ଏକଚ୍ଛତ୍ରବାଦ ନିର୍ବାଚନ

ଫ୍ରିଡମ୍‌ ହାଉସ୍‌ର ୨୦୨୪ ରିପୋର୍ଟରେ ବାଂଲାଦେଶକୁ ‘ଆଂଶିକ ସ୍ବାଧୀନ’ ଭାବେ ଦର୍ଶାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟ ଏହି ସମାନ ବର୍ଗରେ ଶ୍ରେଣୀଭୁକ୍ତ ହୋଇଛନ୍ତି। ଇକୋନୋମିଷ୍ଟ ମାଗାଜିନ ମୁତାବକ ବାଂଲାଦେଶ ଏବେ ଏକକ ଦଳର ଦେଶ। ଅବଶ୍ୟ ସେଠାରେ ପାର୍ଲାମେଣ୍ଟ ଓ ଅନ୍ୟ ଦଳ ସବୁ ଅଛନ୍ତି। କିନ୍ତୁ ମୁଖ୍ୟ ବିରୋଧୀ ନାହିଁ ଏବଂ ତାହାର ନେତା ଖାଲେଦା ଜିଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାନୁଆରୀ ୨୦୨୪ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଶାସକ ଆୱାମୀ ଲିଗ୍‌ ପାର୍ଲାମେଣ୍ଟର ୩୦୦ ସିଟ୍‌ ମଧ୍ୟରୁ ୨୨୪ଟି ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ପୂର୍ବ ନିର୍ବାଚନରେ ଖାଲେଦା ନିର୍ବାଚନ ପରିଚାଳନା ପାଇଁ ଏକ କାମଚଳା ସରକାର ଲାଗି କହିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଅଗ୍ରାହ୍ୟ କରିଦେଇଥିଲେ। ବିରୋଧୀଙ୍କୁ ଜେଲରେ ରଖିବା ଓ ଉପତ୍ୀଡ଼ନ ସମେତ ସରକାରୀ କଳର ଅପବ୍ୟବହାର କାରଣରୁ ବାଂଲାଦେଶକୁ ଆଂଶିକ ସ୍ବାଧୀନ ଭାବେ ବର୍ଗୀକୃତ କରାଯାଇଛି। ହେଲେ ବାଂଲାଦେଶ ନିର୍ବାଚନକୁ ଭାରତ ପ୍ରଶଂସା କରିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା ହୋଇ ସଂସଦୀୟ ନିର୍ବାଚନରେ ଲଗାତର ଚତୁର୍ଥ ଥର ବିଜୟ ପାଇଁ ହାସିନାଙ୍କୁ ଏବଂ ନିର୍ବାଚନର ସଫଳ ପରିଚାଳନା ସକାଶେ ବାଂଲାଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ବିଷୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି, ଏହି ନିର୍ବାଚନ ଅବାଧ କିମ୍ବା ନିରପେକ୍ଷ ନୁହେଁ ଏବଂ ସମସ୍ତ ଦଳ ଏଥିରେ ଭାଗନେଇ ନ ଥିବାରୁ ଦୁଃଖିତ। ନିର୍ବାଚନ ପରବର୍ତ୍ତୀ ମାସ ଅର୍ଥାତ୍‌ ଫେବୃଆରୀ ୨୦୨୪ରେ ପାକିସ୍ତାନରେ ନିର୍ବାଚନ ହୋଇଥିଲା, ଯେତେବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜେଲରେ ରଖାଯାଇଥିଲା। ଆମେରିକା କହିଥିଲା, ଆମେ ବିଶ୍ୱାସଯୋଗ୍ୟ ଅନ୍ତର୍ଜାତୀୟ ତଥା ସ୍ଥାନୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସିଦ୍ଧାନ୍ତ ସହ ଏକମତ ଯେ, ଏହି ନିର୍ବାଚନରେ ଅଭିବ୍ୟକ୍ତି, ସଙ୍ଗଠନ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ସ୍ବାାଧୀନତା ଉପରେ ଅତ୍ୟଧିକ କଟକଣା ଅଣାଯାଇଛି। ଆମେ ନିର୍ବାଚନ ହିଂସା, ମାନବ ଅଧିକାର କାର୍ଯ୍ୟକାରିତା ଓ ମୌଳିକ ସ୍ବାଧୀନତା ଉପରେ ପ୍ରତିବନ୍ଧକ ସମେତ ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ଆକ୍ରମଣ, ଇଣ୍ଟରନେଟ୍‌ ଏବଂ ଟେଲି ଯୋଗାଯୋଗ ସେବା ଉପରେ ପ୍ରତିବନ୍ଧକକୁ ନିନ୍ଦା କରୁଛୁ। ଏହା ସହ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗକୁ ନେଇ ଆମେ ଚିନ୍ତିତ। ହସ୍ତକ୍ଷେପ କିମ୍ବା ଅନିୟମିତତାର ଦାବି ଉପରେ ବିଧିବଦ୍ଧ ତଦନ୍ତ କରାଯିବା ଉଚିତ ବୋଲି ଆମେରିକା ଦର୍ଶାଇଥିଲା। ବାଂଲାଦେଶ ପରି ବିରୋଧୀ ମୁକ୍ତ ଗଣତନ୍ତ୍ର ହେବାକୁ ପାକିସ୍ତାନ ଚେଷ୍ଟା କରି କମ୍‌ ସଫଳ ହୋଇଥିଲା। ଜେଲରେ ଥିବା ଇମ୍ରାନ୍‌ ଏକ ତୃତୀୟାଂଶ ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ୧୯୭୭ରେ ପାକିସ୍ତାନରେ ଏକ ନିର୍ବାଚନ ହୋଇଥିଲା। ଏଥିରେ ଶାସକ ଦଳ ଜିତିଥିଲା ଓ ସେତେବେଳେ ପ୍ରଧାନମନ୍ତ୍ରୀ ଜେ.ଏ. ଭୁଟ୍ଟୋ ଲୋକପ୍ରିୟ ଥିବା ସତ୍ତ୍ୱେ ନିର୍ବାଚନ ମୁକ୍ତ କିମ୍ବା ନିରପେକ୍ଷ ନୁହେଁ ବୋଲି କୁହାଯାଇଥିଲା। ସେଠାରେ ବିରୋଧୀ ଦଳ ଦୁର୍ବଳ ହୋଇଥିଲେ ମଧ୍ୟ ତାହାକୁ ପୂରା ଶକ୍ତିହୀନ କରିଦିଆଯାଇଥିଲା। ସେହି ସମୟର ଘଟଣାଗୁଡ଼ିକ ଯୋଗୁ ପାକିସ୍ତାନ ୪ ଦଶନ୍ଧି ପ୍ରଭାବିତ ହୋଇଥିଲା। ଯେଉଁଠାରେ ନିର୍ବାଚନ ଆୟୋଗ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଭଳି ଅନୁଷ୍ଠାନର ସ୍ବାଧୀନତା ସକ୍ରିୟ ଓ ଦୃଢ଼ ସେଠାରେ ଗଣତନ୍ତ୍ର ସୁସ୍ଥ। କିନ୍ତୁ ବିରୋଧୀଙ୍କ ବିରୋଧରେ ଏଗୁଡ଼ିକ ପକ୍ଷପାତି ହୋଇଯାଇଛନ୍ତି। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ର ଗଣତନ୍ତ୍ର ସୂଚକାଙ୍କ ନାଗରିକ ସ୍ବାଧୀନତା, ସାଂସ୍କୃତିକ ବିବିଧତା, ରାଜନୈତିିକ ସଂସ୍କୃତି ଓ ଭାଗୀଦାରି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନିରୀକ୍ଷଣ କରିଥାଏ। ଏଥିରେ ୨୦୧୪ରେ ଭାରତ ୨୭ ତମ ସ୍ଥାନରେ ଥିଲା। ୨୦୨୦ରେ ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା ଓ ଗତ ବର୍ଷ ଭାରତ ୪୧ତମ ସ୍ଥାନରେ ରହିଥିଲା। ଏହା ଥିଲା ଗଣତାନ୍ତ୍ରିକ ପଶ୍ଚାତଗମନ ଏବଂ ମୋଦିଙ୍କ ସମୟରେ ବୃଦ୍ଧି ପାଇଥିବା ଧର୍ମୀୟ ପ୍ରଭାବର ପରିଣାମ। ମୋଦିଙ୍କ ନୀତିଗୁଡ଼ିକ ବିଶେଷକରି ମୁସଲମାନ ବିରୋଧୀ ଭାବ ଓ ଧର୍ମୀୟ ସଂଘର୍ଷ ବୃଦ୍ଧି କରି ଦେଶର ରାଜନୈତିକ ଢାଞ୍ଚାକୁ ନଷ୍ଟ କରିଦେଇଛି।
ସିଭିକସ୍‌ ମନିଟରର ନ୍ୟାଶନାଲ ସିଭିକ୍‌ ସ୍ପେସ୍‌ ରେଟିଂ ମୁଖ୍ୟତଃ ଗଣତନ୍ତ୍ର ପାଇଁ ଜରୁରୀ କୁହାଯାଉଥିବା ସଙ୍ଗଠନ, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ନିରୀକ୍ଷଣ କରିଥାଏ। ଏହା ୨୦୧୭ରେ ଭାରତକୁ ‘ଅବରୋଧିତ’ ଭାବେ ଦର୍ଶାଇଥିଲା ଓ ପରେ ଭାରତ ‘ଦମନକାରୀ’କୁ ଖସି ଆସିଛି। ନାଗରିକ ସ୍ବାଧୀନତାର ଦ୍ରୁତ ଅବକ୍ଷୟ ହୋଇଥିବା ଦେଶଗୁଡ଼ିକର ସୂଚୀ ମଧ୍ୟରେ ଭାରତକୁ ସାମିଲ କରାଯାଇଛି ଏବଂ ଆଲୋଚକଙ୍କ ମୁହଁ ବନ୍ଦ କରିବା ଲାଗି ମୋଦି କଠୋର ପଦକ୍ଷେପ ନେଉଛନ୍ତି ବୋଲି ମାର୍ଚ୍ଚ ୨୦୨୨ରେ ସିଭିକସ୍‌ ପ୍ରକାଶ କରିଥିଲା। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ଅନୁଯାୟୀ, ଭାଜପା ରାଜନୈତିକ ବିରୋଧୀଙ୍କ ବିରୋଧରେ ସରକାରୀ ସଂସ୍ଥାଗୁଡ଼ିକୁ ଅତ୍ୟଧିକ ବ୍ୟବହାର କରିଛନ୍ତି। ଗୋଥେନବର୍ଗ ବିଶ୍ୱବିଦ୍ୟାଳୟର ଭି-ଡେମ୍‌ ରିପୋର୍ଟରେ କୁହାଯାଇଛି ଯେ, ମୋଦିଙ୍କ ଅଧୀନରେ ଭାରତ ଗଣତନ୍ତ୍ରର ମାନ୍ୟତା ହରାଇଛି ଏବଂ ଏକ ‘ଏକଚ୍ଛତ୍ରବାଦ ନିର୍ବାଚନ’ ଭାବେ ଶ୍ରେଣୀଭୁକ୍ତ ହୋଇ ହଙ୍ଗେରୀ ଏବଂ ତୁର୍କୀ ଭଳି ନିଜକୁ ପ୍ରତିପାଦିତ କରିଛି। ଅଭିବ୍ୟକ୍ତି, ଗଣମାଧ୍ୟମ ଏବଂ ନାଗରିକ ସମାଜର ସ୍ବାଧୀନତାରେ ଭାରତ ପାକିସ୍ତାନ ଭଳି ଏକଚ୍ଛତ୍ରବାଦୀ ଏବଂ ଉଭୟ ବାଂଲାଦେଶ ଏବଂ ନେପାଳ ତୁଳନାରେ ଏହା ଖରାପ।
ଏହିପରି ଭାବରେ ଆମ ଦୁନିଆରେ ଗଣତନ୍ତ୍ରଗୁଡ଼ିକ ନଷ୍ଟହୁଏ, ଆଶାନୁରୂପ ଭାବେ ପ୍ରଭାବୀ ହୋଇପାରେ ନାହିଁ। ସମୟକ୍ରମେ ସଂସ୍ଥାଗୁଡ଼ିକର ସ୍ବାଧୀନତା ଶୂନ୍ୟ ହୋଇଯାଏ, ଧୀରେ ଧୀରେ ଦୁର୍ବଳ ହୋଇଯାଆନ୍ତି। ନିର୍ବାଚନ ସବୁ ଅନୁଷ୍ଠିତ ହୁଏ, କିନ୍ତୁ ବାହାର ଦୁନିଆକୁ ସେଗୁଡ଼ିକ ଅବାଧ କି ନିରପେକ୍ଷ ଜଣାପଡ଼େ ନାହିଁ। ଏହାର ଅନ୍ୟ କୌତୂହଳପୂର୍ଣ୍ଣ ଦିଗ ହେଉଛି, ଏହି ପ୍ରକାର ପରିସ୍ଥିତି ଥରେ ହାସଲ ହେଲେ ପାକିସ୍ତାନ ଏବଂ ବାଂଲାଦେଶର ଏବକାର ସ୍ଥିତି ଭଳି ସୃଷ୍ଟି ହେବ ଓ ସେଭଳି ଅବସ୍ଥାରୁ ମୁକୁଳିବା ଯଦିଓ ଅସମ୍ଭବ ନୁହେଁ ତଥାପି କଷ୍ଟକର। ସେହିସବୁ ଦେଶରେ ନିର୍ବାଚନ ବିନା ତିକ୍ତତା, ବିଦ୍ୱେଷ ଏବଂ ଏକତରଫା ଭାବନାରେ ଅନୁଷ୍ଠିତ ହୋଇନାହିଁ ଏବଂ ଏହାକୁ ଭୁଲ୍‌ ବୋଲି କୁହାଯାଇଛି। ତେବେ ଆମେ ଆରମ୍ଭରୁ ସେଇଠି ଅଛୁ କିମ୍ବା ତା’ ପାଖାପାଖିରେ ପହଞ୍ଚିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?