ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ମୋକିମ କହିଛନ୍ତି, କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି । ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି । ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ମୋତେ ପଚାରିଛନ୍ତି । ମୋ ଚିଠିର ପ୍ରଭାବ ପଡିଛି , ଆଶା କରୁଛି ତର୍ଜମା କରାଯିବ ।

କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ । ମୁଁ ରାଜନୀତି କରୁଛି, ଆଗାମୀ ଦିନରେ କରିବି । ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି ବୋଲି କହିଛନ୍ତି ମହମ୍ମଦ ମୋକିମ । ପ୍ରକାଶଥାଉକି ଗତକାଲି, ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା ମୋକିମଙ୍କ ସହ କଥା ହୋଇଥିଲେ । କିଛିଦିନ ପୂର୍ବରୁ କଂଗ୍ରେସର ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଉପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଶ୍ନ ଉଠାଇଥିଲେ। ପିସିସିର ସୁପାରିସକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁମୋଦନ କରିବା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍‌ଙ୍କୁ ବହିଷ୍କାର କରିଛନ୍ତିି ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଛେଦ କରିବାକୁ ଆସିଥିଲେ ତହସିଲ କର୍ମଚାରୀ, ଦେହରେ ପେଟ୍ରୋଲ ଢାଳି ପ୍ରତିବାଦ କଲେ ବ୍ୟବସାୟୀ, ଆଉ ତା’ ପରେ…

ତିହିଡ଼ି,୧୩ା୫(ସଞ୍ଜିତ ବଳ): ଆମର ଯଦି ଦୋକାନ ଭାଙ୍ଗିବ ସମସ୍ତଙ୍କର ଭାଙ୍ଗ, ନ ହେଲେ ଫେରିଯାଅ। ଭଦ୍ରକ ଜିଲା ତିହିଡ଼ି ତହସିଲ ପୀରହାଟ ଥାନା ଅଧୀନ ଗଦି ବଜାରର…

ସ୍ବାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ: ଲଘୁ ବନଜାତ ଦ୍ରବ୍ୟ ପ୍ରଚାରପ୍ରସାର ପାଇଁ ବଡ଼ ପଦକ୍ଷେପ ନେଲେ ବିଧାୟକ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତି ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା…

ନଳକୂପ,ସୌରଚାଳିତ ପ୍ରକଳ୍ପ ଅଚଳ: ଚୁଆପାଣି ଭରସାରେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୧୩ା୫(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଗ୍ରାମରେ ବସବାସ କରୁଥିବା ୪୮ ପରିବାର ପାଇଁ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ରହିଛି। ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି।…

ବଢିବ କି ପେଟ୍ରୋଲ-LPG ରେଟ୍‌? ଆଜି ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୩।୫: ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା…

ପୁଣି ଅସୁସ୍ଥ ସୋନିଆ ଗାନ୍ଧୀ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୩।୫: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ପୁଅ…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି…

ବିଜୟଙ୍କ ବଡ଼ ବିଜୟ, ବିଧାନସଭାରେ ପାଇଲେ ୧୪୪ ବିଧାୟକଙ୍କ ସମର୍ଥନ

ଚେନ୍ନାଇ,୧୩।୫: ବିଜୟ ଥାଲାପଥୀ ତାମିଲନାଡୁ ବିଧାନସଭାରେ ଅଗ୍ନି ପରୀକ୍ଷା ଫ୍ଲୋର ଟେଷ୍ଟ ସଫଳତାର ସହ ପାସ କରିଛନ୍ତି। ବିଜୟ ସରକାର ଫ୍ଲୋର ଟେଷ୍ଟରେ 144 ବିଧାୟକଙ୍କ ସମର୍ଥନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri