Posted inଜାତୀୟ

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ ପ୍ରିମିୟମ ବୋଝ ସୃଷ୍ଟିକାରୀ ଭାବେ ଅଭିହିତ କରି ପ୍ରତ୍ୟାଖ୍ୟାନ କରିଦେଇଛି। ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଝାଡ଼ଖଣ୍ଡ ପିଏମ୍‌ଏଫ୍‌ବିଓ୍ବାଇକୁ ମନା କରିଥିବାବେଳେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ ଏଥିରୁ ଓହରିଯାଇଛି। ଫଳରେ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କେନ୍ଦ୍ର ସରକାରଙ୍କ ଏକ ବଡ଼ ବିଫଳତା ବୋଲି ପ୍ରକାଶ କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର ପିଏମ୍‌ଏଫ୍‌ବିଓ୍ବାଇର ବିକଳ୍ପ ଭାବେ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିଷାନ ସହାୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ରୂପାନି କହିଛନ୍ତି, ପିଏମ୍‌ଏଫ୍‌ବିଓ୍ବାଇର ପ୍ରିମିୟମ୍‌ ବାବଦକୁ ରାଜ୍ୟ ସରକାରଙ୍କ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହାର ବିକଳ୍ପ ସ୍ବରୂପ ନୂଆ ସ୍କିମ ଅଣାଯାଇଛି। ଏହା ଅଧୀନରେ ବର୍ତ୍ତମାନର ଖରିଫ ଋତୁରେ ମଧ୍ୟ ରାଜ୍ୟର ସମସ୍ତ ଚାଷୀ ଅନ୍ତର୍ଭୁକ୍ତ ହେବେ ଏବଂ ସେମାନଙ୍କୁ ଫସଲ ବୀମା ସୁବିଧା ମିଳିବ। ନୂଆ ଯୋଜନାରେ ଗୁଜରାଟର କୌଣସି ଚାଷୀଙ୍କୁ ଟଙ୍କାଟିଏ ମଧ୍ୟ ପ୍ରିମିୟମ୍‌ ଦେବାକୁ ପଡ଼ିବ ନାହିଁ। ଏଥିସକାଶେ ଚାଷୀଙ୍କୁ ପଞ୍ଜୀକରଣ ମଧ୍ୟ କରିବାକୁ ପଡ଼ିବ ନାହିଁ। ପାଣିପାଗଜନିତ ଅସୁବିଧା, ମରୁଡ଼ି, ବନ୍ୟା ଓ ଅସ୍ବାଭାବିକ ବର୍ଷାଜନିତ ଫସଲହାନିକୁ ବିଚାରକୁ ନିଆଯିବ। ପିଏମ୍‌ଏଫ୍‌ବିଓ୍ବାଇକୁ ବନ୍ଦ କରିବା ନେଇ ସେ କହିଛନ୍ତି, କେନ୍ଦ୍ରର ଏହି ଯୋଜନାରେ ରାଜ୍ୟ ରାଜକୋଷ ଉପରେ ବୋଝ ବଢ଼ିଛି। ଟେଣ୍ଡର ଅନୁଯାୟୀ ୪,୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବୋଝ ଗୁଜରାଟ ରାଜକୋଷକୁ ସହିବାକୁ ପଡ଼ିବ। ପିଏମ୍‌ଏଫ୍‌ବିଓ୍ବାଇ ଏକ ଭଲ ଯୋଜନା ହୋଇଥିଲେ ହେଁ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ପିଏମ୍‌ଏଫ୍‌ବିଓ୍ବାଇରେ ୧୫-୧୭ ଲକ୍ଷ ଚାଷୀ ସାମିଲ ହେଉଥିବାବେଳେ ରାଜ୍ୟର ନୂଆ ସ୍କିମରେ ୫୬ ଲକ୍ଷ କୃଷକ ସ୍ବତଃ ଅନ୍ତର୍ଭୁକ୍ତ ହେବେ। ୨୦୨୦ ଖରିଫ ଋତୁରେ ୪ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ସମସ୍ତ ଚାଷୀ ଏଥିରୁ ବୀମା ଦାବି କରିପାରିବେ। ୩୩%ରୁ ୬୦% ପର୍ଯ୍ୟନ୍ତ ଫସଲ ହାନି ହୋଇଥିଲେ ରାଜ୍ୟ ସରକାର ସେମାନଙ୍କୁ ହେକ୍ଟର ପିଛା ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବେ। ସେହିପରି ୬୦%ରୁ ଅଧିକ ଫସଲ ହାନି ହୋଇଥିଲେ ୨୫ ହଜାର ଟଙ୍କା ସହାୟତା ଦିଆଯିବ। ଏହି ସହାୟତା ରାଶି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଜରିଆରେ ପଠାଇ ଦିଆଯିବ ବୋଲି ରୂପାନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri