Posted inଫୁରସତ

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ ସେଲ୍‌ଫି ଦେଖିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଏହା ଗତ ଶୁକ୍ରବାରର ଘଟଣା। ୨୦ ବର୍ଷୀୟ ଛାତ୍ର ରୋଡ୍‌ଜୀ ଫୋନ୍‌ ରଖି ଶୋଇ ପଡ଼ିଥିଲେ। ଉଠିବା ପରେ ଦେଖିଲେ ତାଙ୍କ ନିକଟରେ ଫୋନ୍‌ ନାହିଁ। ତେବେ ରବିବାର ଘର ପଛପଟେ ଥିବା ଜଙ୍ଗଲରେ ଡିଭାଇସ୍‌କୁ ଟ୍ରାକ୍‌ କରିଥିଲେ। ତାଙ୍କ ପିତା ତାଙ୍କୁ କଲ୍‌ କରିବାରୁ ଫୋନ୍‌ଟି ଜଙ୍ଗଲରେ ରିଙ୍ଗ୍‌ ହେଉଥିବା ଜାଣିବାକୁ ପାଇଥିଲେ। ପରେ ସେଠାକୁ ଯାଇ ଦେଖନ୍ତି ତ ଫୋନ୍‌ଟି ସେଠାରେ ପଡ଼ିଛି। ଫୋନ୍‌ଟିକୁ ଆଣିବା ପରେ ଦେଖିବାକୁ ପାଇଲେ ଏଥିରେ ଏକ ମାଙ୍କଡ଼ର ଶହ ଶହ ସେଲ୍‌ଫି ଆଉ ଭିଡିଓ ଥିଲା। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


ପରେ ତାଙ୍କର ଜଣେ ସାଙ୍ଗ ଏହି ଫଟୋଗୁଡ଼ିକୁ ଟୁଇଟରରେ ଶେୟାର କରିଥିଲେ। ୧୩ ସେପ୍ଟେମ୍ବରରେ ଶେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି...

କାହ୍ନୁ ଢୋଲିଆ

ଓଡ଼ିଶାର ପୁରପଲ୍ଲୀରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ସେହି ଅଞ୍ଚଳ ଲୋକମାନଙ୍କର ଚିତ୍ତବିନୋଦନ କରିବାରେ ମୁଖ୍ୟ ଭୂମିକା ନେଇଥାନ୍ତି। ନିଜ କଳାକୁ ନେଇ କିନ୍ତୁ...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

ଗାଡ଼ିକୁ ଦେଖି କାହିଁକି ଭୁକିଥାନ୍ତି କୁକୁର..

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଇଥାଏ। ମାଲିକର ସବୁକଥା ବୁଝିବା, ଅନୁଗତ ରହିବା ଭଳି ଅନେକ କାରଣ ଯୋଗୁ କୁକୁରକୁ ଆମେ ବନ୍ଧୁ...

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି...

୪୦ ଅଣ୍ଡାରେ ଓମଲେଟ୍‌, ଭିଡିଓ ଦେଖିଲେ…

ଯଦି ଖାଦ୍ୟକୁ ଏକ ପ୍ଲେଟ୍‌ରେ ସଜାଇ ରଖାଯାଏ ତେବେ ପାଟିରୁ ଲାଳ ନିଶ୍ଚିତ ବାହାରିବ। ଆପଣମାନେ ଓମଲେଟ୍‌ ନିଶ୍ଚିତ ଖାଇଥିବେ। ମାତ୍ର ୪୦ ଅଣ୍ଡାରେ ଓମଲେଟ୍‌...

ଜାଣନ୍ତୁ ରାସ୍ତା ପାର୍ଶ୍ୱରେ କାହିଁକି ଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ଆପଣ ନିଶ୍ଚିତ ରାସ୍ତାରେ ଯିବା ବେଳେ ପାର୍ଶ୍ୱରେ ଥିବା ମାଇଲଖୁଣ୍ଟ ଦେଖିଥିବେ। ଏହି ପଥରଗୁଡ଼ିକରେ ସ୍ଥାନର ଦୂରତା ଏବଂ ସ୍ଥାନର ନାମ ଲେଖାଯାଇଥାଏ। ତେବେ ଏହି...

ଆଜିଠୁ ‘ବନ୍ୟପ୍ରାଣୀ ସପ୍ତାହ’: ସଙ୍କଟରେ ବନ୍ୟପ୍ରାଣୀ

ଅକ୍ଟୋବର ୨ ରୁ ୯ ପର୍ଯ୍ୟନ୍ତ ପାଳନ ହେଉଛି ‘ବନ୍ୟପ୍ରାଣୀ ସପ୍ତାହ’। ଏହି ସପ୍ତାହରେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ଚିନ୍ତା ଅନୁଚିନ୍ତା କରାଯାଇଥାଏ। ବିଭିନ୍ନ...

Advertisement
Archives

Model This Week