ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ ଭଏନା(୨୮)। ସେ ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ। ମାତ୍ର ଚଳିତବର୍ଷ ହୋଇଥିବା ବ୍ୟାଚଲର ଅଫ ଏଜୁକେଶନ(ବି.ଏଡ) ପ୍ରବେଶିକା ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ପ୍ରବେଶିକା ପରୀକ୍ଷାରେ ସମୁଦାୟ ୧୦୦ ନମ୍ବରରୁ ୫୨.୭୫ ନମ୍ବର ରଖିଛନ୍ତି। ମାତ୍ର ପାଠ ପଢିବାରେ ଅର୍ଥ ସାଜିଛି ବାଧକ। ଫଳରେ କେମିତି ପାଠ ପଢିବେ ସେହି ଚିନ୍ତା ତାଙ୍କୁ ଘାରିଛି।
ପ୍ରକାଶ ଯେ, ତେଲିପାଲି ଗ୍ରାମର କୁଶଙ୍କ ବାପା ଜୁଆନି ଭଏନା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ମାଆଙ୍କର ବହୁ ଦିନରୁ ପରଲୋକ ହୋଇସାରିଛି। ୨୦୧୯ରେ କୁଶଙ୍କ ମୁଣ୍ଡର ଭେନ୍‌ ସମସ୍ୟା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଏହାର ଅପରେଶନ କରିବାକୁ କହିଥିଲେ। ମାତ୍ର ଆର୍ଥିକ ସମସ୍ୟା ଯୋଗୁ ଅପରେଶନ ବିଳମ୍ବ ହେଲା। ମାତ୍ର ସେତେବେଳକୁ ତାଙ୍କର ଉଭୟ ଆଖି ନଷ୍ଟ ହୋଇ ଯାଇଥିଲା। ସେତେବେଳେ ସେ ସ୍ନାତକ ପାଠ୍ୟକ୍ରମ ପଢି ସାରିଥିଲେ। ସେହିଦିନଠାରୁ ତାଙ୍କର ପାଠପଢାରେ ସମସ୍ୟା ଦେଖା ଦେଇଥିଲା। ତଥାପି ଭାଙ୍ଗି ପଡି ନ ଥିଲେ କୁଶ। ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହାୟତା ନେଇ ପାଠ୍ୟ ପୁସ୍ତକର ପାଠ ଶୁଣି ଶୁଣି ଶିକ୍ଷକ ହେବା ପାଇଁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ(ଡି.ଏଲ.ଇ.ଡି) ଓ ବ୍ୟାଚଲର ଅଫ୍‌ ଏଜୁକେଶନ(ବି.ଏଡ) ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଥମ ଥର ଡି.ଏଲ.ଇ.ଡି ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରଚେଷ୍ଟାରେ ସଫଳ ହୋଇ ସୋନପୁର ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁ ନାମ ଲେଖାଇ ପାରି ନ ଥିଲେ। ଚଳିତବର୍ଷ ପ୍ରଥମ ଥର ବି.ଏଡ ପ୍ରବେଶିକା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ ଅଫ୍‌ ଆଡଭାନ୍ସ ଷ୍ଟଡିଜ୍‌ରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ନାମ ଲେଖାଇବା ସହିତ ହଷ୍ଟେଲରେ ରହି ପାଠ ପଢିବା ମୁଖ୍ୟ ସମସ୍ୟା ହୋଇଛି। ତେଣୁ କୁଶ ଏବେ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ନିବେଦନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ନାମଲେଖା ପାଇଁ ୫୨୦୦ ଟଙ୍କା, ହଷ୍ଟେଲରେ ନାମଲେଖା ପାଇଁ ୮ ହଜାର ଟଙ୍କା ଓ ହଷ୍ଟେଲ ଖର୍ଚ୍ଚ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଦରକାର। ପରିବାର ଅତ୍ୟନ୍ତ ଗରିବ ଓ ନିଜେ ଦୃଷ୍ଟିବାଧିତ ହୋଇଥିବାରୁ ଟଙ୍କା ସଂଗ୍ରହ କଷ୍ଟକର ହୋଇପଡିଛି। ତେଣୁ ସରକାରୀ କିମ୍ବା କେହି ସହୃଦୟ ବ୍ୟକ୍ତି ସହଯୋଗ କଲେ ଭବିଷ୍ୟତରେ ଜଣେ ଶିକ୍ଷକ ହେବାର ସ୍ବପ୍ନ ତାଙ୍କର ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?