ବିନା ଚାକିରିରେ ୧୫ ବର୍ଷ ଧରି ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଜଣା ପଡ଼ିବାରୁ…

ରୋମ,୨୬।୪: ଚାକିରି କରୁଥିବା ଲୋକ ସବୁବେଳେ ଭାବିଥାନ୍ତି ଯେତେ ପରିଶ୍ରମ କରୁଛନ୍ତି ସେହି ଅନୁଯାୟୀ ତାଙ୍କୁ ଦରମା ମିଳୁ। ମାତ୍ର କିଛି ଲୋକ ନିଜ ଦରମାକୁ ନେଇ ସନ୍ତୁଷ୍ଟ ନ ହୋଇ ଆଉ କିଛି ଇଚ୍ଛା ରଖିଥାନ୍ତି, ଯେମିତି କି ତାଙ୍କ ଦରମା ବଢ଼ିଯାଉ। ଠିକ୍‌ ସେମିତି ଇଟାଲୀରୁ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ବର୍ଷ ଧରି କାମ ନ କରି ଘରେ ବସିବସି ଦରମା ପାଇଚାଲିଥିଲେ। ପରେ ଜଣାପଡ଼ିଲା ଘଟଣା। ଜାଣନ୍ତୁ ଏ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଇଟାଲୀର ମେଡିକାଲ ବିଭାଗରେ କାମ କରୁଥିବା ଜଣେ ବ୍ୟକ୍ତି ଗତ ୧୫ ବର୍ଷ ତଳୁ ନିଜ ଡ୍ୟୁଟିକୁ ଆସୁ ନ ଥିଲେ। ମାତ୍ର ଏହି ୧୫ ବର୍ଷ ଧରି ପ୍ରତି ମାସରେ ତାଙ୍କ ଆକାଉଣ୍ଟକୁ ଦରମା ଟଙ୍କା ଆସୁଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେତେବେଳେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଲା ସେତେବେଳେ ତାଙ୍କ ନାମରେ ଅର୍ଥ ହଡ଼ପ ମାମଲା ରୁଜୁ କରାଯାଇଛି।

୨୦୦୫ରେ ଅଭିଯୁକ୍ତ ଏବଂ ତାଙ୍କ ବିଭାଗର ମ୍ୟାନେଜର ସହ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ସେ ମ୍ୟାନେଜରଙ୍କୁ ଧମକ ବି ଦେଇଥିଲେ। ଏହାର କିଛିଦିନ ପରେ ମ୍ୟାନେଜର ଅବସର ନେଇଥିଲେ। ଅଭିଯୁକ୍ତ ଇତିମଧ୍ୟରେ ଅଫିସରେ ଅନୁପସ୍ଥିତ ରହିଲେ। ଏମିତି ଏମିତି ୧୫ ବର୍ଷ ବିତିଗଲା। ମାତ୍ର ଦରମା ଆସିବାରେ ଆଦୌ ଅବହେଳା ହୋଇନି।

ପୋଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଜଣକ ପବ୍ଲିକ ସେକ୍ଟରରେ ଏତେଦିନ ଲମ୍ବା ଛୁଟି ଏବଂ ଦରମା ପାଇ ରେକର୍ଡ ସୃଷ୍ଟି କରିଛନ୍ତି। ୧୫ ବର୍ଷରେ ସେ ୫.୩୮ ଲକ୍ଷ ୟୁରୋ ଅର୍ଥାତ ଭାରତୀୟ ମୁଦ୍ରାରେ ୪.୮ କୋଟି ଟଙ୍କା ନେଇସାରିଛନ୍ତି। ଏହି ବ୍ୟକ୍ତିଙ୍କ ବୟସ ୬୭ ବର୍ଷ। ଏହି ଘଟଣା ଜଣାପଡ଼ିବା ପରେ ବିଭାଗର ବହୁ ବଡ଼ ଅଧିକାରୀଙ୍କ ହୋସ୍‌ ଉଡ଼ିଯାଇଛି। ଏଥିରେ ଆଉ ୬ ଜଣ ମ୍ୟାନେଜର ସାମିଲ ଥିଲେ। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?