ମୌସୁମୀର ଲୁଚକାଳି ଖେଳ: ଗଜା ମରୁଡ଼ି ଆଶଙ୍କା

ପଟ୍ଟାମୁଣ୍ଡାଇ, ୨୨।୬(ସ୍ବ.ପ୍ର.) ପାଣିପାଗ ବିଭାଗଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଓ ଏହାର ପ୍ରଭାବରେ ଭଲ ବର୍ଷା ହେବାର ଆକଳନ କରିଥିଲା। ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଥିଲେ ମଧ୍ୟ ମୌସୁମୀକୁ ଅଧିକ ସକ୍ରିୟ ହୋଇ ନ ଥିବାରୁ କେତେକ ଜିଲାରେ କମ୍‌ ବର୍ଷା ହୋଇଛି। ଜୁନ ମାସ ଶେଷ ହେବାକୁ ବସିଥିବାବେଳେ ବର୍ଷା ଅଭାବରୁ ବିଲବାଡି ସବୁ ଫାଟି ଅଁା କରିଛି। ଯେଉଁ ସବୁ ଚାଷଜମିରେ ବୁଣା ଧାନ ଓ ତଳି ପକାଯାଇଥିଲା, ତାହା ଗଜା ମରୁଡି ହେବାର ଆଶଙ୍କା ଦେଖା ଦେଇଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ନ ଯିବାରୁ ଏହା ଉପରେ ନିର୍ଭର କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ସମେତ ସମସ୍ତ ଶାଖା କେନାଲ, ମାଇନର କେନାଲ ଓ ପାଟ୍ଟନାଳୀଗୁଡିକ ଶୁଖିଲା ପଡିଛି। କାଳ ବୈଶାଖୀ ପ୍ରଭାବରେ କଁା ଭଁା ଅସରାଏ ବର୍ଷା ହେଲେ ହେଁ ତାହା ମାଟିକୁ ଓଦା କରୁନାହିଁ। ପାଣିପାଗ ବିଭାଗର ଆକଳନକୁ ଆଖି ଆଗରେ ରଖି ଚାଷୀମାନେ ଯେଉଁ ସବୁ ବିଲରେ ବୁଣା ଧାନ ଓ ତଳି ପକାଇଥିଲେ ସେଗୁଡିକ ନଷ୍ଟ ହେବାକୁ ବସିଲାଣି। ପଟ୍ଟାମୁଣ୍ଡାଇ ଅଞ୍ଚଳର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ସ୍ବାଭାବିକ ଭାବେ ମୌସୁମୀ ବର୍ଷା ନ ହେଲେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ୯୦ ମୌଜାର ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଚାଷ ଉପରେ ନିର୍ଭର କରୁଥିବା ୮୦ ଭାଗ ଲୋକ ଚାଷକାର୍ଯ୍ୟ ଆଗେଇ ନେବାକୁ ଚାତକ ପରି ବର୍ଷାକୁ ଅନେଇ ରହିଛନ୍ତି। ଉତିକଣ ଅଞ୍ଚଳରେ ଥିବା ଖଡିଅଣ୍ଟା, ଗଙ୍ଗାରାମପୁର, ଅରଡପଲ୍ଲୀ, ସାନଜରିଆ, ବଡମୋହନପୁର, ବଡପଡା, ଦିହୁଡିପୁର, ଦୋଷିଆ, ବିଲିକଣା, ଚନ୍ଦନନଗର, ଓଉପଦା, ଖଣତା, ସଂସାରଫଳ ଆଦି ପଞ୍ଚାୟତରେ ଚାଷଜମି ସବୁ ପଡିଆ ପଡିଥିବା ଦେଖିବାକୁ ମିଳିଛି। ସେହିପରି ନରସିଂହପୁର, ବଡମୂଳବସନ୍ତ, ଡିହାପଡା ଆଦି ପଞ୍ଚାୟତରେ ମଧ୍ୟ ଚାଷକାର୍ଯ୍ୟ ଆଗେଇ ପାରିନାହିଁ। ପୁନଃଶ୍ଚ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଥିବା ଡାମରପୁର, ବଳଭଦ୍ରପୁର, ଶ୍ରୀରାମପୁର, ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ସିଂହଗଁା, ବଲୁରିଆ ଆଦି ଧୋୟାଞ୍ଚଳରେ ଥିବା ପଞ୍ଚାୟତଗୁଡିକରେ ମଧ୍ୟ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆଗେଇ ନାହିଁ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବେଲତଳ, ଦକ୍ଷିଣଦିଆ, ତାତନା, ମାଟିଆ, ଛାଉଣୀ, ବକ୍ତାରପୁର, ପ୍ରହରାଜପୁର, ପୋଖରୀଆପଡା ଆଦି ଗ୍ରାମରେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ। ପୌରାଞ୍ଚଳର ଧୋୟାଞ୍ଚଳରେ ଥିବା ଅଳଭା, ନୂଆଗଁା, କାକୁଡିପଲ୍ଲୀ, ବାଲିପଡା, ତଳବାଲିପଡା, ବଳଦେବନଗର, କଷଣଅଣ୍ଟା, ସିଦ୍ଧପାଟଣା, ବଙ୍ଗାଳିଦିଆ, ନନ୍ଦିନୀନଗର, ଷଣ୍ଢପଲ୍ଲୀ ଆଦି ଗ୍ରାମରେ ମଧ୍ୟ ବର୍ଷା ଅଭାବରୁ ଚାଷୀମାନେ ହାତ ବାନ୍ଧି ବସିଛନ୍ତି। ଅବିଳମ୍ବେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ନ ଗଲେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇପଡିବ ବୋଲି କୃଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ କେତେକ ସ୍ଥାନରେ ଜଳସେଚନର ଭିତ୍ତିଭୂମି ଥିଲେ ମଧ୍ୟ ବୈଷୟିକ ତ୍ରୁଟି ପାଇଁ କେନାଲରେ ପାଣି ଆସିବା ସମ୍ଭବ ହୁଏନାହିଁ। ୬୦ ଦଶକରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଥିବା ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି ତତ୍‌କାଳୀନ ଜଳସମ୍ପଦ ମନ୍ତ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ କେନାଲ ଖନନ କରିବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ସ୍ବର୍ଗତ ପ୍ରହଲ୍ଲାଦ ମଲିକ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ଅଧିକାଂଶ କେନାଲ, ପାଟନାଳିଗୁଡିକ ପୋତି ହୋଇଯିବା ଫଳରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ଗଲେ ମଧ୍ୟ ବହୁ ଚାଷଜମିକୁ ପାଣି ମାଡିବା ନେଇ ସନ୍ଦେହ ଦେଖା ଦେଇଛି। ପୋତି ହୋଇପଡିଥିବା କେନାଲ ଓ ପାଟନାଳୀଗୁଡିକ ପୁନରୁଦ୍ଧାର କରାଯାଉନାହିଁ। ତେଣୁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡାଗଲେ ମଧ୍ୟ ଶତାଧିକ ଏକର ଚାଷଜମିରେ ମଧ୍ୟ ଚାଷକାର୍ଯ୍ୟ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଅପରନ୍ତୁ ମୌସୁମୀ ବର୍ଷାକୁ ଚାଷୀମାନେ ଚାହିଁ ରହିଥିବାବେଳେ ବର୍ଷା ନ ହେଲେ ଚଳିତବର୍ଷ ଚାଷକାର୍ଯ୍ୟ ଆଗେଇବା ନେଇ ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?