ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ ଭଏନା(୨୮)। ସେ ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ। ମାତ୍ର ଚଳିତବର୍ଷ ହୋଇଥିବା ବ୍ୟାଚଲର ଅଫ ଏଜୁକେଶନ(ବି.ଏଡ) ପ୍ରବେଶିକା ପରୀକ୍ଷାରେ ସଫଳତାର ସହିତ ଉତୀର୍ଣ୍ଣ ହୋଇ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ପ୍ରବେଶିକା ପରୀକ୍ଷାରେ ସମୁଦାୟ ୧୦୦ ନମ୍ବରରୁ ୫୨.୭୫ ନମ୍ବର ରଖିଛନ୍ତି। ମାତ୍ର ପାଠ ପଢିବାରେ ଅର୍ଥ ସାଜିଛି ବାଧକ। ଫଳରେ କେମିତି ପାଠ ପଢିବେ ସେହି ଚିନ୍ତା ତାଙ୍କୁ ଘାରିଛି।
ପ୍ରକାଶ ଯେ, ତେଲିପାଲି ଗ୍ରାମର କୁଶଙ୍କ ବାପା ଜୁଆନି ଭଏନା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କ ମାଆଙ୍କର ବହୁ ଦିନରୁ ପରଲୋକ ହୋଇସାରିଛି। ୨୦୧୯ରେ କୁଶଙ୍କ ମୁଣ୍ଡର ଭେନ୍‌ ସମସ୍ୟା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଏହାର ଅପରେଶନ କରିବାକୁ କହିଥିଲେ। ମାତ୍ର ଆର୍ଥିକ ସମସ୍ୟା ଯୋଗୁ ଅପରେଶନ ବିଳମ୍ବ ହେଲା। ମାତ୍ର ସେତେବେଳକୁ ତାଙ୍କର ଉଭୟ ଆଖି ନଷ୍ଟ ହୋଇ ଯାଇଥିଲା। ସେତେବେଳେ ସେ ସ୍ନାତକ ପାଠ୍ୟକ୍ରମ ପଢି ସାରିଥିଲେ। ସେହିଦିନଠାରୁ ତାଙ୍କର ପାଠପଢାରେ ସମସ୍ୟା ଦେଖା ଦେଇଥିଲା। ତଥାପି ଭାଙ୍ଗି ପଡି ନ ଥିଲେ କୁଶ। ଗ୍ରାମର ଅନ୍ୟ ଜଣେ ଯୁବକଙ୍କ ସହାୟତା ନେଇ ପାଠ୍ୟ ପୁସ୍ତକର ପାଠ ଶୁଣି ଶୁଣି ଶିକ୍ଷକ ହେବା ପାଇଁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ(ଡି.ଏଲ.ଇ.ଡି) ଓ ବ୍ୟାଚଲର ଅଫ୍‌ ଏଜୁକେଶନ(ବି.ଏଡ) ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଥମ ଥର ଡି.ଏଲ.ଇ.ଡି ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଥିଲେ ମଧ୍ୟ ଦ୍ବିତୀୟ ପ୍ରଚେଷ୍ଟାରେ ସଫଳ ହୋଇ ସୋନପୁର ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁ ନାମ ଲେଖାଇ ପାରି ନ ଥିଲେ। ଚଳିତବର୍ଷ ପ୍ରଥମ ଥର ବି.ଏଡ ପ୍ରବେଶିକା ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ ଅଫ୍‌ ଆଡଭାନ୍ସ ଷ୍ଟଡିଜ୍‌ରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେ ନାମ ଲେଖାଇବା ସହିତ ହଷ୍ଟେଲରେ ରହି ପାଠ ପଢିବା ମୁଖ୍ୟ ସମସ୍ୟା ହୋଇଛି। ତେଣୁ କୁଶ ଏବେ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ନିବେଦନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ନାମଲେଖା ପାଇଁ ୫୨୦୦ ଟଙ୍କା, ହଷ୍ଟେଲରେ ନାମଲେଖା ପାଇଁ ୮ ହଜାର ଟଙ୍କା ଓ ହଷ୍ଟେଲ ଖର୍ଚ୍ଚ ପାଇଁ ପ୍ରତିମାସ ୨ ହଜାର ଟଙ୍କା ଦରକାର। ପରିବାର ଅତ୍ୟନ୍ତ ଗରିବ ଓ ନିଜେ ଦୃଷ୍ଟିବାଧିତ ହୋଇଥିବାରୁ ଟଙ୍କା ସଂଗ୍ରହ କଷ୍ଟକର ହୋଇପଡିଛି। ତେଣୁ ସରକାରୀ କିମ୍ବା କେହି ସହୃଦୟ ବ୍ୟକ୍ତି ସହଯୋଗ କଲେ ଭବିଷ୍ୟତରେ ଜଣେ ଶିକ୍ଷକ ହେବାର ସ୍ବପ୍ନ ତାଙ୍କର ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri