ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ, ୩ା୧:କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି। ସମ୍ପୂର୍ଣ୍ଣ ଚିକିତ୍ସା ଲାଗି ଆହୁରି ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି। ଅର୍ଥ ନ ଥିବାରୁ ରମାକାନ୍ତ ଏବଂ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସରକାରୀ ଏବଂ ବେସରକାରୀସ୍ତରରେ ତାଙ୍କୁ ସହାୟତା ଦେବା ପାଇଁ ସେ ନିବେଦନ କରିଛନ୍ତି।
ଗତ ଅକ୍ଟୋବରରେ ରମାକାନ୍ତ ଭୁବନେଶ୍ୱର ପାହାଳ ଛକ ପାଖରେ ଥିବା ଏକ ବରଫ କମ୍ପାନୀରେ କାମ କରିବାକୁ ଯାଇଥିଲେ ା ସେଠାରେ ୫ଦିନ କାମ କରିବା ପରେ ପାଣିରେ ଅଧିକ ସମୟ କାମ କରି ତାଙ୍କ ଗୋଡରେ ଘା ହୋଇଥିଲା ା ମେଡ଼ିସିନ୍‌ ଖାଇବା ପରେ ଭଲ ନ ହେବାରୁ ସେ ଘରକୁ ଫେରିଆସି ବ୍ରାହ୍ମଣପାଦ ମେଡିକାଲକୁ ଯାଇଥିଲେ ା ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଫୁଲବାଣୀକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ା ସେଠାରେ ୧୫ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିଲା ା ଫଳରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥିଲା ା ସେଠାରେ ଚିକିତ୍ସିତ ହେଉଥିବା ସମୟରେ ରମାକାନ୍ତଙ୍କର ୩ଟି ଆଙ୍ଗୁଠି କଟା ଯାଇଥିଲା ା ଘା’ ନ ଶୁଖିବାରୁ ପରିବାର ଲୋକେ ତାଙ୍କୁ ଗୋଟିଏ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ା ଟଙ୍କା ସରିଯିବାରୁ ଡାକ୍ତର ସେମାନଙ୍କୁ ବାହାର କରିଦେଲେ ା ଟଙ୍କା ଯୋଗାଡ଼ କରି ଡ୍ରେସିଂ ପାଇଁ ଏଠାକୁ ଆସିବାକୁ କହିଥିଲେ ା କିଛି ଦିନ ପରେ ଡ୍ରେସିଂ ପାଇଁ ଯିବାରୁ ଡାକ୍ତର କହିଲେ ଏବେ ଭଲ ଅଛି ା ତେଣୁ ରମାକାନ୍ତ ଘରକୁ ଆସିଥିଲେ। ଟଙ୍କା ନ ଥିବାରୁ ଆଉ ଡ୍ରେସିଂ ପାଇଁ ଯାଇପାରୁନାହାନ୍ତି। ଏପଟେ ଗୋଡ ନଷ୍ଟ ହେବାକୁ ବସଲାଣି। ଏବେ ଡାକ୍ତର ବିଶାଖାପାଟଣା ଯାଇ ଚିକିତ୍ସା ହେବାକୁ କହୁଛନ୍ତି। ଜମି ବାଡ଼ି, ଘରେ ସୁନା ରୁପା ଯାହାଥିଲା ସବୁ ବିକ୍ରି ସରିଲାଣି ା ସରକାରୀ ଏବଂ ବେସରକାରୀ ସହୟତା ମିଳିଲେ ମୋ ସ୍ବାମୀ ଭଲ ହୋଇପାରିବେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଗାୟତ୍ରୀ ପ୍ରକାଶ କରିଛନ୍ତି। ରମାକାନ୍ତଙ୍କର ୨ଟି ଝିଅ ଏବଂ ଗୋଟିଏ ପୁଅ ସମେତ ପରିବାରରେ ୬ ଜଣ ଅଛନ୍ତି। ସମସ୍ତେ ରକାକାନ୍ତଙ୍କ ଉପରେ ନିର୍ଭରଶୀଳ ା ଏବେ ଚିକିତ୍ସା ସହ ପରିବାର କିପରି ଚଳିବ ସେଇ ଚିନ୍ତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri