୀଙ୍କୁ ରକ୍ଷା କରିପାରିଥିଲେ। ଏଣୁ ଏହା ଗ୍ରହଣ କରି ନିଆଗଲା ଯେ, ଜଣେ ସତୀ ନାରୀ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁରୁ ରକ୍ଷା କରିପାରିବ।
ସତୀ ପ୍ରଥା ସମ୍ପର୍କରେ ବୈଦିକ ସାହିତ୍ୟରେ କୌଣସି ବର୍ଣ୍ଣନା ନାହିଁ। କେବଳ ଋକ୍‌ବେଦରେ ଉଲ୍ଲେଖ ରହିଛି ଯେ, ଜଣେ ବିଧବା ତାଙ୍କ ସ୍ୱାମୀଙ୍କ ମୃତଦେହ କଡ଼ରେ ଶୋଇ ରହିବା ପରେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରି ପୁନର୍ୱାର ନୂଆ ଜୀବନ ଗଢ଼ନ୍ତି। ଏଭଳି ସିଦ୍ଧାନ୍ତ ଉତ୍ତର ଭାରତର ପଶୁପାଳକ ଗୋଷ୍ଠୀର ‘ଚାଦର ଚଢ଼ାଣ’ ପରମ୍ପରାରେ ଦେଖିବାକୁ ମିଳେ ଏବଂ ଏଥିରେ ଜଣେ ବିଧବା ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରନ୍ତି। ଇହୁଦୀ ବାଇବେଲ୍‌ରେ ମଧ୍ୟ ଏହି ପ୍ରକାର ପରମ୍ପରା ଦେଖିବାକୁ ମିଳେ, ଯେଉଁଠି ତମାର (ରାଜା ଡାଭିଡ୍‌ଙ୍କ କନ୍ୟା ତଥା ଜୁଦାଙ୍କ ପୁତ୍ରବଧୂ)ଙ୍କ ସହ ତାଙ୍କ ଦିଅରଙ୍କ ବିବାହକୁ ବାଧ୍ୟ କରାଯାଇଥିଲା। ତେବେ ବିଧବାଙ୍କ କୌଣସି ପ୍ରଭାବ ନ ଥିବାରୁ ଏଭଳି ପୁନଃ ବିବାହକୁ ନାରୀ ଅଧିକାର ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ ପୁରୁଷପ୍ରାଧାନ୍ୟ ସାମାଜିକ ବ୍ୟବସ୍ଥା ବୋଲି ବିଚାର କରୁଥିଲେ।
ବ୍ରାହ୍ମଣ ଓ ରାଜପୁତ ବର୍ଗର ଲୋକେ ପୁନର୍ୱିବାହକୁ ନିମ୍ନ ଜାତିର ପରମ୍ପରା ଭାବେ ଦେଖୁଥିଲେ ଏବଂ ଗ୍ରହଣ କରୁ ନ ଥିଲେ। ଜଣେ ଉଚ୍ଚଜାତିର ବିଧବା ତାଙ୍କ ସ୍ୱାମୀଙ୍କ ଚିତାରେ ଝାସ ନ ଦେଇ ଲଣ୍ଡା ହୋଇ ଶରୀରକୁ ଗହଣାରେ ଢାଙ୍କି ହେବା ସହ ବିନା ଲୁଣ କିମ୍ୱା ମସଲାରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ହିଁ ତାଙ୍କୁ ସମ୍ମାନ ମିଳୁଥିଲା। ସେ ଏକାକୀ ମଥୁରା ଓ ବୃନ୍ଦାବନର ମନ୍ଦିରଗୁଡ଼ିକରେ ରହୁଥିଲେ। ଷୋଡ଼ଶ ଶତାବ୍ଦୀରେ ଏଭଳି ଘଟିଥିଲା ରାଜପୁତ ରାଜକୁମାରୀ ମୀରାଙ୍କ ଜୀବନରେ। ସେ ସତୀ ହେବା ପାଇଁ ମନା କରିଦେଇ ତାଙ୍କ ପରିବାରକୁ ଅପମାନିତ କରିଥିଲେ ଏବଂ କୃଷ୍ଣ ଭଜନ ଗାଇବାରେ ବାକି ଜୀବନ କଟାଇ ଦେଇଥିଲେ। ଫଳରେ ମୀରାଙ୍କ ପରିବାର ଓ ସମ୍ପର୍କୀୟମାନେ ତାଙ୍କୁ ସମସ୍ୟାରେ ପକାଇବାକୁ ଚେଷ୍ଟା କରିବାରୁ ଅଲୌକିକ ଭାବେ ସେ ଦ୍ୱାରକାରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।
