Posted inଜାତୀୟ

୧୨୨ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା…

ନୂଆଦିଲ୍ଲୀ,୧୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶରେ ୧୨୨ ଜଣ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ସେମାନଙ୍କ ମଧ୍ୟରେ ବର୍ତ୍ତମାନ ଏବଂ ପୂର୍ବତନ ଏମ୍‌ପି ତଥା ବିଧାୟକଙ୍କ ନାମ ରହିଛି। ଇଡି ପକ୍ଷରୁ ଏସବୁ ରାଜନେତାଙ୍କ ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହି ତାଲିକାରେ ବହୁ ବିରୋଧୀଦଳ ନେତାଙ୍କ ସମେତ ରାଜନୈତିକ ଜଗତର କେତେକ ହାଇ ପ୍ରୋଫାଇଲ ନେତାଙ୍କ ନାମ ରହିଛି। ଭାଜପାର ବହୁ ପ୍ରତିଷ୍ଠିତ ରାଜନେତାଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତାଲିକାରେ ପ୍ରଥମେ ଏ. ରାଜା ଏବଂ କେ. କାନିମୋଝିଙ୍କଠାରୁ ଏହି ମାମଲା ଆରମ୍ଭ ହୋଇଥିବା ଦର୍ଶାଯାଇଛି। ୨-ଜି ସ୍ପେକ୍ଟ୍ରମ ସ୍କାମରେ ସିବିଆଇ ଚାର୍ଜସିଟ ପରେ ୨୦୧୦ରେ ସେମାନଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଉଭୟ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏବଂ ଏସମ୍ପର୍କିତ ସିବିଆଇର ଆବେଦନ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି।
ତାଲିକାର ପରବର୍ତ୍ତୀ ସ୍ଥାନରେ ପି. ଚିଦାମ୍ବରମ ଏବଂ କାର୍ତ୍ତିଙ୍କ ପିତା-ପୁତ୍ର ଯୋଡିଙ୍କ ନାମ ରହିଛି। ଦୁହିଁଙ୍କ ବିରୋଧରେ ଦୁଇ-ଦୁଇଟି ମାମଲା ରହିଛି। ଏଥିମଧ୍ୟରୁ ପ୍ରଥମଟି ଏୟାରସେଲ-ମ୍ୟାକ୍ସିସ ଚୁକ୍ତିରେ ଅନିୟମିତତା ପାଇଁ ୨୦୧୨ରେ ପଞ୍ଜିକୃତ ହୋଇଥିବାବେଳେ ଦ୍ୱିତୀୟଟି ଗଣମାଧ୍ୟମରେ ଏଫଡିଆଇ ଅନୁମତି ପାଇଁ ୨୦୧୭ରେ ପଞ୍ଜିକୃତ ହୋଇଥିଲା।
ଏହି ତାଲିକାରେ ବିଜେପିର ବି.ଏସ୍‌. ୟେଦୁରୁପ୍ପା, କଂଗ୍ରେସର ବି.ଏସ୍‌. ହୁଡା, ବିରଭଦ୍ରା ସିଂ (ମୃତ୍ୟୁ ପରେ), ଓ. ଇବୋବି ସିଂ, ଜେଡିଏସର ଗେଗୋଙ୍ଗ ଆପାଙ୍ଗ, କଂଗ୍ରେସର ନବାମ ଟୁକି, ଆଇଏନ୍‌ ଏଲ୍‌ଡ଼ିର ଓପି ଚୌତାଲା( ଟ୍ରାଏଲ୍‌ ଶେଷ), ଏନସିପିର ଚର୍ଚ୍ଚିଲ ଆଲେମାଓ, କଂଗ୍ରେସର ଦିଗମ୍ବର କାମାତ ଏବଂ ଅଶୋକ ଚହ୍ବାନଙ୍କ ନାମ ରହିଛି। ଏହି ତାଲିକାରେ ସୁଭେନ୍ଦୁ ଅଧିକାରୀ, ମୁକୁଲ ରାୟ, ଫାରୁକ ଅବଦୁଲ୍ଲା, ଲାଲୁ ପ୍ରସାଦ ଯାଦବ, ଜଗନ ରେଡ୍ଡୀ ଏବଂ ଅମରିନ୍ଦର ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ତାଲିକାରେ ଥିବା ବର୍ତ୍ତମାନ ତଥା ପୂର୍ବତନ ଏମ୍‌ପିଙ୍କ ମଧ୍ୟରେ ଡିଏମକେର ଦୟାନିଧି ମାରାନ (ଦୁଇଟି ମାମଲା), ଜାତୀୟ ସମ୍ମିଳନୀର ଫାରୁକ ଅବଦୁଲ୍ଲା (୨୦୨୦), ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା (ଦୁଇଟି ମାମଲା) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କେ ଲାଲୁ ପ୍ରସାଦ ଯାଦବ, ପୂର୍ବତନ କଂଗ୍ରେସ ଏମ୍‌ପି ସୁରେଶ କଲମାଡି, ଟିଏମସିର ସୁଦୀପ ବାନ୍ଦୋପାଧ୍ୟାୟ, ତାପସ ପାଲ, ସୃଞ୍ଜୟ ବୋଷ ଏବଂ କୁନାଲ ଘୋଷ, ପୂର୍ବତନ ଡିଏମକେ ସାଂସଦ କେ.ସି ପାଲାନିସାମୀ, ସ୍ବର୍ଗୀୟ ମତଙ୍ଗ ସିଂ, ପୂର୍ବତନ କଂଗ୍ରେସ ଏମ୍‌ପି ନବୀନ ଜିନ୍ଦଲ(ଦୁଇଟି ମାମଲା) କଂଗ୍ରେସ ଏମ୍‌ପି ଏ. ରେବନ୍ତ ରେଡ୍ଡୀ ଏବଂ ବୈରନ୍‌ ଭେଙ୍କଟାରାମ ରେଡ୍ଡୀଙ୍କ ନାମ ସାମିଲ ହୋଇଛି।
ଏହା ବ୍ୟତୀତ ଯେଉଁ ନେତାଙ୍କ ନାମ ଇଡି ତାଲିକାରେ ଅନ୍ତର୍ଭୁକ୍ତ, ସେମାନେ ହେଉଛନ୍ତି ଭାଜପା ସଦସ୍ୟ ମିଥୁନ ଚକ୍ରବର୍ତ୍ତୀ, ଟିଏମସିର ଅର୍ପିତା ଘୋଷ, ଶତାବ୍ଦୀ ରାୟ, ମୁକୁଲ ରାୟ, ସୌଗତ ରାୟ, କାକୋଲି ଘୋଷ ଦସ୍ତିଦାର, ପ୍ରସନ୍ନ ବାନାର୍ଜୀ ଏବଂ ଆପରୁପା ପୋଦ୍ଦାର। ଏହା ସହିତ କଂଗ୍ରେସର ମୋତିଲାଲ ଭୋହରା (ମୃତ୍ୟୁ ପରେ),ଟିଏମ୍‌ସିର ରାଜ୍ୟ ସଭା ଏମ୍‌ପି କେ.ଡି ସିଂ, ପୂର୍ବତନ ଏଆଇଏଡିଏମକେ ନେତା ଟିଟିଭି ଧିନାକରନ ଏବଂ ଲାଲୁଙ୍କ ଝିଅ ମିସା ଭାରତୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଇଡି ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଏମ ଅମରିନ୍ଦର ସିଂ (ପଞ୍ଜାବ) ଏବଂ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନାମ ରହିଛି। ଏହି ତାଲିକାରେ ପୂର୍ବତନ ବିଧାୟକ ଜେଏମଏମ୍‌ର ସୀତା ସୋରେନ, ଏନସିପିର ଛଗନ ଭୁଜବଳ, କଂଗ୍ରେସର ଡି.କେ ଶିବ କୁମାର, ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ବୀ ଯାଦବ ଏବଂ ଟିଏମ୍‌ସିର ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ ଏବଂ ଶ୍ୟାମପଦା ମୁଖାର୍ଜୀଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri