Posted inଜାତୀୟ

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ ପ୍ରିମିୟମ ବୋଝ ସୃଷ୍ଟିକାରୀ ଭାବେ ଅଭିହିତ କରି ପ୍ରତ୍ୟାଖ୍ୟାନ କରିଦେଇଛି। ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଝାଡ଼ଖଣ୍ଡ ପିଏମ୍‌ଏଫ୍‌ବିଓ୍ବାଇକୁ ମନା କରିଥିବାବେଳେ ଏବେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟ ଏଥିରୁ ଓହରିଯାଇଛି। ଫଳରେ ଉକ୍ତ ଯୋଜନାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କେନ୍ଦ୍ର ସରକାରଙ୍କ ଏକ ବଡ଼ ବିଫଳତା ବୋଲି ପ୍ରକାଶ କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର ପିଏମ୍‌ଏଫ୍‌ବିଓ୍ବାଇର ବିକଳ୍ପ ଭାବେ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିଷାନ ସହାୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ରୂପାନି କହିଛନ୍ତି, ପିଏମ୍‌ଏଫ୍‌ବିଓ୍ବାଇର ପ୍ରିମିୟମ୍‌ ବାବଦକୁ ରାଜ୍ୟ ସରକାରଙ୍କ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ଏହାର ବିକଳ୍ପ ସ୍ବରୂପ ନୂଆ ସ୍କିମ ଅଣାଯାଇଛି। ଏହା ଅଧୀନରେ ବର୍ତ୍ତମାନର ଖରିଫ ଋତୁରେ ମଧ୍ୟ ରାଜ୍ୟର ସମସ୍ତ ଚାଷୀ ଅନ୍ତର୍ଭୁକ୍ତ ହେବେ ଏବଂ ସେମାନଙ୍କୁ ଫସଲ ବୀମା ସୁବିଧା ମିଳିବ। ନୂଆ ଯୋଜନାରେ ଗୁଜରାଟର କୌଣସି ଚାଷୀଙ୍କୁ ଟଙ୍କାଟିଏ ମଧ୍ୟ ପ୍ରିମିୟମ୍‌ ଦେବାକୁ ପଡ଼ିବ ନାହିଁ। ଏଥିସକାଶେ ଚାଷୀଙ୍କୁ ପଞ୍ଜୀକରଣ ମଧ୍ୟ କରିବାକୁ ପଡ଼ିବ ନାହିଁ। ପାଣିପାଗଜନିତ ଅସୁବିଧା, ମରୁଡ଼ି, ବନ୍ୟା ଓ ଅସ୍ବାଭାବିକ ବର୍ଷାଜନିତ ଫସଲହାନିକୁ ବିଚାରକୁ ନିଆଯିବ। ପିଏମ୍‌ଏଫ୍‌ବିଓ୍ବାଇକୁ ବନ୍ଦ କରିବା ନେଇ ସେ କହିଛନ୍ତି, କେନ୍ଦ୍ରର ଏହି ଯୋଜନାରେ ରାଜ୍ୟ ରାଜକୋଷ ଉପରେ ବୋଝ ବଢ଼ିଛି। ଟେଣ୍ଡର ଅନୁଯାୟୀ ୪,୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବୋଝ ଗୁଜରାଟ ରାଜକୋଷକୁ ସହିବାକୁ ପଡ଼ିବ। ପିଏମ୍‌ଏଫ୍‌ବିଓ୍ବାଇ ଏକ ଭଲ ଯୋଜନା ହୋଇଥିଲେ ହେଁ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ପିଏମ୍‌ଏଫ୍‌ବିଓ୍ବାଇରେ ୧୫-୧୭ ଲକ୍ଷ ଚାଷୀ ସାମିଲ ହେଉଥିବାବେଳେ ରାଜ୍ୟର ନୂଆ ସ୍କିମରେ ୫୬ ଲକ୍ଷ କୃଷକ ସ୍ବତଃ ଅନ୍ତର୍ଭୁକ୍ତ ହେବେ। ୨୦୨୦ ଖରିଫ ଋତୁରେ ୪ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ସମସ୍ତ ଚାଷୀ ଏଥିରୁ ବୀମା ଦାବି କରିପାରିବେ। ୩୩%ରୁ ୬୦% ପର୍ଯ୍ୟନ୍ତ ଫସଲ ହାନି ହୋଇଥିଲେ ରାଜ୍ୟ ସରକାର ସେମାନଙ୍କୁ ହେକ୍ଟର ପିଛା ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବେ। ସେହିପରି ୬୦%ରୁ ଅଧିକ ଫସଲ ହାନି ହୋଇଥିଲେ ୨୫ ହଜାର ଟଙ୍କା ସହାୟତା ଦିଆଯିବ। ଏହି ସହାୟତା ରାଶି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଜରିଆରେ ପଠାଇ ଦିଆଯିବ ବୋଲି ରୂପାନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri