ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ ଗ୍ରାମର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ ମୃତ ରାଉତ ଗୋଟିଏ ସପ୍ତାହ କାମ କରିଥିବା ନେଇ ମାଷ୍ଟରରୋଲରେ ହାଜରା ପକାଇ ଟଙ୍କା ଉଠାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇ-ଅଭିଯୋଗରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ବଲାଙ୍ଗୀର ପିଡି ଡିଆର୍‌ଡିଏ କାର୍ଯ୍ୟାଳୟର କର୍ମଚାରୀ ଓ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ ଉକ୍ତ ପଞ୍ଚାୟତକୁ ଯାଇ ତଦନ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରତାଖଣ୍ଡି ଗ୍ରାମର ଗୁଏପିଟା ଡଙ୍ଗରରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଷ୍ଟେଗର୍ଡ ଟ୍ରେଞ୍ଚ କାମ ହୋଇଛି। ଏହି ପ୍ରକଳ୍ପର ୱାର୍କ କୋଡ୍‌ ନଂ ୨୪୦୯୦ ୧୦୦୧୪/ ୧୧୧୯୩୫୫୧ ରହିଛି। ଗଁା ସାଥୀ ବା ମେଟ୍‌ ସୁଲଖ୍ନା ବରିହାଙ୍କ ତତ୍ତ୍ୱାବଧାନରେ କାମ କରାଯାଇଛି। ପ୍ରକଳ୍ପର ମାଷ୍ଟର ରୋଲ ନମ୍ବର ୮୬୭୯ରେ ୨୦୨୫ ଡିସେମ୍ବରେ ଗୋଟିଏ ସପ୍ତାହ ଧରି ୧୦ ଜଣ ଜବକାର୍ଡଧାରୀ ଶ୍ରମିକ ଉକ୍ତ ପ୍ରକଳ୍ପରେ କାମ କରିଛନ୍ତି। ଶ୍ରମିକ ପାଉଣା ବାବଦକୁ ସେମାନଙ୍କୁ ମୋଟ ୧୯ ହଜାର ୧୧୦ ଟଙ୍କା ପଇଠ ହୋଇଛି। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାମ କରିଥିବା ଶ୍ରମିକଙ୍କ ମଧ୍ୟରେ ମୃତକ ରାଉତ ବରିହାଙ୍କ ନାମ ରହିଛି। ୨୦୨୫ ଜୁଲାଇ ୪ରେ ରାତଉଙ୍କ ମୃତ୍ୟୁ ଘଟିଛି। ହେଲେ ୨୦୨୫ ଡିସେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଉତ କାମ କରିଥିବା ନେଇ ଉକ୍ତ ମାଷ୍ଟର ରୋଲରେ ଦର୍ଶାଯାଇଛି। ୭ ଦିନ କାମ କରିଥିବା ମୃତ ଶ୍ରମିକଙ୍କୁ ଦୈନିକ ୨୭୩ ଟଙ୍କା ହିସାବରେ ୧୯୧୧ ଟଙ୍କା ପାଉଣା ଦିଆଯାଇଛି। ବ୍ଲକ୍‌ ଅଧୀନ ଏସ୍‌ବିଆଇ ଆକାଉଣ୍ଟରେ ମୃତ ଶମିକଙ୍କ ଟଙ୍କା ପଇଠ କରାଯାଇଛି। ପଞ୍ଚାୟତର ସରପଞ୍ଚ, ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଗଁାସାଥୀଙ୍କ ମଧୁଚନ୍ଦ୍ରିକାରେ ଅନିୟମିତତା କରି ଅନୁଦାନ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଗ୍ରାମର ସୁଶାନ୍ତ ବରିହା ୨୦୨୫ ଡିସେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଳ, ଜିଲା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସ୍ଥାନୀୟ ବ୍ଲକ ପ୍ରଶସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଥିଲେ ସୁଦ୍ଧା ଉପଯୁକ୍ତ ତଦନ୍ତ କରା ନ ଯାଇ ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ ପାଇଁ ଉଦ୍ୟମ କରାଯାଇଥିଲା। ଏହାପରେ ସୁଶାନ୍ତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ ଦାଖଲ କରିବାରୁ ଶୁକ୍ରବାର ବଲାଙ୍ଗୀର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ବ୍ଲକର ଅଧିକାରୀ ପୁଣି ତଦନ୍ତ କରିଥିବା ସେ ଜଣାଇଛନ୍ତି। ଏସମ୍ପର୍କରେ ସରପଞ୍ଚ ହିମାଞ୍ଚଳ ମେହେରଙ୍କୁ ପଚାରିବାରୁ ମୃତକ ରାଉତଙ୍କ ନାମରେ ମାଷ୍ଟରରୋଲରେ ୭ ଦିନର ହାଜରା ପକାଇ ଟଙ୍କା ଉଠାଣକୁ ସେ ସ୍ବୀକାର କରିଛନ୍ତି। ବଲାଙ୍ଗୀର ଏବଂ ବ୍ଲକର ଅଧିକାରୀ ତଦନ୍ତ ପାଇଁ ଆସି ପଇଠ ଟଙ୍କା ସରକାରୀ ଆକାଉଣ୍ଟକୁ ଫେରସ୍ତ କରାଯିବ ବୋଲି ସେ କହିଛନ୍ତି। ଏସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିପ୍‌ କରି ନ ଥିଲେ। ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ କେତେଜଣ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଯୋଜନା ବାଟବଣା ହୋଇପଡିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri