ସମୂହ ପ୍ରାର୍ଥନା କଲେ୧୭ ଦେଶର ସନ୍ନ୍ୟାସୀ

ଚଣ୍ଡିଖୋଲ,୧୩ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ହୀରକ ତ୍ରିଭୁଜ ଅନ୍ତର୍ଗତ ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିରେ ରବିବାରଠାରୁ ଆରମ୍ଭ ହୋଇଛି ୫ ଦିନିଆ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଓଡ଼ିଶାରେ ଜନ୍ମିତ ତଥା ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମ ସମ୍ଭବଙ୍କ ନାମରେ ନାମିତ ଏହି ସମ୍ମିଳନୀକୁ ୧୭ ଦେଶର ୧୨୦୦ ବୌଦ୍ଧ ସନ୍ନ୍ୟାସୀ ଆସି ସମୂହ ପ୍ରାର୍ଥନା କରିଛନ୍ତି। ସମ୍ମିଳନୀରେ ସିକିମ ରାଜ୍ୟର ମନ୍ତ୍ରୀ ଭେନ ସୋନମ ଲାମା ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଛନ୍ତି, ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ହୋଇଥିବାବେଳେ ତାଙ୍କ ଦେହାବସାନ ମଧ୍ୟ ଓଡ଼ିଶାରେ ହୋଇଥିଲା। ବୁଦ୍ଧଧର୍ମକୁ ବିଭିନ୍ନ ଦେଶରେ ପ୍ରଚଳିତ କରି ସେ ଆମମାନଙ୍କ ପାଇଁ ଗୁରୁ ହୋଇ ଯାଇଥିଲେ। ତାଙ୍କ ବିଷୟରେ ଓଡ଼ିଶାର ଲୋକେ ବହୁ କମ ଜାଣିଛନ୍ତି। ତାଙ୍କ ସମ୍ପର୍କରେ ଆଜି ଜାଣିବା ଓ ବୁଝିବା ପାଇଁ ଯେଉଁ ସମାବେଶ ହୋଇଛି ତାକୁ ପ୍ରତ୍ୟେକ ବର୍ଷ କରାଯିବା ଆବଶ୍ୟକ। ଏଥିସହିତ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏଥିରେ ସିକିମ ସରକାରଙ୍କ ସହଯୋଗ ରହିବ ବୋଲି ପ୍ରକାଶ କରିଛନ୍ତି।
ଗୁରୁ ରିନୋପୋକ ସମସ୍ତ ଧର୍ମାବଲମ୍ବୀଙ୍କୁ ପ୍ରାର୍ଥନା କରାଇଥିଲେ। ସନ୍ନ୍ୟାସୀମାନେ ଏକ ସ୍ବରରେ ବିଶ୍ବ ଶାନ୍ତି, ଅହିଂସା, ଶୃଙ୍ଖଳା ଓ ସ୍ନେହ ପ୍ରେମ ଦ୍ୱାରା ସାରା ବିଶ୍ବକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ହେବ ବୋଲି କହିଥିଲେ। ଅନ୍ତର୍ଜାତୀୟ ଲାଇଟ ଅଫ୍‌ ବୁଦ୍ଧଧର୍ମ ଫାଉଣ୍ଡେଶନର ମୁଖ୍ୟ ୱାଙ୍ଗ ମୋ ଡିକ୍ସେ ଯୋଗଦେଇ ବିଭିନ୍ନ ଦେଶରେ ଆୟୋଜିତ ହେଉଥିବା ବୌଦ୍ଧ ସମ୍ମିଳନୀ ଓ ପ୍ରାର୍ଥନା ସଭା ସମ୍ପର୍କରେ ଉଲ୍ଲେଖ କରିବା ସହ ଗୁରୁ ପଦ୍ମ ସମ୍ଭବଙ୍କ ବୌଦ୍ଧ ଧର୍ମ ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। କିଭଳି ସାରା ପୃଥିବୀରେ ଗୁରୁ ପ୍ରଚାର ପ୍ରସାର କରିଥିଲେ, ତାଙ୍କର ମନ୍ଦିର କେଉଁ ସ୍ଥାନରେ ରହିଛି ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା ଓ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦେଇ ଅଞ୍ଚଳକୁ ଆସିଥିବା ଅତିଥିମାନଙ୍କୁ ସ୍ବାଗତ କରିଥିଲେ। କିରନ ଲାମା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆନ୍ତର୍ଜାତୀୟ ଲାଇଟ ଅଫ୍‌ ବୁଦ୍ଧ ଧର୍ମ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏହି ପ୍ରାର୍ଥନା ସଭାକୁ ସମସ୍ତ ଦେଶର ପ୍ରତିନିଧି ଏକ ସଙ୍ଗେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କମଳା ରିନ ପୋକେ, ଏଚ୍‌ଇ ଜିଗ୍ମେ ରିନ ପୋକେ, ଏଚ୍‌ଏଚ ଡ୍ରିମ୍‌ଡ ରଞ୍ଜମ ରିନ ପୋକେ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବିଭିନ୍ନ ସ୍ଥାନରେ ରହୁଥିବା ବୌଦ୍ଧ ସନ୍ନ୍ୟାସୀ ଉଦୟଗିରି ଛକଠାରେ ସମ୍ମିଳିତ ହୋଇ ଏକ ଶୋଭାଯାତ୍ରାରେ ସାମିଲ ହୋଇ ଉଦୟଗିରିସ୍ଥିତ ମାଧବପୁର ମହାବିହାର ନିକଟକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଜିଲାପାଳ ପି. ଅନ୍ବେଷା ରେଡ୍ଡୀ, ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଅଧ୍ୟକ୍ଷା ଡ. ଅରୁନ୍ଧତୀ ଦେବୀ, ଯାଜପୁର ଏମ୍‌ପି ଓ ବଡ଼ଚଣା ବିଧାୟକଙ୍କୁ ଅନ୍ତର୍ଜାତୀୟ ଲାଇଟ ଅଫ ବୁଦ୍ଧ ଫାଉଣ୍ଡେଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?