ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ

ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଆମେରିକାରେ ଅଧିକ ମାମଲା ରେକର୍ଡ କରାଯାଇଛି। ଆଫ୍ରିକା ମହାଦ୍ୱୀପ ପରେ ଆମେରିକା ହେଉଛି ଚତୁର୍ଥ ଦେଶ ଯେଉଁଠାରେ ୨୦୨୨ରେ ମଙ୍କିପକ୍ସ ସଂକ୍ରମଣ ଲଗାତର ଭାବେ ବ୍ୟାପିବାରେ ଲାଗିଛି। ଅଗଷ୍ଟ ୨୨ରେ ଓ୍ବାୟୋମିଙ୍ଗ୍‌ ରାଜ୍ୟରେ ପ୍ରଥମ ମାମଲା ଚିହ୍ନଟ ହେବା ପରେ ମଙ୍କିପକ୍ସ ଭାଇରସ୍‌ ଆମେରିକାର ସମସ୍ତ ୫୦ଟି ରାଜ୍ୟରେ ବ୍ୟାପିଛି। ଓ୍ବାୟୋମିଙ୍ଗ୍‌ର ଲାରମି କାଉଣ୍ଟିର ଜଣେ ପୁରୁଷ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୫୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, ଅଗଷ୍ଟ ୪ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଙ୍କିପକ୍ସକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪...

ମହିଳା ସଦସ୍ୟ ସଂସଦରେ ମୁଥ ମରାମରି ସହିତ କେଶ ଟଣାଟଣି ହେଲେ …

ଲା ପାଜ୍‌,୧୦।୬: ସଂସଦରେ ମୁଥ ମରାମରି ହେବା ସହିତ କେଶ ଟଣାଟଣି ହେବା ଭଳି ଅପ୍ରୀତିକର ଘଟଣା ଘଟିଛି। ଏଭଳି ବଲିଭିଆ ସଂସଦରେ ହୋଇଛି। ପୂର୍ବ...

୫ ରାଜ୍ୟରେ ହ୍ବାଇଟ୍‌ ହାଉସ୍‌ ଚାବିି

ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ଅର୍ଥାତ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଆଉ ୪ ବର୍ଷ ରହିବାକୁ...

ଥରିଲା ତାଜିକିସ୍ତାନ

ଦୁଶାନ୍‌ବେ, ୧୬।୬:  ତାଜିକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ମଙ୍ଗଳବାର...

ହରିଣକୁ କରୋନା…

ଓ୍ବାଶିଂଟନ,୨୮।୮: ଆମେରିକାରେ କୁକୁର, ବିଲେଇ, ସିଂହ, ଚିତା, ଗୋରିଲା ପରି ପ୍ରାଣୀମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହା ହରିଣକୁ ବ୍ୟାପିଛି। କରୋନାର...

ମହିଳାଙ୍କ ବୁଲିବା ଉପରେ ପାକିସ୍ତାନରେ କଟକଣା ଦାବି କଲା ଜିରଗା ପରିଷଦ…

ଇସଲାମାବାଦ,୧୮।୭: ପାକିସ୍ତାନରେ ମହିଳାଙ୍କ ଅଧିକାର ଉପରେ ନିରନ୍ତର ପହରା ଲଗା ଯାଉଛି। ନିକଟରେ ପାକିସ୍ତାନର ଏକ ଆଦିବାସୀ ପରିଷଦ ଜିରଗା ମହିଳାମାନଙ୍କୁ ପର୍ଯ୍ୟଟନ ଏବଂ ମନୋରଞ୍ଜନ...

ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …

କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ...

ଗର୍ଭପାତ ଅଧିକାର ହରାଇଲେ ମହିଳା

ଓ୍ବାଶିଂଟନ,୨୫ା୬: ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗର୍ଭପାତକୁ ଆଇନଗତ ମଞ୍ଜୁରୀ ପ୍ରଦାନକାରୀ ଅର୍ଦ୍ଧଶତାବ୍ଦୀ ପୁରୁଣା ନିଷ୍ପତ୍ତିକୁ ପଲଟାଇ ଦେଇଛନ୍ତି। ଫଳରେ ଏଣିକି ଗର୍ଭପାତ କରାଇବା...

Advertisement
Archives

Model This Week