Posted inଖେଳ

ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଦଳ ଏହାର ପ୍ରଥମ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ୍‌ କରିଥିଲା। ଜବାବରେ ଆରସିବି ୩ ବଲ୍‌ ବାକି ଥାଇ ୨ ଉଇକେଟ ହରାଇ ମ୍ୟାଚ୍‌କୁ ଜିତି ନେଇଥିଲା। ଉଭୟ ଆଇପିଏଲ ଓ ଡବ୍ଲ୍ୟୁପିଏଲକୁ ମିଶାଇ ଆରସିବି ୧୬ ବର୍ଷରେ ପ୍ରଥମ ଟ୍ରଫି ହାସଲ କରିଛି।
ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଡବ୍ଲ୍ୟୁପିଏଲର ପ୍ରଥମ ସିଜନରେ ଚାମ୍ପିଅନ ହୋଇଥିବା ଦଳ ପାଇଁ ୬ କୋଟି ଟଙ୍କା ଏବଂ ରନର୍‌ ଅପ ହୋଇଥିବା ଦଳ ପାଇଁ ୩ କୋଟି ଟଙ୍କା ପୁରସ୍କାର ରାଶି ସ୍ଥିର କରିଛି। ଫଳରେ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପୁରସ୍କାର ରାଶି ଭାବରେ ୬ କୋଟି ଟଙ୍କା ଏବଂ ରନର୍‌ ଅପ ଦିଲ୍ଲୀ କ୍ୟାପିଟାଲ୍ସକୁ ପୁରସ୍କାର ରାଶି ଭାବରେ ୩ କୋଟି ଟଙ୍କା ମିଳିଛି। ପ୍ରଥମ ସିଜନରେ ଟାଇଟଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ୬ କୋଟି ଟଙ୍କା ମିଳିଥିଲା। ପ୍ରଥମ ସିଜିନ ପରି ଦିଲ୍ଲୀ ଦଳ ମଧ୍ୟ ଦ୍ୱିତୀୟ ଥର ପାଇଁ ରନର୍‌ ଅପ ରହିଲା। ଉଭୟ ସିରିଜ୍‌ରେ ଦିଲ୍ଲୀ ଟାଇଟଲଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଆସିଲା ଚମକାଇଦେଲା ଭଳି ଖବର: କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ, ୭।୮: IPL ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। IPL ୨୦୨୪ରେ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri