ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ବାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ମଙ୍ଗଳବାର ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ସ୍ୱାଧୀନ ଭାବେ ରାଜ୍ୟ ସଭା ଯିବେ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ଆମ ଓଡ଼ିଶା ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଆସନ୍ତା ରାଜ୍ୟ ସଭା ନିର୍ୱାଚନ ପାଇଁ ଓଡ଼ିଶାରୁ ଦୁଇ ଜଣ ଯୋଗ୍ୟ ତଥା ଅଭିଜ୍ଞ ନେତାଙ୍କ ନାମ ଘୋଷଣା କରିଛନ୍ତି । ମୁଁ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି।

ଭାଜପା ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଚୟନ ଦର୍ଶାଉଛି ଯେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସ୍ୱାର୍ଥ ଏବଂ ଅଭିଜ୍ଞତାକୁ ସବୁବେଳେ ସମ୍ମାନ ଦେଇଆସିଛି ।

ମନମୋହନ ସାମଲ ହେଉଛନ୍ତି ଜଣେ ତୃଣମୂଳ ସ୍ତରର ସଂଗଠକ ଓ ନେତା । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ଭାଜପା ଐତିହାସିକ ସଫଳତା ପାଇଛି । ତାଙ୍କର ସଂସଦୀୟ ଅଭିଜ୍ଞତା ଏବଂ ଓଡ଼ିଶାର ସମସ୍ୟା ବୁଝିବାର ଶୈଳୀ ନିଶ୍ଚିତ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଶାଣିତ କରିବ ।
ସେହିପରି ସୁଜିତ କୁମାର ଜଣେ ଉଚ୍ଚଶିକ୍ଷିତ ଏବଂ ଦକ୍ଷ ନେତା । ପୂର୍ୱରୁ ଏମପି ଭାବେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିଛନ୍ତି ।

ଆପଣମାନେ ଜାଣନ୍ତି, ଓଡ଼ିଶାର ୪ଟି ରାଜ୍ୟ ସଭା ଆସନ ପାଇଁ ଚଳିତ ନିର୍ୱାଚନ ହେଉଛି । ସଂଖ୍ୟା ଦୃଷ୍ଟିରୁ ଭାଜପା ପାଖରେ ସ୍ପଷ୍ଟ ବହୁମତ ରହିଛି । ଆମର ୭୯ ଜଣ ବିଧାୟକ ଏବଂ ଆମକୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ଆମେ ଏହି ଦୁଇଟି ଯାକ ଆସନରେ ବୃହତ ବିଜୟ ହାସଲ କରିବୁ ।

ଦିଲୀପ ରାୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚତୁର୍ଥ ଆସନରେ ସ୍ୱାଧିନପ୍ରାର୍ଥୀ ଭାବେ ଲଢିବା ପାଇଁ ଦିଲୀପ ରାୟ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି । ରାଜ୍ୟ ଭାଜପା ପକ୍ଷରୁ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଦଳର ସଭାପତି କହିଛନ୍ତି । ମୁଁ ମଧ୍ୟ ଏଥିରେ ସହମତ ଅଛି । ଦିଲୀପ ରାୟ ଓଡ଼ିଶାର ଜଣେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ରାଜନେତା । ବିଧାୟକ, ଏମପି ଓ ଏବଂ କେନ୍ଦ୍ରରେ ମନ୍ତ୍ରୀ ଭାବରେ ତାଙ୍କର ଅଭିଜ୍ଞତା ରହିଛି । ନିଜସ୍ୱ ଶକ୍ତି ବଳରେ ସେ ରାଜ୍ୟସଭା ଏମପି ହେବାର ରେକର୍ଡ ମଧ୍ୟ ଅଛି । ଦଲୀପଙ୍କର ରାଜ୍ୟ ପ୍ରତି ଯେଉଁ ଅବଦାନ ଅଛି ଓ ରାଜନୈତିକ ଅଭିଜ୍ଞତା ଅଛି ସେ ଦୃଷ୍ଟିକୋଣରୁ ଆମ ଦଳ ସମର୍ଥନ କରିଛି ଏବଂ ସମସ୍ତ ବିଧାୟକମାନଙ୍କର ମଧ୍ୟ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିବ । ଚତୁର୍ଥ ଆସନ ପାଇଁ ଯେହେତୁ କୌଣସି ରାଜନୈତିକ ଦଳର ସ୍ପଷ୍ଟସଂଖ୍ୟା ନାହିଁ, ତେଣୁ ସେ ନିଶ୍ଚିନ୍ତ ଭାବେ ବିଜୟପ୍ରାପ୍ତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri