କଟକଣାରେ ଅଧିବେଶନ ଆରମ୍ଭ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ କରୋନା କଟକଣା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି। ଯେଉଁ ବିଧାୟକମାନେ କରୋନା ସଂକ୍ରମିତ ହୋଇନାହାନ୍ତି ସେମାନଙ୍କୁ ବିଧାନସଭାରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା। ୮୫ଜଣ ବିଧାୟକ ଯୋଗଦେଇଥିବା ବେଳେ ଅନ୍ୟ ବିଧାୟକମାନେ ବାହାରେ ରହି ଭିଡିଓ କନ୍‌ଫରେନ୍ସ ଜରିଆରେ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ବିଧାନସଭାକୁ ପ୍ରବେଶ କରିବା ବେଳେ ବିଧାୟକ, କର୍ମଚାରୀ, ଖରବଦାତାଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିଥିଲା। ଗୃହକୁ ପ୍ରବେଶ କରିବା ପୂର୍ବରୁ ବାଚସ୍ପତିଙ୍କଠାରୁ ଆରମ୍ଭ କରି ସମସ୍ତେ ମୁହଁରେ ମାସ୍କ ଓ ସିଲ୍ଡ କଭର ଲଗାଇବା ସହ ହ୍ୟାଣ୍ଡ ଗ୍ଲୋବ୍‌ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସମସ୍ତ ସଦସ୍ୟଙ୍କ ସିଟ୍‌ ସମ୍ମୁଖରେ କାଚରେ କଭର କରାଯାଇଥିଲା। କେହି କାହା ପାଖକୁ ଯିବାକୁ ସୁଯୋଗ ନ ଥିଲା। ଲୋକସେବା ଭବନର ସମ୍ମିଳନୀ କକ୍ଷ, ବିଭିନ୍ନ ଜିଲାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରୁ କେତେଜଣ ବିଧାୟକ ଏହି ଅଧିବେଶନରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଗୃହ କାର୍ଯ୍ୟରେ ଯୋଗଦେଇଥିବା ବେଳେ ଲୋକସେବା ଭବନରୁ ବିଧାୟକ ବଦ୍ରିନାରାୟଣ ପାତ୍ର, ଉଷାଦେବୀ, ପ୍ରଫୁଲ୍ଲ ସାମଲ, ଶଶିଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ ଏବଂ ସାବିତ୍ରୀ ଅଗ୍ରୱାଲ ଯୋଗ ଦେଇଥିଲେ। ସେହିପରି ଭଦ୍ରକରୁ ବିଷ୍ଣୁ ଚରଣ ସେଠୀ, ଢେଙ୍କାନାଳରୁ ପ୍ରଫୁଲ୍ଲ ମଲ୍ଲିକ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ଜିଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନ୍‌ଫରେନ୍ସ ଯୋଗେ ଗୃହକାର୍ଯ୍ୟରେ ଯୋଗଦେଇଥିଲେ।
ପୂର୍ବାହ୍ନରେ ଶୋକ ପ୍ରସ୍ତାବ ପରେ ଗୃହରେ କୌଣସି କାର୍ଯ୍ୟ ହୋଇ ନ ଥିଲା। ପ୍ରଥମ ଥର କରୋନା ମହାମାରୀ ସଂକ୍ରମଣ ଲାଗି ଗୃହରେ ପ୍ରଶ୍ନୋତ୍ତର କାଳକୁ ବାତିଲ କରାଯାଇଥିଲା। ତେବେ ସଦସ୍ୟମାନଙ୍କୁ ଲିଖିତ ପ୍ରଶ୍ନ ଯୋଗାଇ ଦିଆଯାଇଥିଲା। ଅପରାହ୍ନ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା।

୭ ବିଲ୍‌ ଉପସ୍ଥାପିତ

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ବିଧାନସଭାର ଅନୁମୋଦନ ଲାଗି ୭ଟି ବିଲ୍‌କୁ ଉପସ୍ଥାପନ କରିଛନ୍ତି। ସେହି ବିଲ୍‌ଗୁଡିକ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା ମ୍ୟୁନିସିପାଲ (ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା କୋର୍ଟ ଫି’ (ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍‌-୨୦୨୦, ମହାମାରୀ ରୋଗ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦, ଓଡ଼ିଶା ଶିଳ୍ପ ବିବାଦ (ସଂଶୋଧନ) ବିଲ୍‌-୨୦୨୦ ଏବଂ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ସଂଶୋଧନ ବିଲ୍‌-୨୦୨୦ । ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଉକ୍ତ ବିଲ୍‌ଗୁଡିକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?