Posted inଜାତୀୟ

ମୁମ୍ବାଇକୁ ବୁଡ଼ାଇଲା ମୌସୁମୀ: ୨ ଦିନରେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ମୁମ୍ବାଇ ସମେତ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ଦକ୍ଷିଣ ଗୁଜୁରାଟ ଏବଂ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶ ଛୁଇଁଛି । ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଏପରିକି ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ୧୧ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବଭାରତରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ। ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଏକର ଜମି ମିଳିଲେ ରାମଙ୍କ ନାମରେ ହସ୍ପିଟାଲ ନିର୍ମାଣ କରିବ ଶିହା ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୨୫।୧୧: ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ରାମ ଜନ୍ମଭୂମି ମାମଲାରେ ୫ ଏକର ଜମି ଅଯୋଧ୍ୟା ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହାକୁ...

ଗର୍ଭବତୀ ଭଉଣୀଙ୍କ ମୁଣ୍ଡ କାଟିଦେଲେ…

ମୁମ୍ବାଇ,୬।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭିଣୋଇଙ୍କ ଉପସ୍ଥିତିରେ ଗର୍ଭବତୀ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଭାଇ। ଏପରିକି ଭାଇ ଭଉଣୀର...

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ...

ଶ୍ରାବଣ ମାସରେ ମୁସଲମାନ୍‌ ଡେଲିଭରୀ ବୟଠାରୁ ଖାଦ୍ୟ ଗ୍ରହଣ କଲେ ନି ଗ୍ରାହକ: ଖାଦ୍ୟର ନାହିଁ ଧର୍ମ, ଖାଦ୍ୟ ହିଁ ଧର୍ମ ଜବାବ ଦେଲା ଜୋମାଟୋ

ନୂଆଦିଲ୍ଲୀ,୩୧।୭: ଜୋମାଟୋ ଅନ୍‌ଲାଇନ୍‌ ଫୁଡ୍‌ ସର୍ଭିସ୍‌ ଦ୍ୱାରା ପଠାଯାଇଥିବା ଖାଦ୍ୟକୁ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ଫେରାଇ ଦେଇଛନ୍ତି। ଡେଲିଭରୀ ବୟ ମୁସଲମାନ୍‌ ଥିବାରୁ...

ମହମ୍ମଦ ଜୁବୈରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୮।୭: ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଖବରଦାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ଜୁବୈରଙ୍କୁ ୫ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ...

ଝିଅ ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଅଟକିଲା ବାହାଘର; କାରଣ ଜାଣିଲେ…

ଲକ୍ଷ୍ନୌ,୨୯।୪: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କାର୍ଡ ବି ବଣ୍ଟା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆସରିଥିଲା। ଏପରିକି ବନ୍ଧୁବାନ୍ଧବ ବିବାହ ଉତ୍ସବରେ ଯୋଗ ଦେବେ...

ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ

ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ...

୨୧ କିଲୋ ପନିପରିବା ପିଠିରେ ଧରି ୧୨ କିମି ପାଦରେ ଚାଲୁଛନ୍ତି ଜିଲାପାଳ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୫।୯: ସୋସିଆଲ୍‌ ମିଡ଼ିଆରେ ଏବେ ଜଣେ ଜିଲାପାଳ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମେଘାଳୟର ପଶ୍ଚିମ ଗାରୋ ହିଲସ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିବା ୪୩ ବୟସ୍କ...

Advertisement
Archives

Model This Week