ନେପାଳ, କେନ୍ଦ୍ର ଓ ପଶ୍ଚିମ ଭାରତରୁ ମିଳିଥିବା ୧୬୦୦ ବର୍ଷ ପୁରୁଣା ପୁରାତନ ପ୍ରତ୍ନତାତ୍ତ୍ୱିକ ଓ ଶିଳାଲେଖରୁ ବିଧବା ନିଅଁାରେ ଝାସ ଦେଇ ମୃତ୍ୟୁବରଣ କରିବାର ପ୍ରମାଣ ମିଳେ। ସେହି ସମୟରେ ରାଜା ସାତବାହନ ଗୋଦାବରୀ ନଦୀ ଅବବାହିକାକୁ ଅଧିକାର କରିଥିଲେ। ସେତେବେଳର ଏକ ତାମିଲ ସଙ୍ଗମ କବିତାରେ ମଧ୍ୟ ଏହାର ବର୍ଣ୍ଣନା ରହିଛି। ସେଥିରେ ଜଣେ ବିଧବା ଯାହା କହିଛନ୍ତି, ତାହା ହେଉଛି- ”ମୋଟା କାଠଗଣ୍ଡିର ଚିତା ବା ଅଗ୍ନିଶିଖା ତୁମକୁ ଡରାଇଦେବ, କିନ୍ତୁ ମୋ ସହିତ ବୀର ସ୍ୱାମୀ ରହିଥିବାରୁ ତା’ ପ୍ରତି ଭୟ ନାହିଁ। ଏକ ପଦ୍ମପୋଖରୀ ଏବଂ ଏକ ଅଗ୍ନିଶିଖାର ବେଦି ଉଭୟ ମୋ ପାଇଁ ସମାନ (ପୁରାଣନୁରୁ, ୨୪୬)।“ ସେହି ସମୟର ପ୍ରକୃତି ସାହିତ୍ୟର ଗହା ସତ୍ତାସି (କବିତା ୪୦୭)ରେ ଚିତାରେ ନିଜ ସ୍ୱାମୀକଡ଼ରେ ଥିବା ଜଣେ ବିଧବା ଶରୀରରୁ ବୁନ୍ଦାବୁନ୍ଦା ଜଳ ନିଗିଡ଼ି ଚିତାକୁ ଲିଭାଇଦିଏ ବୋଲି ବର୍ଣ୍ଣନା ରହିଛି। ପ୍ରାୟ ୧୩୦୦ ବର୍ଷ ପୂର୍ୱର ପୁରାତନ ବ୍ରାହ୍ମଣୀୟ ଗ୍ରନ୍ଥ (ପରାଶର ଓ ବିିଷ୍ଣୁ ଧର୍ମଶାସ୍ତ୍ର)ରେ ସତୀ ପ୍ରଥା ସମ୍ପର୍କରେ ଉଲ୍ଲେଖ ରହିଛି। ଏହାକୁ ସତୀତ୍ୱ ବଜାୟ ରଖିବା ଏବଂ ସ୍ୱର୍ଗକୁ ଯିବାର ପଥ ଭାବେ ଦର୍ଶାଯାଇଛି। ହେଲେ ଏହି ପ୍ରଥା କେବଳ ଯୋଦ୍ଧା ସମୁଦାୟଙ୍କ ମଧ୍ୟରେ ସୀମିତ ରହିଥିଲା ଏବଂ ଏଥିରେ ସେମାନଙ୍କୁ ସମ୍ମାନ ମିଳୁଥିଲା। ରାଜସ୍ଥାନ, କେନ୍ଦ୍ର ଭାରତ, ନର୍ମଦା ଅବବାହିକା ଏବଂ ଓଡ଼ିଶା ପର୍ଯ୍ୟନ୍ତ ରହିଥିବା ସତୀ ପଥରରୁ ଏହାର ସଙ୍କେତ ମିଳେ। ମହମ୍ମଦ ତୋଗଲକ ପ୍ରଥମ ରାଜା ଭାବେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହାକୁ ଓପଚାରିକ ଭାବେ ବିରୋଧ କରିଥିଲେ। କିନ୍ତୁ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ମରାଠା ଓ ରାଜପୁତମାନେ ସତୀ ଝାସ ଦେଇଥିବା ସ୍ଥାନରେ ସ୍ମାରକ ନିର୍ମାଣ କରିଥିଲେ। ପାଖାପାଖି ୩୦୦ ବର୍ଷ ପୂର୍ୱେ ପଶ୍ଚିମବଙ୍ଗର କୁଳୀନ ବ୍ରାହ୍ମଣମାନେ ଏହି ପ୍ରଥାକୁ ଗ୍ରହଣ କରିଥିଲେ। ଜାତି ଶୁଦ୍ଧତାର ସେବାରେ ନିଃସନ୍ତାନ ବାଲ୍ୟ ବିଧବାଙ୍କ ପାଇଁ ପୂଜକ ଗୋଷ୍ଠୀଙ୍କ ଦ୍ୱାରା ଏହା ଯୁକ୍ତିଯୁକ୍ତ ଥିଲା। ସେଥିପାଇଁ ବ୍ରିଟିଶ୍‌ ଧର୍ମଯାଜକମାନେ ୟୁରୋପରେ ଜୋରସୋର ପ୍ରଚାର କରବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହିଁଁୁଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri