Odisha Elections 2024

‘ମମ ଶବ୍ଦବିଶ୍ୱମ୍‌’ ଲୋକାର୍ପିତ

ଭୁବନେଶ୍ୱର,୫।୪(ବ୍ୟୁରୋ): ଶବ୍ଦ ହେଉଛି ବ୍ରହ୍ମ। ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା। ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ, ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ମଙ୍ଗଳବାର ରାଜଭବନରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂଲିଶ କବିତା ସଂକଳନ ‘ମାଇଁ ୱାର୍ଲଡ ଅଫ୍‌ ୱାର୍ଡସ୍‌’ର ସଂସ୍କୃତ ଅନୁବାଦ ‘ମମ ଶବ୍ଦବିଶ୍ୱମ୍‌’କୁ ଲୋକାର୍ପଣ କରି ସେ ଏହା କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଏହାକୁ ଅନୁବାଦ କରିଛନ୍ତି। ରାଜ୍ୟପାଳ କବି ସେଠୀଙ୍କ ମନନ, ଚିନ୍ତନ ଓ ସୃଜନ ସାମର୍ଥ୍ୟର ଭୂୟସୀ ପ୍ରଶଂସା କରଛନ୍ତି। କବିତାରେ ମାଟିର ମହକ, ଆନନ୍ଦ, ଆଲୋକ ଓ ପୁଲକ ଅଛି। ଦେବଭାଷା ସଂସ୍କୃତ ମାଧ୍ୟମରେ ଏହାର ପ୍ରସାର ଏକ ବିଶେଷ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। କବି ସେଠୀ ନିଜ ସାରସ୍ବତ ସାଧନାର ଭୂମି ଓ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟତମ ଅତିଥି ଭାବେ ପୂର୍ବତନ ଏମ୍‌ପି ତଥା ବରିଷ୍ଠ କବି ଡ. ପ୍ରସନ୍ନ କୁମାର ପାଟଶାଣୀ କବିଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋକପାତ କରି ମଣିଷର ସ୍ବପ୍ନ, ସଂଘର୍ଷ, ସଂଗ୍ରାମ ଓ ଉତ୍ତରଣ ସେସବୁରେ ରୂପାୟିତ ହୋଇଛି ବୋଲି କହିଛନ୍ତି। ଅନୁବାଦକ ପ୍ରଫେସର ପଣ୍ଡା, ପ୍ରକାଶକ ହର୍‌ ଆନନ୍ଦ ପବ୍ଲିକେଶନ୍ସ ନୂଆଦିଲ୍ଲୀର ଆଶିଷ ଗୋସାଇଁ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ଓ ନିଜର ସମ୍ପୃକ୍ତି ସମ୍ପର୍କରେ କହିଥିଲେ। କବି ରକ୍ଷକ ନାୟକ ପୁସ୍ତକ ଉପରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ, ଟୁଇଟ୍‌ କରି କହିଲେ ଏମିତି…

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri