Posted inଜାତୀୟ

ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ

ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ ମାଙ୍କଡ ଆକ୍ରମଣ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଅଞ୍ଚଳର ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ମାଙ୍କଡମାନେ ଶିଶୁଙ୍କୁ ଉଠାଇ ନେଇ କାନ୍ଧରେ ବସାଇ ଗୋଟିଏ କାନ ଟାଣି ନେଇ ଖାଇ ଦେଉଛନ୍ତି। ଫଳରେ ଅଧିକାଂଶ ଶିଶୁଙ୍କ ଗୋଟିଏ କାନ ନଷ୍ଟ ହୋଇଯାଉଛି। ଅଞ୍ଚଳବାସୀ ଭୟଭୀତ ହୋଇ ବନ ବିଭାଗକୁ ଏନେଇ ସୂଚନା ଦେଇଥିଲେ। ବନ ବିଭାଗ ଅଧିକାରୀ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଆଲିଗଡରେ ୧୦ ହଜାରୁ ଅଧିକ ମାଙ୍କଡ ଥିବା ସୂଚନା ଦେଇଥିଲେ। ଏହି ମାଙ୍କଡଗୁଡିକୁ ଧରିବା ପାଇଁ ନଗର ନିଗମ ଅନୁମତି ଦେଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ସବୁ ବେସରକାରୀ କାର୍ଯ୍ୟାଳୟ-ରେଷ୍ଟୁରାଣ୍ଟ-ବାର୍‌ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଦିନକୁ...

ପୁଣି ଥରେ ଜାତୀୟ ସୁରକ୍ଷା ଆଳ ଦେଖାଇଲେ ସରକାର

ନୂଆଦିଲ୍ଲୀ, ୧୪ା୯: ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପେଗାସସ୍‌ ସମ୍ପର୍କୀତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରି ହେବନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଦେଶର ସୁରକ୍ଷାକୁ ବିପଦରେ...

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଭେଙ୍କିୟା

ନୂଆଦିଲ୍ଲୀ,୨୩।୬: ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଉପ ରାଷ୍ଟ୍ରପତି ଭେଙ୍କେୟାଙ୍କୁ ଭେଟିଛନ୍ତି।...

ଶଶିକଳାଙ୍କ ସହ କଥାବାର୍ତ୍ତା କରିବା ପଡିଲା ମହଙ୍ଗା: ୧୬ ନେତା ଦଳରୁ ବହିଷ୍କୃତ

ଚେନ୍ନାଇ,୧୪।୬: ଏଆଇଡିଏମ୍‌କେ ସୋମବାର ଦଳର ୧୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ନେତାମାନେ ଦଳର ପୂର୍ବତନ ନେତା ଭି.କେ ଶଶିକଳାଙ୍କ ସହ କଥାବାର୍ତ୍ତା...

ଚାଞ୍ଚଲ୍ୟକର ଖୁଲାସା: ଆଇଏସଆଇ ସମ୍ପର୍କରେ ଥିଲେ ଅମ୍ରିତପାଲ

ଚଣ୍ଡିଗଡ, ୧୯।୩: ଖଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମ୍ରିତପାଲ୍‌ ସିଂଙ୍କ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ସମ୍ପର୍କ ସାମ୍ନାକୁ...

ଶିବଭକ୍ତ ପୋଲିସକର୍ମୀ

ଭୋପାଳ,୨୧।୨: ମଧ୍ୟପ୍ରଦେଶ ଭୋପାଳର ଜଣେ ସିଂଘମଙ୍କୁ ଶିବଭକ୍ତ ଅବତାରରେ ଦେଖିବାକୁ ମିଳିଛି। ମହାଶିବରାତ୍ରୀର ପୂର୍ବ ସନ୍ଧ୍ୟାରେ ଭୋପାଳରେ ଆଇପିଏସ୍‌ ମିଟ୍‌ର ଆୟୋଜନ ହୋଇଥିଲା। ଏହି ଅବସରରେ...

ଦୁଇ ବଳାତ୍କାରୀଙ୍କୁ ନିସ୍ତୁକ ମାଡ଼ମାରି ଜାଳିଦେଲେ

ରାଞ୍ଚି,୧୦।୬: : ଝାଡ଼ଖଣ୍ଡର ଗୁମ୍‌ଲା ଜିଲାରେ ଦୁଇ ବଳାତ୍କାରୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରି ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଆଁରେ ପୋଡ଼ି...

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ...

Advertisement
Archives

Model This Week