ମନୋଦଶା ନିୟନ୍ତ୍ରକ ରସାୟନ

”ହରମୋନ ଆମ ଶରୀରରେ ବିଭିନ୍ନ ଗ୍ରନ୍ଥି ଦ୍ୱାରା ପ୍ରସ୍ତୁତ ରସାୟନ ଓ ଏମାନେ ରକ୍ତ କଣିକା ମଧ୍ୟରେ ବାର୍ତ୍ତାବାହକ ଭାବରେ ପ୍ରବାହିତ ହୁଅନ୍ତି ଏବଂ ଆମ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଆମ ମନରେ ଆନନ୍ଦ ସୃଷ୍ଟି ବା ମନର ସୃଷ୍ଟି ମସ୍ତିଷ୍କର ଚାରୋଟି ରସାୟନ ଦ୍ୱାରା ନିୟନ୍ତ୍ରିତ। ସେହି ରାସାୟନିକଗୁଡ଼ିକ ହେଲେ ଡୋପାମିନ୍‌, ସେରୋଟନିନ, ଅକ୍ସିଟୋସିନ ଓ ଏଣ୍ଡୋର୍ଫିନ୍ସ। ଏହି ରସାୟନଗୁଡ଼ିକ ଆମ ଶରୀରରେ ସୃଷ୍ଟି ଏକାଧିକ ଜୀବରସ ବା ହରମୋନ ମଧ୍ୟରୁ ଅନ୍ୟତମ।“

ଦିନେ ଅପରାହ୍ନରେ ମୁଁ ମୋ ଅଫିସରେ ବସିଥିବା ବେଳେ ମୋର ଜଣେ ଘନିଷ୍ଠ ବନ୍ଧୁ ବିଷାଦଗ୍ରସ୍ତ ଅବସ୍ଥାରେ ମୋ କୋଠରିକୁ ଆସିଲେ। କିଛି ପାରିବାରିକ ସମସ୍ୟା ତାଙ୍କ ଅବସାଦର କାରଣ ବୋଲି ଜାଣିଲି। ତାଙ୍କରି ଦକ୍ଷିଣ ହସ୍ତର ପାପୁଲିକୁ ମୋ ଦୁଇ ପାପୁଲି ମଧ୍ୟରେ ରଖି ତାଙ୍କୁ ସାନ୍ତ୍ୱନା ଦେଲି। ତାଙ୍କୁ ଆଲିଙ୍ଗନ କରି ଏହିପରି ପାରିବାରିକ ସମସ୍ୟା ସମସ୍ତଙ୍କ ଘରେ ଥାଏ ଓ ଏଥିରେ ବିବ୍ରତ ନ ହୋଇ ଏହାର ସମାଧାନର ବାଟ କାଢ଼ିବା ପାଇଁ ଉପଦେଶ ଦେଲି। ମୋର ଆଶ୍ୱାସନା ପରେ ହଠାତ୍‌ ତାଙ୍କ ମନୋଦଶାରେ ପରିବର୍ତ୍ତନ ଘଟିଲା ଓ ତାଙ୍କ ବିଷାଦ ମୁଖମଣ୍ଡଳରେ ସ୍ମିତହାସ୍ୟ ପ୍ରସ୍ଫୁଟିତ ହେଲା। ଏପରି ତାଙ୍କ ମନୋଦଶାର ଆକସ୍ମିକ ପରିବର୍ତ୍ତନ ଦେଖି ସେ କୌତୂହଳରେ କହିଲେ, ଏହା ରସାୟନ ବିଜ୍ଞାନ ପ୍ରଫେସରଙ୍କ ଯାଦୁର କରାମତି। ମୁଁ ଟିକେ ସ୍ମିତହାସ୍ୟ ଦେଇ କହିଲି, ନା ଏହା ରସାୟନ ବିଜ୍ଞାନୀର ନୁହେଁ, ଆମ ଶରୀରରେ ଥିବା ଆନନ୍ଦ ସୃଷ୍ଟିକାରୀ ରସାୟନର କରାମତି। ସେ ଏକ କୌତୂହଳୀ ନୟନରେ ମୋ ଆଡ଼କୁ ଅନାଇଲେ। ତାଙ୍କ ଜିଜ୍ଞାସାକୁ ତୃପ୍ତ କରିବାକୁ ଯାଇ ମୁଁ ଏହି ଶରୀରରେ ଥିବା ଆନନ୍ଦ ସୃଷ୍ଟି ରସାୟନ ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଆରମ୍ଭ କଲି। ଆମ ଶରୀର ଏକ ରାସାୟନିକ ଛାଞ୍ଚ। ଆମ ଶରୀରର ପ୍ରତ୍ୟେକ ଗତିବିଧି ବିଭିନ୍ନ ରସାୟନ ଓ ରାସାୟନିକ ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ। ହରମୋନ ଆମ ଶରୀରରେ ବିଭିନ୍ନ ଗ୍ରନ୍ଥି ଦ୍ୱାରା ପ୍ରସ୍ତୁତ ରସାୟନ ଓ ଏମାନେ ରକ୍ତକଣିକା ମଧ୍ୟରେ ବାର୍ତ୍ତାବାହକ ଭାବରେ ପ୍ରବାହିତ ହୁଅନ୍ତି ଏବଂ ଆମ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଆମ ମନରେ ଆନନ୍ଦ ସୃଷ୍ଟି ବା ମନର ସୃଷ୍ଟି ମସ୍ତିଷ୍କର ଚାରୋଟି ରସାୟନ ଦ୍ୱାରା ନିୟନ୍ତ୍ରିତ। ସେହି ରାସାୟନିକଗୁଡ଼ିକ ହେଲେ ଡୋପାମିନ୍‌, ସେରୋଟନିନ, ଅକ୍ସିଟୋସିନ ଓ ଏଣ୍ଡୋର୍ଫିନ୍ସ। ଏହି ରସାୟନଗୁଡ଼ିକ ଆମ ଶରୀରରେ ସୃଷ୍ଟି ଏକାଧିକ ଜୀବରସ ବା ହରମୋନ ମଧ୍ୟରୁ ଅନ୍ୟତମ। ଏହି ଆନନ୍ଦ ସୃଷ୍ଟିକାରୀ ରସାୟନ ଆମ ମନରେ ସନ୍ତୋଷ, ତୃପ୍ତି, ଆନନ୍ଦ ତଥା ସାମଗ୍ରିକ ଭାବରେ ମନର ସୃଷ୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।
ଡୋପାମିନକୁ ଉତ୍ତମ ଅନୁଭବ ହରମୋନ ବୋଲି ମଧ୍ୟ କୁହାଯାଏ। ନୀରଜ ଚୋପ୍ରାଙ୍କ ମନରେ ଅଲିମ୍ପିକ୍ସ ପଦକ ଗ୍ରହଣ ସମୟରେ ସୃଷ୍ଟି ହେଉଥିବା ଉଲ୍ଲାସ କିମ୍ବା ମୋର ପ୍ରବନ୍ଧ ପାଠକମାନଙ୍କ ଦ୍ୱାରା ଆଦୃତ ହେବାରୁ ମୋତେ ମିଳୁଥିବା ଆତ୍ମସନ୍ତୋଷ ବା ଆଣ୍ଡାମାନ ବେଳାଭୂମିରେ ପତ୍ନୀଙ୍କ ସହ ବୁଲିଲା ବେଳେ ମିଳୁଥିବା ମାନସିକ ତୃପ୍ତି, ଏହି ଡୋପାମିନର ନିର୍ଗମନ ଯୋଗୁ ସମ୍ଭବ। ଲକ୍ଷ୍ୟ ହାସଲ କରିବା ସମୟରେ ବା କୌଣସି ଆନନ୍ଦପ୍ରଦ ଅନୁଭୂତି ସାଉଁଟିବା ସମୟରେ ଏହି ହରମୋନ ନିର୍ଗତ ହୁଏ।
ସେରୋଟନିନ ଏକ ସ୍ନାୟୁ ହରମୋନ, ଯାହା ମନୋଦଶା ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ନିଦ୍ରା, କ୍ଷୁଧା, ହଜମ ପ୍ରକ୍ରିୟା, ସ୍ମରଣ ଶକ୍ତି ବୃଦ୍ଧି ତଥା ଅଧ୍ୟୟନ ଦକ୍ଷତା ଆଦିକୁ ନିୟନ୍ତ୍ରଣ କରେ। ରାତ୍ରିରେ ପୂରା ୮ ଘଣ୍ଟା ନିଘୋଡ଼ ନିଦରେ ଶୋଇ ସକାଳୁ ଉଠିବା ଅକ୍ସିଟୋସିନ୍‌ ପ୍ରୀତି ରସାୟନ ବା ପ୍ରେମ ହରମୋନ ନାମରେ ମଧ୍ୟ ଜଣାଶୁଣା। ଏହା ମନରେ ଭଲ ପାଇବା, ସମ୍ବେଦନା, ଆକର୍ଷଣ ଓ ବାତ୍ସଲ୍ୟ ମମତା ସୃଷ୍ଟି କରେ। ପ୍ରେମିକର ନେତ୍ର ପ୍ରେମିକା ନେତ୍ର ସହିତ ମିଶିଗଲା ବେଳେ କିମ୍ବା ମା’ ତା’ର ନବଜାତ ଶିଶୁକୁ ସ୍ତନ୍ୟପାନ କରାଇଲା ବେଳେ ମସ୍ତିଷ୍କରୁ ଅତ୍ୟଧିକ ଅକ୍ସିଟୋସିନ ନିର୍ଗମନ ଯୋଗୁ ମନ ଆହ୍ଲାଦିତ ହୋଇଉଠେ। ପିଲାଜନ୍ମ, ସ୍ତନ୍ୟପାନ ଓ ସନ୍ତାନ ସନ୍ତତିଙ୍କ ପାଇଁ ମାତାପିତାଙ୍କ ବାତ୍ସଲ୍ୟ ମମତା ସୃଷ୍ଟିରେ ଅକ୍ସିଟୋସିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣ୍ଡୋର୍ଫିନ୍ସ ଆମ ଶରୀରର ପ୍ରାକୃତିକ ଯନ୍ତ୍ରଣା ଉପଶମକାରୀ। ଆମ ଶରୀର ଯେତେବେଳେ ଚାପ କିମ୍ବା ମାନସିକ ଉତ୍ତେଜନାର ବଶବର୍ତ୍ତୀ ହୁଏ, ତା’ର ପ୍ରତିକ୍ରିୟାରେ ଆମ ଶରୀର ସେଥିରୁ ମୁକ୍ତି ପାଇବା ପାଇଁ ଏହି ରସାୟନକୁ ନିର୍ଗତ କରେ, ଯାହା ଆମ ଶରୀରରେ ଉଲ୍ଲାସବୋଧ ସୃଷ୍ଟି କରେ।
ବିଷାଦ ଓ ମାନସିକ ଉତ୍ତେଜନା ଅନେକ ରୋଗର କାରଣ। ଚାପମୁକ୍ତ ତଥା ଆନନ୍ଦମୟ ଜୀବନଯାପନ ପାଇଁ ଉପରୋକ୍ତ ୪ଟି ରସାୟନ ବା ହରମୋନର ପ୍ରଚୁର ନିର୍ଗମନ ଅତି ଆବଶ୍ୟକ। ତେଣୁ ଏହି ରସାୟନମାନେ ମନୁଷ୍ୟକୁ ସୁସ୍ଥ, ନିରୋଗୀ ତଥା ଦୀର୍ଘାୟୁ କରିଥାନ୍ତି। ଆମ୍ଭେମାନେ ଏହି ଆନନ୍ଦ ବର୍ଦ୍ଧକ ହରମୋନମାନଙ୍କ ପ୍ରାକୃତିକ କ୍ଷରଣ କେତେକ ସରଳ ଉପାୟରେ ବୃଦ୍ଧି କରି ପାରିବା।
ଡୋପାମିନ ବା ଆତ୍ମତୃପ୍ତି ରସାୟନ ନିଜ ଉପରେ ନ୍ୟସ୍ତ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିବା, ନିଜ ଲକ୍ଷ୍ୟ ହାସଲ କରିବା, ନିଜକୁ ଭଲ ପାଇବା ଓ ନିଜର ଯତ୍ନ ନେବା ତଥା ନିଜର ମନ ପସନ୍ଦର ଖାଦ୍ୟ ଖାଇବା ଯୋଗୁ ନିର୍ଗତ ହୁଏ। ସେରୋଟନିନ ବା ମନୋଦଶା ନିୟନ୍ତ୍ରକ ରସାୟନର କ୍ଷରଣ ପ୍ରାତଃ ସୂର୍ଯ୍ୟକିରଣରେ ଭ୍ରମଣ, ଧ୍ୟାନ, ପ୍ରକୃତି ସହିତ କିଛି ସମୟ ଅତିବାହିତ କରିବା ଦ୍ୱାରା ବୃଦ୍ଧିପାଏ। ଅକ୍ସିଟୋସିନ ବା ପ୍ରୀତି ରସାୟନ ଆଲିଙ୍ଗନ ଓ ଚୁମ୍ବନ ପରି ଶାରୀରିକ ସ୍ପର୍ଶ, ଶାରୀରିକ ନିବିଡ଼ତା ପ୍ରିୟଜନ ବା ସାଙ୍ଗସାଥୀଙ୍କ ସହିତ ଗୁଣାତ୍ମକ ସମୟ ବିତାଇବା, ଅନ୍ୟକୁ ନିଃସ୍ବାର୍ଥପର ଭାବରେ ସାହାଯ୍ୟ କରିବା, ଗୃହପାଳିତ ପଶୁପକ୍ଷୀ ରଖିବା ଓ ସାମାଜିକ ହେବା ଦ୍ୱାରା ପ୍ରଚୁର ନିର୍ଗତ ହୁଏ। ଏଣ୍ଡୋର୍ଫିନ୍ସ ବା ଯନ୍ତ୍ରଣା ମୁକ୍ତକାରୀ ହର୍ମୋନ ସାଙ୍ଗମାନଙ୍କ ସହିତ ହସିବା, ସଙ୍ଗୀତ ଶୁଣିବା, ଚଳଚ୍ଚିତ୍ର ଦେଖିବା ଓ ବ୍ୟାୟାମ କରିବା ଦ୍ୱାରା ସୃଷ୍ଟିହୁଏ।
ଆଜିର ଏହି ବ୍ୟସ୍ତ, ବିଷାଦପୂର୍ଣ୍ଣ ତଥା ଚାପଗ୍ରସ୍ତ ସମାଜରେ ସୁସ୍ଥ, ନିରୋଗୀ ତଥା ଦୀର୍ଘାୟୁ ହେବା ପାଇଁ ଏହି ସୁଖ ପ୍ରଦାନକାରୀ ରସାୟନର ନିର୍ଗମନ ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ କର୍ମମୟ ଜୀବନରୁ କିଛି ସମୟ ନିଜ ପାଇଁ ବାହାର କରୁଛନ୍ତି। ପ୍ରାତଃ ଭ୍ରମଣ, ଧ୍ୟାନ, ବ୍ୟାୟାମ କରୁଛନ୍ତି, ପ୍ରକୃତି ସହିତ କିଛି ସମୟ ଅତିବାହିତ କରୁଛନ୍ତି, ସାଙ୍ଗସାଥୀମାନଙ୍କ ସହିତ ଖୁସି ମଜା କରୁଛନ୍ତି, ନିଜ ପତ୍ନୀ ବା ପତି, ପ୍ରେମିକ ବା ପ୍ରେମିକା, ପିତା ମାତା ଓ ସନ୍ତାନ ସନ୍ତତିଙ୍କ ସହିତ ସମୟ ବିତାଉଛନ୍ତି, ଏକାନ୍ତରେ ସଙ୍ଗୀତ ଶୁଣୁଛନ୍ତି, ନାଚ କରୁଛନ୍ତି, ମନ ପସନ୍ଦର ଖାଦ୍ୟ ଖାଉଛନ୍ତି ଓ ମନକୁ ପ୍ରଫୁଲ୍ଲ ରଖୁଛନ୍ତି। ଏହି ପ୍ରବନ୍ଧରୁ ଆମେ ଏତିକି ଶିକ୍ଷା ଲାଭ କରିପାରିବା ଯେ, ଏହି ରସାୟନମାନଙ୍କ ପ୍ରକୃତିକୁ ଭଲ ଭାବରେ ବୁଝି ଏମାନଙ୍କ କ୍ଷରଣକୁ ବୃଦ୍ଧି କରିପାରିଲେ, ଆମେ ଅଧିକ ପରିପୂର୍ଣ୍ଣ ଓ ସୁଖମୟ ଜୀବନଯାପନ କରିପାରିବା।
ଡ. ଦେବାଶିଷ ମହାନ୍ତି
-ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?