Posted inଜାତୀୟ

୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶରେ ଗତ କିଛି ସପ୍ତାହ ହେଲା କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଥିବାରୁ ଏମ୍‌ପିମାନଙ୍କ ସୁରକ୍ଷାକୁ ନେଇ ୨୦ ଦିନ ଅଧିବେଶନ ଚଳାଇବାକୁ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ) ସୁପାରିସ କରିଛି। ସ୍ବାଭାବିକ ଭାବେ ଜୁଲାଇରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ନେଇ ସରକାର ଆଶାବାଦୀ ଥିବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଥିଲେ। ଅଧିକାଂଶ ଏମ୍‌ପି ଏବଂ କର୍ମଚାରୀ କୋଭିଡ୍‌ ଟିକା ନେଇଥିଲେ ମଧ୍ୟ ଅଧିବେଶନକୁ ସଂକ୍ଷିପ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ମହାମାରୀ ଯୋଗୁ ପୂର୍ବର ୩ଟି ଅଧିବେଶନକୁ ସଂକ୍ଷିପ୍ତ କରାଯାଇଥିଲା। ଗତବର୍ଷ ମୌସୁମୀ ଅଧିବେଶନ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ବଜେଟ ଅଧିବେଶନ ମାର୍ଚ୍ଚ ୨୫ରେ ଶେଷ ହୋଇଥିଲା। ପଶ୍ଚିମବଙ୍ଗ ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନ ପରେ ପ୍ରଥମ ପାର୍ଲାମେଣ୍ଟ ଅଧିବେଶନ ବସିବାକୁ ଥିଲାବେଳେ ବିରୋଧୀ ଦଳ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସମେତ ଅନେକ ପ୍ରସଙ୍ଗ ଉଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri