ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ ଯୋଜନାସବୁକୁ ନେଇ ଉନ୍ନତିର ଦାବି କରାଯାଉଛି। ଜିଡିପି ରିପୋର୍ଟ ଓ ପୁରସ୍କାର ମାଧ୍ୟମରେ ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ପ୍ରତିଷ୍ଠା କରାଯାଉଛି। କିନ୍ତୁ ଏହି ସମସ୍ତ ଆଡମ୍ୱର ଭିତରେ ଗୋଟିଏ ମୂଳ ପ୍ରଶ୍ନ ଅନୁତ୍ତରିତ ରହିଯାଉଛି ସଭ୍ୟତା କ’ଣ କେବଳ ଢାଞ୍ଚାଗତ ଉନ୍ନତିରେ ମପାଯାଏ?
ସଭ୍ୟତାର ପ୍ରକୃତ ମାପକ ହେଉଛି ଏକ ସମାଜ ମନୁଷ୍ୟକୁ କିପରି ଦେଖେ ବିଶେଷକରି ପୁରୁଷ ଓ ନାରୀଙ୍କୁ। ଶକ୍ତିଶାଳୀ ଅର୍ଥନୀତି ଥିଲେ ମଧ୍ୟ ଯଦି ନାରୀ ଅସୁରକ୍ଷିତ ଓ ପୁରୁଷ ନୀରବ ଯନ୍ତ୍ରଣାରେ ବଞ୍ଚେ, ତେବେ ସେ ସମାଜକୁ ସଭ୍ୟ ବୋଲି କହିବା କେତେ ଯୁକ୍ତିଯୁକ୍ତ? ଓଡ଼ିଶାର ଗାଁଠାରୁ ସହର ପର୍ଯ୍ୟନ୍ତ ନାରୀ ଆଜି ଅନେକ ଭୂମିକାରେ ଦେଖାଯାଉଛି। ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେ ଆର୍ଥିକ ସ୍ୱାଧୀନତା ଦିଗକୁ ଆଗେଇଛି। ଆଶା କର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ମିଶନ ଶକ୍ତିର ମା’ମାନେ ସମାଜର ମୂଳ ଢାଞ୍ଚାକୁ ଧରି ରଖିଛନ୍ତି। କାର୍ଯ୍ୟସ୍ଥଳ, ପ୍ରଶାସନ, ଶିକ୍ଷା, ଚିକିତ୍ସା, କ୍ରୀଡ଼ାସବୁ କ୍ଷେତ୍ରରେ ଓଡ଼ିଆ ନାରୀ ନିଜ ସାମର୍ଥ୍ୟ ପ୍ରମାଣ କରୁଛି।
ତଥାପି, ଦୈନିକ ଖବରକାଗଜର ପୃଷ୍ଠା ଖୋଲିଲେ ଦେଖାଯାଏ ସେଥିରେ ଗଭୀର ବିରୋଧାଭାସ ରହିଛି। ନାରୀ ଉପରେ ହିଂସା, ଯୌନ ଉତ୍ପୀଡ଼ନ, ଗୃହହିଂସା, ମନୋବୃତ୍ତିକ ନିର୍ଯାତନା, ଅସୁରକ୍ଷା ଏସବୁ ଖବର ଆଜି ମଧ୍ୟ ଥମିନାହିଁ। ଆଇନ ରହିଛି, ଯୋଜନା ରହିଛି, ସ୍ଲୋଗାନ ରହିଛି; କିନ୍ତୁ ମନୋଭାବ କେତେ ଦୂର ବଦଳିଛି? ନାରୀକୁ ଆଜି ମଧ୍ୟ ଅନେକ ସମୟ ସମ୍ମାନ ନାମରେ ନିୟନ୍ତ୍ରଣ କରାଯାଉଛି। ସେ କ’ଣ ପିନ୍ଧିବ, କେଉଁଠି ଯିବ, କେତେ ଡେରିରେ ଫେରିବ ଏହି ପ୍ରଶ୍ନଗୁଡ଼ିକ ତା’ର ସ୍ୱାଧୀନତାକୁ ଧୀରେ ଧୀରେ ଛଡେଇ ନେଉଛି। ସଭ୍ୟତା ଯଦି ନାରୀକୁ ସୁରକ୍ଷା ଦେବାରେ ଅସମର୍ଥ, ତେବେ ଉନ୍ନତି କାହା ପାଇଁ?
ଅନ୍ୟ ପଟେ, ପୁରୁଷକୁ ନେଇ ଥିବା ସାମାଜିକ ଆଶା ମଧ୍ୟ ଅତ୍ୟନ୍ତ କଠୋର ଓ ଅମାନବୀୟ। ଓଡ଼ିଆ ସମାଜରେ ପୁରୁଷକୁ ଆଜି ମଧ୍ୟ ଦେଖାଯାଏ ଅର୍ଥ ଅର୍ଜନକାରୀ, ପରିବାରର ସମସ୍ତ ଦାୟିତ୍ୱର ବୋଝ ବୋହୁଥିବା ମଣିଷ, ଯିଏ କେବେ କ୍ଲାନ୍ତ ହୁଏନି, କେବେ କାନ୍ଦେନି, କେବେ ଦୁର୍ୱଳ ହୁଏନି। ଏହି ପୁରୁଷତ୍ୱର ସଂଜ୍ଞା ଅନେକ ପୁରୁଷଙ୍କୁ ଭିତରୁ ଭାଙ୍ଗିଦେଉଛି। ବେକାରି, ଋଣଭାର, କାମର ଚାପ, ପାରିବାରିକ ଦାୟିତ୍ୱ, ସାମାଜିକ ଆଶା ଏସବୁ ମଧ୍ୟରେ ପୁରୁଷର ମାନସିକ ସ୍ୱାସ୍ଥ୍ୟ ଆଜି ଏକ ଅଣଦେଖା ସମସ୍ୟା। ସେ ଯଦି କହେ ମୁଁ ଭଲ ନାହିଁ, ସମାଜ ହସିଦେଉଛି। ସେ ଯଦି କାନ୍ଦେ, ତା’କୁ ଦୁର୍ୱଳ ବୋଲି ଚିହ୍ନଟ କରାଯାଏ। ଏହି ନୀରବତା ଓ ଅସ୍ୱୀକୃତି ଅନେକ ସମୟ ଭୟାବହ ପରିଣାମ ଆଣୁଛି ଆତ୍ମହତ୍ୟା, ଆସକ୍ତି, ହିଂସା।
ଦୁଃଖର କଥା, ଆଜି ଲିଙ୍ଗଭିତ୍ତିକ ଆଲୋଚନା ଧୀରେ ଧୀରେ ସମାଧାନମୂଳକ ନ ହୋଇ, ମୁହାଁମୁହିଁର ରୂପ ନେଉଛି। ନାରୀ ସଶକ୍ତୀକରଣର କଥା ହେଲେ କିଛି ଲୋକ ଭାବନ୍ତି ପୁରୁଷକୁ ଦୋଷୀ କରିବା ହିଁ ଏହାର ଉଦ୍ଦେଶ୍ୟ। ପୁରୁଷ ସମସ୍ୟା ଉପରେ କଥା ହେଲେ ତାକୁ ନାରୀ ବିରୋଧୀ ଭାବେ ଦେଖାଯାଏ। ଏହି ଚିନ୍ତାଧାରା ସଭ୍ୟତାକୁ ଆଗକୁ ନୁହେଁ, ପଛକୁ ଟାଣୁଛି।
ନାରୀ ସଶକ୍ତୀକରଣର ଅର୍ଥ ପୁରୁଷକୁ ପଛକୁ ଠେଲିଦେବା ନୁହେଁ। ଏବଂ ପୁରୁଷ ଯନ୍ତ୍ରଣାକୁ ସ୍ୱୀକାର କରିବାର ଅର୍ଥ ନାରୀ ଉପରେ ହେଉଥିବା ଅନ୍ୟାୟକୁ ଅସ୍ୱୀକାର କରିବା ମଧ୍ୟ ନୁହେଁ। ସଭ୍ୟତା କେବେ ଏକ ପକ୍ଷର ଜୟରେ ଗଢ଼ିଉଠେନି; ସେ ସମବେଦନା, ସମତା ଓ ପରସ୍ପର ବୁଝାମଣାରେ ଗଢ଼ିଉଠେ। ଓଡ଼ିଶାର ଭବିଷ୍ୟତ ସେଠି ନିର୍ଭର କରେ, ଯେଉଁଠାରେ ନାରୀ ରାସ୍ତାରେ ଚାଲିବାବେଳେ ଭୟଭୀତ ହୁଏ ନାହିଁ, ଆଉ ପୁରୁଷ ନିଜ ଦୁର୍ୱଳତା କହିବାକୁ ଲଜ୍ଜା ବୋଧ କରେ ନାହିଁ। ଯେଉଁଠାରେ ପିଲାମାନେ ଶିଖନ୍ତି ସମ୍ମାନ ଜନ୍ମସିଦ୍ଧ, ଲିଙ୍ଗଭିତ୍ତିକ ଦୟା ନୁହେଁ।
ଏହି ପରିବର୍ତ୍ତନ କେବଳ ଆଇନ, ପୋଲିସ ବା ଯୋଜନା ଦ୍ୱାରା ସମ୍ଭବ ନୁହେଁ। ଏହା ପାଇଁ ପରିବାରରୁ ଆରମ୍ଭ କରି ଶିକ୍ଷା ପ୍ରଣାଳୀ, ସାମାଜିକ ଆଲୋଚନା, ମାଧ୍ୟମର ଭୂମିକା ସବୁଠାରେ ମନୋଭାବର ପରିବର୍ତ୍ତନ ଆବଶ୍ୟକ। ଝିଅକୁ ସାହସୀ ଓ ପୁଅକୁ ସମବେଦନଶୀଳ ହେବା ଶିଖାଇବା ହିଁ ସତ୍ୟ ସଭ୍ୟତାର ଆରମ୍ଭ। ପୁରୁଷ ଓ ନାରୀ ଦୁହେଁ ସଭ୍ୟତାର ଦୁଇଟି ସମାନ ଶକ୍ତିଶାଳୀ ସ୍ତମ୍ଭ। ଏକକୁ ଦୁର୍ୱଳ କରି ଅନ୍ୟକୁ ସଶକ୍ତ କରାଯାଇପାରେ ନାହିଁ। ଯେଦିନ ଆମେ ଏହି ସତ୍ୟକୁ ହୃଦୟଙ୍ଗମ କରିବୁ, ସେଦିନ ଓଡ଼ିଶା କେବଳ ଉନ୍ନତ ନୁହେଁ ସତ୍ୟରେ ସଭ୍ୟ ହେବ।
କାଶୀପୁର, ରାୟଗଡ଼ା
ମୋ: ୯୦୭୮୧୭୫୧୪୮


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri