Posted inଜାତୀୟ

ସାଂଘାତିକ ଅଭିଯୋଗ ଆଣିଲେ ମୋହନ ଭାଗବତ: କହିଲେ, ସରକାର ବଦଳିଲେ…

ନାଗପୁର,୨୦।୧୦: କେବଳ ସରକାର ପରିବର୍ତ୍ତନ ବା ‘ରିଜିମ ଚେଞ୍ଜ’ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ। ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା ଶକ୍ତି ଓ ସେମାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ରହିଥାନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସଏସ)ର ସଂଚାଳକ ମୋହନ ଭାଗବତ ନାଗପୁରରେ ବିଜୟାଦଶମୀ ଅବସରରେ ନିଜ ଅଭିଭାଷଣରେ ଏପରି ମତ ରଖିଛନ୍ତି। ଏଥିସହ ଭାରତକୁ ସଂଗଠିତ ଓ ଶକ୍ତିଶାଳୀ କରିବା ପାଇଁ ଦେଶର ଇତିହାସ, ଅସ୍ମିତା ଏବଂ ନିଜସ୍ବ ସ୍ବଭାବକୁ ବୁଝିବା ଜରୁରୀ ବୋଲି ସେ କହିଛନ୍ତି।

ଭାଗବତ କହିଛନ୍ତି, ରିଜିମ ଚେଞ୍ଜ କରିବା ଦ୍ୱାରା ପରିସ୍ଥିତି ବଦଳିଯିବ, ଏପରି କେବେ ହୋଇନାହିଁ। ପୂର୍ବରୁ ମଧ୍ୟ ହୋଇ ନ ଥିଲା, ଆଜି ମଧ୍ୟ ହେଉନାହିଁ। ନିଜ ସ୍ବାର୍ଥର ପୋଷଣ କରୁଥିବା ଲୋକ ଓ ସେମାନଙ୍କ ସମର୍ଥକ ସବୁଠି ପ୍ରଭାବଶାଳୀ ରହିଛନ୍ତି। ବିଶ୍ୱର କିଛି ଶକ୍ତି ନିଜ ସ୍ବାର୍ଥ ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତ ଶକ୍ତିଶାଳୀ ହେଲେ ଏଭଳି ଶକ୍ତିଙ୍କ ସ୍ବାର୍ଥ ପ୍ରଭାବିତ ହୋଇପାରେ। ଏହି କାରଣରୁ ଭାରତକୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଭାରତ, ହିନ୍ଦୁ ସମାଜ ଓ ଆର୍‌ଏସଏକୁ ଦୁର୍ବଳ କରିବା ଏବଂ ବିଭାଜିତ କରିବା ପାଇଁ ଉଦ୍ୟମ ହେଉଥିବା ମଧ୍ୟ ସେ କହିଛନ୍ତି।

ଭାଷଣର ଆରମ୍ଭରେ ମୋହନ ଭାଗବତ ଭାରତର ଏକତା ଓ ସାଂସ୍କୃତିକ ପରିଚୟ ଉପରେ ଆଲୋକପାତ କରିଥିଲେ। ତାଙ୍କ ମତରେ, ବିଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ଭାରତ ପ୍ରାଚୀନ କାଳରୁ ଏକ ରାଷ୍ଟ୍ର ଭାବେ ରହିଆସିଛି। ଏହାର ମୂଳରେ ରହିଛି ସମସ୍ତଙ୍କ ମଧ୍ୟରେ ଏକତ୍ୱ ଓ ଆତ୍ମୀୟତାର ଭାବନା। ଆମ ପୂର୍ବଜମାନେ ସମଗ୍ର ସୃଷ୍ଟିର ଏକତାକୁ ଅନୁଭବ କରୁଥିଲେ। ସେହି ଭାବନା ଆଧାରରେ ପରସ୍ପର ପ୍ରତି ଆପଣାପଣ ଓ ସମ୍ମାନର ପରମ୍ପରା ଗଢ଼ିଉଠିଥିଲା। କିନ୍ତୁ ଏହି ମୂଲ୍ୟବୋଧକୁ ଭୁଲିଯିବାରୁ ସମାଜ ବିଭାଜିତ ଓ ଦୁର୍ବଳ ହୋଇପଡ଼ିଥିଲା, ଯାହାର ପରିଣାମ ଭାବେ ଦେଶକୁ ଦୀର୍ଘ ସମୟ ଧରି ପରାଧୀନତା ସହିବାକୁ ପଡ଼ିଥିଲା ବୋଲି ସେ ମତ ଦେଇଛନ୍ତି।

ଦେଶର ସ୍ବାଧୀନତା ସମୟର ପରିସ୍ଥିତିକୁ ମନେ ପକାଇ ଭାଗବତ କହିଛନ୍ତି, ସେତେବେଳେ ଦେଶକୁ ସ୍ବାଧୀନ କରିବା ପାଇଁ ମହାପୁରୁଷ ଓ ସମାଜକୁ ଅନେକ ତ୍ୟାଗ ଓ ତପସ୍ୟା କରିବାକୁ ପଡ଼ିଥିଲା। ବର୍ତ୍ତମାନର ପରିସ୍ଥିତିରେ ଦେଶର ଏକତା, ଶକ୍ତି ଓ ପ୍ରଗତି ପାଇଁ ତା’ଠାରୁ ମଧ୍ୟ ଅଧିକ ତ୍ୟାଗ ଓ ସମର୍ପଣର ଆବଶ୍ୟକତା ରହିଛି। ଭାରତ ବିବିଧତାର ଦେଶ ହୋଇଥିବାରୁ ଏଠାରେ ସମସ୍ତଙ୍କୁ ସ୍ବୀକାର କରିବା, ସମ୍ମାନ ଦେବା ଏବଂ ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ଜରୁରୀ। ଭାରତର ସନାତନ ପରମ୍ପରାରେ ବିଭିନ୍ନତାକୁ ସ୍ବୀକାର କରିବା ଓ ସମସ୍ତଙ୍କୁ ସୁରକ୍ଷା ଦେବାର ଭାବନା ରହିଛି। ଭାରତର ଶାଶ୍ୱତ ପରମ୍ପରା ଓ ମୂଲ୍ୟବୋଧକୁ ସଂରକ୍ଷଣ କରିବା ସହ ସମୟ ଅନୁସାରେ ପରିବର୍ତ୍ତନକୁ ଗ୍ରହଣ କରିବା ଆବଶ୍ୟକ। ଭାଷା, ଜାତି ଓ ପନ୍ଥ ପ୍ରତି ଆସକ୍ତି ସ୍ବାଭାବିକ, କିନ୍ତୁ ଏସବୁଠାରୁ ଉପରେ ଦେଶ ପ୍ରତି ଭାବନାତ୍ମକ ଏକତା ରହିବା ଦରକାର ବୋଲି ସେ ମତ ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ଭାରତୀୟ ପରମ୍ପରା ସମଗ୍ର ବିଶ୍ୱକୁ ନିଜର ବୋଲି ମାନିବାର ଶିକ୍ଷା ଦେଇଥାଏ। କିନ୍ତୁ ସମୟକ୍ରମେ ସମାଜ ଅନେକ ଅନାବଶ୍ୟକ ବନ୍ଧନରେ ଆବଦ୍ଧ ହୋଇପଡ଼ିଥିଲା। ଏହା ଦେଶର ଦୁର୍ବଳତା ବଢ଼ାଇବା ସହ ଅହଂକାରକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା ବୋଲି ସେ କହିଛନ୍ତି। ଶେଷରେ ଦେଶର ପରିଚୟ ଓ ଅସ୍ମିତାକୁ ମନେ ରଖି ପରସ୍ପର ମଧ୍ୟରେ ଏକତା ମଜବୁତ କରିବା ସହ ଜଣେ ଅନ୍ୟଜଣଙ୍କ ହିତ ପ୍ରତି ଧ୍ୟାନ ଦେଇ ଜୀବନଯାପନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?