Posted inଜାତୀୟ

୧୨୨ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା…

ନୂଆଦିଲ୍ଲୀ,୧୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶରେ ୧୨୨ ଜଣ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ସେମାନଙ୍କ ମଧ୍ୟରେ ବର୍ତ୍ତମାନ ଏବଂ ପୂର୍ବତନ ଏମ୍‌ପି ତଥା ବିଧାୟକଙ୍କ ନାମ ରହିଛି। ଇଡି ପକ୍ଷରୁ ଏସବୁ ରାଜନେତାଙ୍କ ଏକ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଏହି ତାଲିକାରେ ବହୁ ବିରୋଧୀଦଳ ନେତାଙ୍କ ସମେତ ରାଜନୈତିକ ଜଗତର କେତେକ ହାଇ ପ୍ରୋଫାଇଲ ନେତାଙ୍କ ନାମ ରହିଛି। ଭାଜପାର ବହୁ ପ୍ରତିଷ୍ଠିତ ରାଜନେତାଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ତାଲିକାରେ ପ୍ରଥମେ ଏ. ରାଜା ଏବଂ କେ. କାନିମୋଝିଙ୍କଠାରୁ ଏହି ମାମଲା ଆରମ୍ଭ ହୋଇଥିବା ଦର୍ଶାଯାଇଛି। ୨-ଜି ସ୍ପେକ୍ଟ୍ରମ ସ୍କାମରେ ସିବିଆଇ ଚାର୍ଜସିଟ ପରେ ୨୦୧୦ରେ ସେମାନଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଉଭୟ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏବଂ ଏସମ୍ପର୍କିତ ସିବିଆଇର ଆବେଦନ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି।
ତାଲିକାର ପରବର୍ତ୍ତୀ ସ୍ଥାନରେ ପି. ଚିଦାମ୍ବରମ ଏବଂ କାର୍ତ୍ତିଙ୍କ ପିତା-ପୁତ୍ର ଯୋଡିଙ୍କ ନାମ ରହିଛି। ଦୁହିଁଙ୍କ ବିରୋଧରେ ଦୁଇ-ଦୁଇଟି ମାମଲା ରହିଛି। ଏଥିମଧ୍ୟରୁ ପ୍ରଥମଟି ଏୟାରସେଲ-ମ୍ୟାକ୍ସିସ ଚୁକ୍ତିରେ ଅନିୟମିତତା ପାଇଁ ୨୦୧୨ରେ ପଞ୍ଜିକୃତ ହୋଇଥିବାବେଳେ ଦ୍ୱିତୀୟଟି ଗଣମାଧ୍ୟମରେ ଏଫଡିଆଇ ଅନୁମତି ପାଇଁ ୨୦୧୭ରେ ପଞ୍ଜିକୃତ ହୋଇଥିଲା।
ଏହି ତାଲିକାରେ ବିଜେପିର ବି.ଏସ୍‌. ୟେଦୁରୁପ୍ପା, କଂଗ୍ରେସର ବି.ଏସ୍‌. ହୁଡା, ବିରଭଦ୍ରା ସିଂ (ମୃତ୍ୟୁ ପରେ), ଓ. ଇବୋବି ସିଂ, ଜେଡିଏସର ଗେଗୋଙ୍ଗ ଆପାଙ୍ଗ, କଂଗ୍ରେସର ନବାମ ଟୁକି, ଆଇଏନ୍‌ ଏଲ୍‌ଡ଼ିର ଓପି ଚୌତାଲା( ଟ୍ରାଏଲ୍‌ ଶେଷ), ଏନସିପିର ଚର୍ଚ୍ଚିଲ ଆଲେମାଓ, କଂଗ୍ରେସର ଦିଗମ୍ବର କାମାତ ଏବଂ ଅଶୋକ ଚହ୍ବାନଙ୍କ ନାମ ରହିଛି। ଏହି ତାଲିକାରେ ସୁଭେନ୍ଦୁ ଅଧିକାରୀ, ମୁକୁଲ ରାୟ, ଫାରୁକ ଅବଦୁଲ୍ଲା, ଲାଲୁ ପ୍ରସାଦ ଯାଦବ, ଜଗନ ରେଡ୍ଡୀ ଏବଂ ଅମରିନ୍ଦର ସିଂଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ତାଲିକାରେ ଥିବା ବର୍ତ୍ତମାନ ତଥା ପୂର୍ବତନ ଏମ୍‌ପିଙ୍କ ମଧ୍ୟରେ ଡିଏମକେର ଦୟାନିଧି ମାରାନ (ଦୁଇଟି ମାମଲା), ଜାତୀୟ ସମ୍ମିଳନୀର ଫାରୁକ ଅବଦୁଲ୍ଲା (୨୦୨୦), ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା (ଦୁଇଟି ମାମଲା) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ କେ ଲାଲୁ ପ୍ରସାଦ ଯାଦବ, ପୂର୍ବତନ କଂଗ୍ରେସ ଏମ୍‌ପି ସୁରେଶ କଲମାଡି, ଟିଏମସିର ସୁଦୀପ ବାନ୍ଦୋପାଧ୍ୟାୟ, ତାପସ ପାଲ, ସୃଞ୍ଜୟ ବୋଷ ଏବଂ କୁନାଲ ଘୋଷ, ପୂର୍ବତନ ଡିଏମକେ ସାଂସଦ କେ.ସି ପାଲାନିସାମୀ, ସ୍ବର୍ଗୀୟ ମତଙ୍ଗ ସିଂ, ପୂର୍ବତନ କଂଗ୍ରେସ ଏମ୍‌ପି ନବୀନ ଜିନ୍ଦଲ(ଦୁଇଟି ମାମଲା) କଂଗ୍ରେସ ଏମ୍‌ପି ଏ. ରେବନ୍ତ ରେଡ୍ଡୀ ଏବଂ ବୈରନ୍‌ ଭେଙ୍କଟାରାମ ରେଡ୍ଡୀଙ୍କ ନାମ ସାମିଲ ହୋଇଛି।
ଏହା ବ୍ୟତୀତ ଯେଉଁ ନେତାଙ୍କ ନାମ ଇଡି ତାଲିକାରେ ଅନ୍ତର୍ଭୁକ୍ତ, ସେମାନେ ହେଉଛନ୍ତି ଭାଜପା ସଦସ୍ୟ ମିଥୁନ ଚକ୍ରବର୍ତ୍ତୀ, ଟିଏମସିର ଅର୍ପିତା ଘୋଷ, ଶତାବ୍ଦୀ ରାୟ, ମୁକୁଲ ରାୟ, ସୌଗତ ରାୟ, କାକୋଲି ଘୋଷ ଦସ୍ତିଦାର, ପ୍ରସନ୍ନ ବାନାର୍ଜୀ ଏବଂ ଆପରୁପା ପୋଦ୍ଦାର। ଏହା ସହିତ କଂଗ୍ରେସର ମୋତିଲାଲ ଭୋହରା (ମୃତ୍ୟୁ ପରେ),ଟିଏମ୍‌ସିର ରାଜ୍ୟ ସଭା ଏମ୍‌ପି କେ.ଡି ସିଂ, ପୂର୍ବତନ ଏଆଇଏଡିଏମକେ ନେତା ଟିଟିଭି ଧିନାକରନ ଏବଂ ଲାଲୁଙ୍କ ଝିଅ ମିସା ଭାରତୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଇଡି ତାଲିକାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଏମ ଅମରିନ୍ଦର ସିଂ (ପଞ୍ଜାବ) ଏବଂ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନାମ ରହିଛି। ଏହି ତାଲିକାରେ ପୂର୍ବତନ ବିଧାୟକ ଜେଏମଏମ୍‌ର ସୀତା ସୋରେନ, ଏନସିପିର ଛଗନ ଭୁଜବଳ, କଂଗ୍ରେସର ଡି.କେ ଶିବ କୁମାର, ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ବୀ ଯାଦବ ଏବଂ ଟିଏମ୍‌ସିର ମଦନ ମିତ୍ର, ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ ଏବଂ ଶ୍ୟାମପଦା ମୁଖାର୍ଜୀଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?