ଶ୍ରାବଣ ମାସ ସୋମବାର ବ୍ରତ ସମ୍ପର୍କରେ…

ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର। ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି। ସେଥିପାଇଁ ଅନେକେ ଶ୍ରାବଣ ମାସରେ ସୋମବାର ବ୍ରତ ରଖିଥାନ୍ତି। କାରଣ ସବୁ ମାସ ମଧ୍ୟରେ ଶ୍ରାବଣ ମାସଟି ଭଗବାନ ଭୋଳାନାଥଙ୍କର ପ୍ରିୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ଏହି ଶ୍ରାବଣ ସୋମବାର ବ୍ରତ କଲେ ଜୀବନରେ ସୁଖ, ଶାନ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ସାଧୁମାନେ ମତ ମଧ୍ୟ ଦେଇଥାନ୍ତି। ସେହିପରି ନିଷ୍ଠାର ସହ ଏହି ବ୍ରତ କରୁଥିବା ବ୍ୟକ୍ତି ଅକାଳ ମୃତ୍ୟୁ ତଥା ଦୁର୍ଘଟଣାରୁ ବି ବର୍ତ୍ତି ଯାଇଥାନ୍ତି। ଅନ୍ୟପକ୍ଷେ କୁହାଯାଏ, ଶ୍ରାବଣ ମାସର ସୋମବାର ଦିନ ଘରକୁ ଗଙ୍ଗାଜଳ ଆଣିଲେ ତାହା ଶୁଭଫଳ ପ୍ରଦାନ କରିଥାଏ। ଆଉ ଯଦି ସେହି ଗଙ୍ଗାଜଳକୁ ରୋଷେଇ ଘରେ ରଖି ଦିଆଯାଏ, ତା’ହେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଏପରିକି ଏହି ସୋମବାର ଦିନ ରୁପାର ତ୍ରିଶୂଳ ଘରକୁ କିଣିକି ଆଣିଲେ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ ବୋଲି ଲୋକମତ ରହିଛି। ସେହିପରି କୁହାଯାଏ, ଶ୍ରାବଣ ମାସର ପ୍ରତି ସୋମବାର ଦିନ ଯେଉଁ ବ୍ୟକ୍ତି ଭଗବାନ ଭୋଳାନାଥଙ୍କୁ ବେଲପତ୍ର, ଚନ୍ଦନ, ଅକ୍ଷତ, କ୍ଷୀର ଓ ଗଙ୍ଗାଜଳ ପ୍ରଦାନ କରି ଭକ୍ତିର ସହ ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥାନ୍ତି ତାଙ୍କର ସମସ୍ତ ପାପ କ୍ଷୟ ହୋଇଯାଏ ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri