Posted inଜାତୀୟ

ବିପଜ୍ଜନକ ହୋଇପାରେ ମୌସୁମୀ

ନୂଆଦିଲ୍ଲୀ, ୮ା୬: ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି ନିର୍ଭରଶୀଳ। କିନ୍ତୁ ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିପାରେ ବ୍ୟାପକ ଜଳବାୟୁ ପରିବର୍ତ୍ତନ। ଏଥିଯୋଗୁ ଏଥର ମୌସୁମୀଜନିତ ବର୍ଷା ବିପଜ୍ଜନକ ହୋଇପାରେ ବୋଲି ସାଇନ୍ସ ଆଡଭାନ୍ସେସ୍‌ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତରେ ଜଳବାୟୁରେ ଘାତକ ପରିବର୍ତ୍ତନ ଯୋଗୁ ବର୍ଷ ବର୍ଷ ଧରି ଏଠାରେ ମୌସୁମୀ ଢାଞ୍ଚାରେ ପରିବର୍ତ୍ତନ ଆସିଛି। ଚଳିତ ଥର ମଧ୍ୟ ବିଶ୍ୱ ତାପମାତ୍ରା ବୃଦ୍ଧି ମୌସୁମୀକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ ବୋଲି ସାଇନ୍ସ ଆଡଭାନ୍ସେସ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ବୈଜ୍ଞାନିକମାନେ ଗତ ୧୦ ଲକ୍ଷ ବର୍ଷର ମୌସୁମୀ ଓ ଜଳବାୟୁ ପରିବର୍ତ୍ତନକୁ ସାମିଲ କରି ଏହି ଅଧ୍ୟୟନ କରିଥିବାବେଳେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିପଜ୍ଜନକ ହୋଇପାରେ ବୋଲି ଏଥିରୁ ଜଣାପଡ଼ିଛି। ଗ୍ଲେସିୟର ତରଳିବା, ଅଙ୍ଗାରକାମ୍ଳ ଗ୍ୟାସ୍‌ ସ୍ତର ବୃଦ୍ଧି ସହ ଜଡ଼ିତ ଚଳିତ ଥରର ମୌସୁମୀ ପ୍ରତିକ୍ରିୟା ୯ ଲକ୍ଷ ବର୍ଷ ପୂର୍ବର ଇତିହାସ ସହ ସାମଞ୍ଜସ୍ୟ ଥିବା ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି।
ୟୁନିଭର୍ସିଟିର ପ୍ରଫେସର ଷ୍ଟିଭେନ କ୍ଲେମେନ୍ସଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବଙ୍ଗୋପସାଗର ତଟରୁ ପ୍ରାୟ ୨ ଶହ ମିଟର ମାଟି ଖୋଳି ସଂଗୃହୀତ ନମୁନାକୁ ଅଧ୍ୟୟନରେ ନେଇଥିଲେ। ଅଧିକ ବର୍ଷା ହୋଇଥିବା ସିଜନ୍‌ରେ ବହୁମାତ୍ରାରେ ପାଣି ସମୁଦ୍ରରେ ମିଶିଥାଏ ଏବଂ ଏହାର ପୃଷ୍ଠଭାଗ ଜଳ ଅପେକ୍ଷାକୃତ କମ୍‌ ଲୁଣିଆ ଥାଏ। ଏଥିଯୋଗୁ ସମୁଦ୍ର ପୃଷ୍ଠଭାଗରେ ରହୁଥିବା ପ୍ଲାଙ୍କ୍‌ଟନ୍‌ ମରିଯାଇଥାନ୍ତି ଏବଂ ମାଟି ତଳେ ପୋତିହୋଇଯାଇଥାନ୍ତି। ମାଟି ଖୋଳିବା ପରେ ପ୍ଲାଙ୍କ୍‌ଟନ୍‌ ଜୀବାଶ୍ମକୁ ନେଇ ୨ ମାସ ଧରି ଏହା ଉପରେ ଅଧ୍ୟୟନ ଚାଲିଥିଲା। ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଦୀର୍ଘ ବର୍ଷ ପୂର୍ବରୁ ମଧ୍ୟ ପୃଥିବୀ ପୃଷ୍ଠରୁ ବରଫ ମାତ୍ରା କମିବା, ଜଳୀୟବାଷ୍ପ ବୃଦ୍ଧି, ଅଙ୍ଗାରକାମ୍ଳ ଗ୍ୟାସ୍‌ ମାତ୍ରା ବଢ଼ିବା ଯୋଗୁ ମୌସୁମୀ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ମୌସୁମୀଜନିତ ବ୍ୟାପକ ବର୍ଷା ହୋଇଥିଲା। ଫଳରେ ସମୁଦ୍ରର ଲୁଣିଆ ଅଂଶ କମିବାରୁ ପ୍ଲାକ୍‌ଟନ୍‌ଗୁଡ଼ିକର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେହିଭଳି ପରିସ୍ଥିତି ଉପୁଜିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପୂର୍ବ ଗବେଷଣା ଆଧାରିତ କମ୍ପ୍ୟୁଟର ମଡେଲରୁ ଏହା ଜଣାପଡ଼ିଛି ଯେ, ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଓ ଜଳୀୟବାଷ୍ପ ବୃଦ୍ଧି ଯୋଗୁ ଚଳିତ ଥର ମୌସୁମୀ ଅସ୍ବାଭାବିକ ରହିବା ସହ ମାତ୍ରାଧିକ ବର୍ଷା ହୋଇପାରେ। ଯାହା କେତେକ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଉପୁଜାଇବ ବୋଲି ଆଶଙ୍କା କରାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri